ରୁଷିଆ ପାଇଁ ବନ୍ଦ ଜର୍ମାନୀର ଆକାଶ ମାର୍ଗ

ବର୍ଲିନ,୨୭ ।୨: ଯୁଦ୍ଧର ନିଆଁରେ ଜଳୁଛି ୟୁକ୍ରେନ୍ । ରୁଷିଆର ଆକ୍ରମଣରେ ବେଳକୁ ବେଳ ଧ୍ୱଂସ ହୋଇ ଚାଲିଛି ୟୁକ୍ରେନ୍ । ସମୟକ୍ରମେ ସ୍ଥିତି ଅଣାୟତ ହେଉଥିବା ବେଳେ ରୁଷିଆ ଆଗରେ ମୁଣ୍ଡ ନୁଆଁଇ ନାହିଁ ୟୁକ୍ରେନ୍ । ଏପଟେ ଆମେରିକା, ବ୍ରିଟେନ, ଫ୍ରାନ୍ସ ସମେତ କିଛି ଦେଶ ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ରୁଷିଆ ଉପରେ କଡା ପ୍ରତିବନ୍ଧକ ଲଗାଇଛନ୍ତି । ହେଲେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏସବୁକୁ ଅଣଦେଖା କରି ୟୁକ୍ରେନ୍ ଉପରେ ଆକ୍ରମଣକୁ ଆହୁରି ତୀବ୍ର କରିବାକୁ ରୁଷିଆ ସେନାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବେଳକୁ ବେଳ ରୁଷିଆ ଉପରେ ଆମେରିକା ଗୋଟିଏ ପରେ ଗୋଟିଏ ପ୍ରତିବନ୍ଧକ ଲଗାଉଥିବା ବେଳେ ୟୁକ୍ରେନ୍ ଉପରେ ଆକ୍ରମଣକୁ ନେଇ ରୁଷିଆକୁ ଏହାର ପରିଣାମ ଭୋଗିବାକୁ ପଡିବ ବୋଲି କହିଛି ଆମେରିକା । ଭାରତ କହିଛି ଶାନ୍ତି ବଜାୟ ରଖି ଯୁଦ୍ଧ ବନ୍ଦ କରିବା ଦରକାର । ଏଭଳି ସ୍ଥିତିରେ ଜର୍ମାନୀ ତା’ର ଆକାମାର୍ଗକୁ ରୁଷିଆ ପାଇଁ ବନ୍ଦ କରିବାକୁ ଯାଉଛି । ଅର୍ଥାତ୍ ଏବେ ଜର୍ମାନୀରୁ କୌଣସି ବିମାନ ରୁଷିଆ ଯାଇପାରିବ ନାହିଁ କି ଆସିପାରିବ ନାହିଁ । ଅନ୍ୟପଟେ ୟୁକ୍ରେନର ଯୁଦ୍ଧ ବିଭିଷିକା ମଧ୍ୟରେ ପାଖାପାଖି ୧.୨ ଲକ୍ଷ ନାଗରିକ ସୀମାପାର ହୋଇ ପୋଲାଣ୍ଡରେ ଶରଣ ନେଇଛନ୍ତି ।

Share