ଏବେ ଦୁଇ ମିନିଟରେ ଘରେ ପ୍ରସ୍ତୁତ ହୋଇଯିବ ଚିଲ୍ଡ ବିୟର, ଆସିଲା ବିଶ୍ୱର ପ୍ରଥମ ବିୟର ପାଉଡର

ବର୍ଲିନ,୨୪ ।୩: ଗ୍ରୀଷ୍ମ ଆରମ୍ଭ ହେଲେ ବଜାରରେ ବିୟରର ଡିମାଣ୍ଡ ବଢି ଯାଇଥାଏ । ହେଲେ ବିୟରରେ ଆଲକୋହଲ ଥିବାରୁ ଏହାକୁ ସବୁ ସ୍ଥାନକୁ ନେଇ ଯିବା ସମ୍ଭବ ହୋଇ ନ ଥାଏ । ଏହାସହ ସବୁ ସ୍ଥାନରେ ବି ଏହାକୁ ପିଇବା ସମ୍ଭବ ହୋଇ ନ ଥାଏ । କେବେ କେବେ ବିୟର ଶପରୁ ଘରେ ଆଣି ପହଞ୍ଚିବା ଭିତରେ ଗରମ ହୋଇ ଯାଇଥାଏ । ହେଲେ ଏବେ ଏସବୁ ସମସ୍ୟାର ସମାଧାନ ଆସିଯାଇଛି । ଜର୍ମାନୀ ଏବେ ବିୟରର ପାଉଡର ତିଆରି କରି ଦେଇଛି । ଆପଣ କେବଳ ଦୁଇ ଚାମଚ ପାଉଡରକୁ ଥଣ୍ଡା ପାଣିରେ ଗୋଳାଇ ଚିଲ୍ଡ ବିୟର ପ୍ରସ୍ତୁତ କରିପାରିବେ । ଏହାସହ ଏହା ପରିବେଶ ପାଇଁ ଖୁବ ଭଲ, କାରଣ ପାଉଡର ବିୟର ପ୍ରସ୍ତୁତ କରିବାରେ କାର୍ବନ ଉତ୍ସର୍ଜନ ଅଧିକ ହୋଇ ନ ଥାଏ ।
ଜର୍ମାନ ନ୍ୟୁଜ ୱେବ ସାଇଟ ଡିଡବ୍ଲୁରେ ଛପାଯାଇଥିବା ଏକ ଖବର ଅନୁଯାୟୀ, ପୂର୍ବ ଜର୍ମାନୀରେ ପ୍ରସ୍ତୁତ ହୋଇଥିବା ଏହି ବିୟର ପାଉଡର ବିଶ୍ୱର ପ୍ରଥମ ଆବିଷ୍କାର । ଅର୍ଥାତ୍ ଆଜି ପର୍ଯ୍ୟନ୍ତ ବିୟରକୁ ଏମିତି ପାଉଡର ଭାବେ ପ୍ରସ୍ତୁତ କରାଯାଇ ନ ଥିଲା । ଏହି ବିୟର ପାଉଡର ପ୍ରସ୍ତୁତ କରିଥିବା ନୋଏତ୍ସେଲେ ବ୍ରୁୟରି କୁହନ୍ତି, ଏହି ବିୟର ପାଉଡର ଚଳିତ ବର୍ଷ ଶେଷ ବେଳକୁ ବଜାରକୁ ଆସିଯିବ । ଏହାସହ ସେ କହିଛନ୍ତି, ବୋତଲ ବନ୍ଦ ବିୟରକୁ ଏକ୍ସପର୍ଟ କରିବାକୁ ଯେତେ ଅଧିକ କାର୍ବନ ଉତ୍ସଜନ ହୋଇଥାଏ ଏଥିରେ ସେତେ ହୋଇ ନ ଥାଏ ।
ଏବେ ଏହି ବିୟର ପାଉଡର କେବଳ ଜର୍ମାନୀରେ ମିଳିବ । ଅନ୍ୟ ଦେଶରେ ପହଞ୍ଚିବାକୁ ଏହାକୁ କିଛି ସମୟ ଲାଗିବ । ବିଶେଷ କରି ଭାରତରେ ଏହା ପ୍ରବେଶ କରିବାକୁ ଲମ୍ବା ସମୟ ଲାଗିପାରେ । କାରଣ ଏଥିପାଇଁ କିଛି ଆଇନଗତ ପ୍ରକ୍ରିୟା ଦେଇ ଗତି କରିବାକୁ ପଡିବ ।

Share