ବର୍ଲିନ,୨୧ା୫: ବିଶ୍ୱକପ୍ ଲାଗି ଭେଟେରାନ ଗୋଲକିପର ମାନୁଏଲ ନେଉରଙ୍କୁ ଅବସରରୁ ଫେରିବା ପାଇଁ ଜର୍ମାନୀ କୋଚ୍ ଜୁଲିଆନ ନାଗେଲ୍ସମ୍ୟାନ ରାଜି କରିଛନ୍ତି। ୪୦ ବର୍ଷୀୟ ନେଉର ୨୦୨୪ ୟୁରୋପିଆନ ଚାମ୍ପିୟନଶିପ୍ ଶେଷ ହେବା ପରେ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଥିଲେ। କିନ୍ତୁ ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବାକୁ ଥିବା ବିଶ୍ୱକପ୍ ଲାଗି ତାଙ୍କୁ ୨୬ ଜଣିଆ ଜର୍ମାନୀ ଦଳରେ ସାମିଲ କରାଯାଇଛି।
ବାର୍ସେଲୋନା ଗୋଲକିପର ମାର୍କ-ଆଣ୍ଡ୍ରେ ଟେର ଷ୍ଟେଗେନଙ୍କୁ ନେଉରଙ୍କ ଉତ୍ତରାଧିକାରୀ ବିବେଚନା କରାଯାଉଥିଲା। ହେଲେ ଆହତ ସମସ୍ୟା କାରଣରୁ ସେ ଦଳରୁ ବାଦ୍ ପଡ଼ିଛନ୍ତି। ନେଉରଙ୍କ ବ୍ୟତୀତ ଦଳରେ ହଫେନହେଇମ ଗୋଲକିପର ଓଲିଭର ବାଉମାନ ରହିଛନ୍ତି। ହେଲେ ୩୫ ବର୍ଷୀୟ ବାଉମାନ ଜର୍ମାନୀ ପାଇଁ ୧୧ ମ୍ୟାଚ୍ ଖେଳିଥିବା ବେଳେ ନେଉର ୧୨୪ ମ୍ୟାଚ୍ ଖେଳିଛନ୍ତି।