ଯୁଦ୍ଧ ବିମାନ ପଠାଇବାକୁ ମନା କଲା ଜର୍ମାନୀ

ବର୍ଲିନ,୯।୩: ୟୁକ୍ରେନକୁ ଯୁଦ୍ଧ ବିମାନ ପଠାଇ ସହାୟତା କରିବାକୁ ମନା କରି ଦେଇଛନ୍ତି ଜର୍ମାନୀର ଚାନ୍‌ସେଲର ଓଲାଫ ସ୍କଲଜ। ପୋଲାଣ୍ଡର ପ୍ରସ୍ତାବକୁ ଆମେରିକାର ପ୍ରତ୍ୟାଖ୍ୟାନ ଯୋଗୁ ଜର୍ମାନୀ ଏଭଳି ନିଷ୍ପତ୍ତି ନେଇଛି। କାରଣ ମଙ୍ଗଳବାର ରୁଷିଆ ନିର୍ମିତ ମିଗ୍‌-୨୯ ଯୁଦ୍ଧ ବିମାନ ଜର୍ମାନୀରେ ଥିବା ଆମେରିକାର ବେସକୁ ସ୍ଥାନାନ୍ତର କରିବା ଲାଗି ପୋଲାଣ୍ଡ ପ୍ରସ୍ତାବ ଦେଇଥିଲା। ଏଥିସହିତ ଅନ୍ୟ ନାଟୋ ସଦସ୍ୟଙ୍କୁ ଯୁଦ୍ଧ ବିମାନ ପ୍ରସ୍ତୁତ ରଖିବାକୁ ପ୍ରସ୍ତାବ ଦେଇଥିଲା। ହେଲେ ଏହି ପ୍ରସ୍ତାବକୁ ଅଯୋଗ୍ୟ କହି ମନା କରିଥିଲା ପେଣ୍ଟାଗନ।

“ଯୁଦ୍ଧ ବିମାନ ପଠାଇବା ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସର୍ବସମ୍ମତି କ୍ରମେ ନିଆଯିବା ଉଚିତ। ଆମେ ନିଜ ଇଚ୍ଛାରେ ଯୁଦ୍ଧ ବିମାନ ପଠାଇବା ପାଇଁ ରାଜି ହୋଇ ନ ଥିଲୁ। ଏହା ପୂରା ନାଟୋର ନିଷ୍ପତ୍ତି ଥିଲା” ବୋଲି ଅଷ୍ଟ୍ରିଆର ରାଜଧାନୀରେ ପୋଲାଣ୍ଡ ପ୍ରଧାନମନ୍ତ୍ରୀ ମାଟେଉସ ମୋରାଓ୍ବିକି କହିଛନ୍ତି। ଅନ୍ୟପକ୍ଷରେ ରୁଷିଆର ସାମରିକ କାର୍ଯ୍ୟାନୁଷ୍ଠାନକୁ କାଉଣ୍ଟର କରିବା ପାଇଁ ପଶ୍ଚିମ ଦେଶମାନଙ୍କୁ ତୁରନ୍ତ ଫାଇଟର ଜେଟ୍ସ ଯୋଗାଇ ଦେବାକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହି ଆସୁଛନ୍ତି।

Share