ରୁଷିଆକୁ ଗ୍ୟାସ ଯୋଗାଣ ପାଇଁ ରାଜି ହେଲା ଜର୍ମାନୀ

ବର୍ଲିନ,୩୧ା୩: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ୧ ମାସରୁ ଅଧିକ ହେବ ଲାଗିରହିଛି। ବର୍ତ୍ତମାନ ସୁଦ୍ଧା ୟୁକ୍ରେନର କୋଟିକୋଟି ଟଙ୍କାର କ୍ଷତି ହୋଇସାରିଲାଣି। ଅନ୍ୟପକ୍ଷରେ ରୁଷିଆର ମଧ୍ୟ କ୍ଷତି ହୋଇଛି। ପାଶ୍ଚାତ୍ୟ ଦେଶଗୁଡ଼ିକ ଦ୍ୱାରା ଲାଗୁ କରାଯାଇଥିବା ପ୍ରତିବନ୍ଧକ ହେତୁ ରୁଷିଆ ଏକ ବଡ଼ଧରଣର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଗ୍ୟାସ ଯୋଗାଇବା ପାଇଁ ଜର୍ମାନୀକୁ କହିଥିଲା ରୁଷିଆ। ମାତ୍ର ଜର୍ମାନୀ ଏହାକୁ ମନା କରିଦେଇଥିଲା। ତେବେ ବର୍ତ୍ତମାନ ପୁଣି ଏହି ଦୁଇଦେଶ ମଧ୍ୟରେ ସହମତି ପ୍ରକାଶ ପାଇଛି। ଏବେ ପୁଣି ଗ୍ୟାସ ଯୋଗାଣ କରିବ ବୋଲି ରାଜି ହୋଇଛି ଜର୍ମାନୀ। ଅନ୍ୟ କୌଣସି ମୁଦ୍ରାରେ ଦିଆଯାଇଥିବା ଦେୟକୁ ନିଜ ମୁଦ୍ରାରେ ପରିଣତ କରିବା ରୁଷିଆ ପାଇଁ ପ୍ରମୁଖ ସମସ୍ୟା ହୋଇପାରେ। ତେବେ ଏପ୍ରିଲ ୧ରୁ ଏହା ଏକ ସମସ୍ୟା ହେବ। କିନ୍ତୁ ରୁଷିଆ ରାଷ୍ଟ୍ରପତି ଭାଦିମିର ପୁଟିନ ଏବଂ ଜର୍ମାନୀ ଚ୍ୟାନସେଲର ଓଲ୍‌ଫ ସ୍କ୍ଲୋଜ୍‌ଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଏହାର ସମାଧାନ ହୋଇଛି। ଏହି ଅନୁଯାୟୀ, ଡଲାରରେ ଗ୍ୟାସ ପାଇଁ ଦେୟ ଦେବ। କିନ୍ତୁ ଗଜପ୍ରୋମ ବ୍ୟାଙ୍କ ଏହି ମୁଦ୍ରାକୁ ସହଜରେ ରୁବଲରେ ପରିଣତ କରିବ।

Share