୭୨ ଘଣ୍ଟାରେ କରୋନାରୁ ମୁକ୍ତି,ଘୋଡ଼ା ଆଣ୍ଟିବଡ଼ିରୁ ପ୍ରସ୍ତୁତ ହେଉଛି ଔଷଧ…

କୋହ୍ଲାପୁର,୧୧।୮: କରୋନା ମହାମାରୀ ଭୂତାଣୁୁ ବିରୋଧରେ ପୃଥିବୀର ବିଭିନ୍ନ ଦେଶରେ ବୈଜ୍ଞାନିକମାନେ ଦିନରାତି ଗବେଷଣା ଜାରି ରଖିଛନ୍ତି। ମହାରାଷ୍ଟ୍ରର କୋହ୍ଲାପୁରରେ ଅବସ୍ଥିତ ଆଇସେରା ବାୟୋଲୋଜିକାଲ ନାମକ ଏକ ଚାରି ବର୍ଷ ପୁରୁଣା ବାୟୋ ସାଇନ୍ସ କମ୍ପାନୀ କରୋନା ଭୂତାଣୁ ସଂକ୍ରମଣର ଚିକିତ୍ସା ପାଇଁ ଏକ ଔଷଧ ପ୍ରସ୍ତୁତି ଉପରେ ପରୀକ୍ଷା କରୁଛି। ଯଦି ଏହି କମ୍ପାନୀ ସମସ୍ତ ମାନକ ପୂରଣ କରେ, ତେବେ ଏହା ଭାରତର ପ୍ରଥମ ସ୍ବଦେଶୀ ବିକଶିତ ଔଷଧ ଭାବେ କରୋନା ଲଢ଼େଇ ବିରୋଧରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ସାମାନ୍ୟ ଏବଂ ମଧ୍ୟମ ଲକ୍ଷଣ ଆକ୍ରାନ୍ତଙ୍କ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଇ ପାରିବ। ଏହି ଔଷଧର ବ୍ୟବହାର ଦ୍ୱାରା କରୋନାର ଆରଟି ପିସିଆର୍‌ ରିପୋର୍ଟ ୭୨ ରୁ ୯୦ ଘଣ୍ଟା ମଧ୍ୟରେ ନେଗେଟିଭ୍‌ ଆସିବ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଉଛି। ଏହି ଔଷଧ ଘୋଡ଼ା ଆଣ୍ଟିବଡ଼ିରୁ ପ୍ରସ୍ତୁତ କରାଯାଇଛି।
ଏହି କମ୍ପାନୀ ଆଣ୍ଟିସେରମ ଉତ୍ପାଦ ଉତ୍ପାଦନ କରୁଛି। କୁକୁର କାମୁଡ଼ିବା, ସାପ କାମୁଡ଼ିବା ଏବଂ ଡିଫଥେରିଆର ଚିକିତ୍ସା ପାଇଁ ଏପର୍ଯ୍ୟନ୍ତ କମ୍ପାନୀ ପ୍ରଭାବଶାଳୀ ଔଷଧ ପ୍ରସ୍ତୁତି କରିଛି। କମ୍ପାନୀ ପକ୍ଷରୁ କରୋନା ବିରୋଧରେ ଆଣ୍ଟିବଡିଗୁଡିକର ଏକ ପ୍ରଭାବଶାଳୀ କକଟେଲ ବିକଶିତ କରିଛି ଏବଂ ଏହାର ବ୍ୟବହାର କୋଭିଡର ସାମାନ୍ୟ ଏବଂ ମଧ୍ୟମ ଲକ୍ଷଣ ଥିବା ରୋଗୀଙ୍କଠାରେ ସଂକ୍ରମଣକୁ ରୋକା ଯାଇପାରିବ। ଶରୀରରେ ଥିବା ଭୂତାଣୁ ମଧ୍ୟ ନଷ୍ଟ ହୋଇଯିବ।
ବର୍ଷ ଶେଷ ସୁଦ୍ଧା ଏହି ଔଷଧ ବଜାରକୁ ଆସିବାର ସମ୍ଭାବନା ରହିଛି। ଏହାର ଗୋଟିଏ ଇଞ୍ଜେକ୍ସନର ମୂଲ୍ୟ ହଜାର ଟଙ୍କା ମଧ୍ୟରେ ରହିବ। ସେପ୍ଟେମ୍ବର ଏବଂ ଅକ୍ଟୋବରରେ ଔଷଧର ଦ୍ୱିତୀୟ ପର୍ଯ୍ୟାୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷା କରିବାକୁ କମ୍ପାନୀ ଯୋଜନା କରିଛି। ଔଷଧର ପରୀକ୍ଷା ଫଳାଫଳକୁ ନେଇ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର)ର ପୂର୍ବତନ ମହାନିର୍ଦ୍ଦେଶକ ପ୍ରଫେସର ଏନ.କେ ଗାଙ୍ଗୁଲି ମଧ୍ୟ ଉତ୍ସାହିତ ଅଛନ୍ତି। ସେ କହିଛନ୍ତି ଯେ ଔଷଧ ଏକ ନୂଆ ଆଶା ସୃଷ୍ଟି କରିଛି। କିନ୍ତୁ ଆମେ ମାନବ ପରୀକ୍ଷଣର ଫଳାଫଳକୁ ଅପେକ୍ଷା କରିଛୁତ୍। ସେ କହିଛନ୍ତି ଯେ ଯଦି ଏହି ଔଷଧ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବ। ଭାରତର ଏହି ଔଷଧ ଆନ୍ତର୍ଜାତୀୟ ଉତ୍ପାଦ ଅପେକ୍ଷା ଶସ୍ତା ହେବ।
ଇସେରା ବାୟୋଲୋଜିକ୍ସର ନିର୍ଦ୍ଦେଶକ ନନ୍ଦକୁମାର କଦମ କହିଛନ୍ତି ଯେ ସମସ୍ତ ବାହ୍ୟ ରାସାୟନିକ ପଦାର୍ଥ ବାହାର କରାଯାଇ ଔଷଧକୁ ବିଶୁଦ୍ଧ କରାଯାଇଛି। ସ୍ବତନ୍ତ୍ର ଆଣ୍ଟିଜେନ ଇଞ୍ଜେକ୍ସନକୁ ଘୋଡ଼ା ଶରୀରରେ ପ୍ରୟୋଗ କରାଯାଇ ଆଣ୍ଟିବଡି ପ୍ରସ୍ତୁତ କରାଯାଇଥିଲା। ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ସଠିକ ଆଣ୍ଟିଜେନ ଚୟନ କରିବାରେ କମ୍ପାନୀକୁ ଆବଶ୍ୟକ ସହାୟତା ଯୋଗାଇଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

ଏନ୍‌ଏଚ୍‌ଏଆଇର ବଡ଼ ଘୋଷଣା: ଏପ୍ରିଲ ୧ରୁ ବଢ଼ିବ…

ନୂଆଦିଲ୍ଲୀ,୩୦ା୩: ଏପ୍ରିଲ ୧ରୁ ଫାସ୍‌ଟାଗ୍‌ ବାର୍ଷିକ ଦେୟ ବଢ଼ିବ ବୋଲି ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ପକ୍ଷରୁ ଘୋଷଣା କରାଯାଇଛି। ଗତବର୍ଷ ଆରମ୍ଭ ହୋଇଥିବା ଏହି…

ଲିଭ-ଇନ୍‌ରେ ରହୁଥିଲେ ମିଳିବ ବିବାହିତ ମାନ୍ୟତା, ଏଥର ଜନଗଣନାର ନୂଆ ନିୟମ ବିଷୟରେ ଜାଣନ୍ତୁ…

ନୂଆଦିଲ୍ଲୀ,୩୦।୩: ଦେଶର ସର୍ବବୃହତ ପ୍ରଶାସନିକ କାର୍ଯ୍ୟ, ଜନଗଣନା, ଏବେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଇ ଗତି କରୁଛି। ସରକାର ୨୦୨୭ ଜନଗଣନାକୁ ଦୁଇଟି ପର୍ଯ୍ୟାୟରେ କରିବାକୁ ନିଷ୍ପତ୍ତି ନେଇଛନ୍ତି,…

ଏଣିକି ଗୁଳିର ଜବାବ ଗୁଳିରେ ଦେବୁ: ଲୋକ ସଭାରେ କାହିଁକି ଏମିତି କହିଲେ ଅମିତ ଶାହା

ନୂଆଦିଲ୍ଲୀ,୩୦।୩: ଲୋକ ସଭାରେ ‘ନକ୍ସଲମୁକ୍ତ ଭାରତ’ ସମ୍ପର୍କରେ ଆଲୋଚନାରେ ଭାଗ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଯେ,…

ତହସିଲଦାରଙ୍କୁ ବିଧାୟିକା ସ୍ବାମୀଙ୍କ ହତ୍ୟା ଧମକ ମାମଲା: ୱାରେଣ୍ଟ ପାଇଁ କୋର୍ଟରେ ଆବେଦନ କଲା ପୋଲିସ

ଭବାନୀପାଟଣା,୩୦।୩(ଉତ୍ତମ କୁମାର ଦାଶ): ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ତହସିଲଦାରଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ କଳାହାଣ୍ଡି ଜିଲା ନର୍ଲା ବିଜେଡି ବିଧାୟିକା ମନୋରମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri