ଖୁସି ଖବର: ଜୁନ୍‌ ୭ରୁ ୧୨ ବର୍ଷରୁ ଅଧିକ ପିଲାଙ୍କୁ ଦିଆଯିବ ଟିକା

ବର୍ଲିନ୍‌,୨୮।୫: ଦେଶ ତଥା ବିଶ୍ୱରେ କରୋନା ମହାମାରୀକୁ ଦୂର କରିବା ପାଇଁ ଦ୍ରୁତ ଗତିରେ ଟିକାକରଣ ଅଭିଯାନ ଚାଲିଛି। ଅଦ୍ୟାବଧି ବୟସ୍କ ଲୋକଙ୍କୁ କରୋନା ଟିକା ଦିଆଯାଉଥିଲା, କିନ୍ତୁ ଏବେ ଆମେରିକା ସମେତ ବିଶ୍ୱର ଅନ୍ୟାନ୍ୟ ଦେଶର ପିଲାମାନଙ୍କୁ ଫାଇଜର ଟିକା ଦିଆଯାଉଛି। ଏହି ସମୟରେ ଜର୍ମାନରୁ ମଧ୍ୟ ଏକ ଖୁସି ଖବର ଆସିଛି। ଏଠାରେ ପିଲାମାନଙ୍କୁ ଆସନ୍ତା ମାସରୁ କରୋନା ଟିକା ମଧ୍ୟ ଦିଆଯିବ। ଜର୍ମାନ ଚାନ୍ସସେଲର ଆଞ୍ଜେଲା ମର୍କେଲ ସୂଚନା ଦେଇଛନ୍ତି ଯେ ଜୁନ ୭ରୁ ୧୨-୧୫ବର୍ଷ ବୟସର ପିଲାମାନଙ୍କୁ କରୋନା ଟିକା ମଧ୍ୟ ଦିଆଯିବ। ପୂର୍ବରୁ ୟୁରୋପିୟନ୍‌ ମେଡିସିନ୍‌ ଏଜେନ୍ସି ୧୬ରୁ ୧୮ ବର୍ଷର ପିଲାଙ୍କୁ ଟିକା ଦେବାକୁ ଅନୁମତି ଦେଇଥିଲା।

ଏକ ଖବରଦାତା ସମ୍ମିଳନୀରେ ଆଞ୍ଜେଲା ମର୍କେଲ କହିଛନ୍ତି ଯେ, ୧୨ ବର୍ଷରୁ ଅଧିକ ପିଲାମାନେ ଜୁନ ୭ରୁ ଟିକା ନେଇପାରିବେ। ଯେଉଁମାନେ ନିଜ ପିଲାମାନଙ୍କୁ କରୋନା ଟିକା ଦେବାକୁ ଚାହୁଁଛନ୍ତି, ସେମାନେ ଅଗଷ୍ଟ ପୂର୍ବରୁ ଅର୍ଥାତ୍‌ ସ୍କୁଲର ନୂଆ ସିଜିନ୍‌ ପୂର୍ବରୁ ଉଭୟ ଟିକା ଡୋଜ୍‌ ପାଇପାରିବେ। ମର୍କେଲ କହିଛନ୍ତି ଯେ,ମାତାପିତାଙ୍କ ପାଇଁ ବାର୍ତ୍ତା ହେଉଛି ଯେ କୌଣସି ପିଲାଙ୍କ ପାଇଁ ଏହି ଟିକା ବାଧ୍ୟତାମୂଳକ ହେବ ନାହିଁ।

Share