Categories: ଫୁରସତ

ମା’ଙ୍କ ଡ୍ରାଇଭିଂ ଲାଇସେନ୍ସ ପାଇଁ ଏମିତି କଲେ ପୁଅ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବ୍ରାଜିଲ୍‌: ସାଧାରଣତଃ ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ହେଲେ ଟେଷ୍ଟରେ ଗାଡ଼ି ଚଳାଇ ଦେଖାଇବାକୁ ପଡ଼ିଥାଏ। କିନ୍ତୁ ବ୍ରାଜିଲ୍‌ର ଜଣେ ମହିଳାଙ୍କ ନିକଟରେ ଡ୍ରାଇଭିଂ ଲାଇସେନ୍ସ ନ ଥିଲା। ତେଣୁ ତାଙ୍କ ପୁଅ ଏକ ଅଜବ ଉପାୟ ଆପଣାଇଥିଲେ। ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ।
ଏହି ଯୁବକଙ୍କ ନାମ ହେଇଟର୍‌। ସେ ବ୍ରାଜିଲ୍‌ର ପୋର୍ଟ ବେଲ୍‌ହୋରେ ରୁହନ୍ତି। ତାଙ୍କର ୬୦ ବର୍ଷୀୟା ମା ମେରିୟା ଶ୍ଚିୟାଭେ ତିନିଥର ଡ୍ରାଇଭିଂ ଟେଷ୍ଟ ଦେଇସାରିଥିଲେ। ମାତ୍ର କୌଣସି ସଫଳତା ପାଇ ପାରି ନ ଥିଲେ। ତାଙ୍କର ୩୫ବର୍ଷୀୟ ପୁଅ ହେଇଟର୍‌ ମାଆଙ୍କ ବେଶରେ ସଜେଇ ହୋଇ ଡ୍ରାଇଭିଂ ଟେଷ୍ଟ ଦେବା ପାଇଁ ନିଷ୍ପତ୍ତି ନେଇ ନିଜକୁ ପୂରା ବଦଳାଇ ଦେଲେ। ପରେ ଡ୍ରାଇଭିଂ ଟେଷ୍ଟ ଦେବାକୁ ପହଞ୍ଚିଗଲେ। ଚେହେରା ସିନା ମାଆଙ୍କ ପରି ଦେଖାଯାଉଥିଲା ମାତ୍ର ତାଙ୍କର ଚାଲିଚଳଣ, ହାବଭାବ ଏବଂ କଣ୍ଠସ୍ବର ସବୁ ଅଡୁଆ ଅଡୁଆ ଲାଗୁଥିଲା।
ଯୁବକଙ୍କଠାରେ ଏସବୁ ଲକ୍ଷଣ ଦେଖିବା ପରେ ରେଣ୍ଡୋନିୟା ଟେଷ୍ଟ ଟ୍ରାଫିକ୍‌ ଡିପାର୍ଟମେଣ୍ଟର ପରୀକ୍ଷକ ଏଲିନ୍‌ ମେଣ୍ଡୋନ୍‌କା ପୋଲିସକୁ ଖବର ଦେଇଥିଲେ। ଯେତେବେଳେ ପରୀକ୍ଷକ ଯୁବକଙ୍କ କାର୍‌ରେ ବସିଲେ ସେତେବେଳେ ସେ ନିଶ୍ଚିତ ହୋଇଗଲେ ଇଏ ମହିଳା ନୁହନ୍ତି। ତେଣୁ ଯୁବକଙ୍କୁ ଠକେଇ ଅଭିଯୋଗରେ ଶେଷରେ ପୋଲିସ ହାତରେ ଧରାଇ ଦେଇଥିଲେ।

Share