Categories: ବାଣିଜ୍ୟ

ବିଏସ୍‌ସିଏଲ୍‌ ନିର୍ଦ୍ଦେଶକଙ୍କୁ ଭେଟିଲେ ଜର୍ମାନୀ କନ୍‌ସୁଲେଟ

ଭୁବନେଶ୍ୱର,୨୫।୮(ବ୍ୟୁରୋ): ଜର୍ମାନୀ କନ୍‌ସୁଲେଟ୍‌ ଜେନେରାଲ୍‌ ମନଫ୍ରେଡ୍‌ ଆଷ୍ଟର ବୁଧବାର ବିଏସ୍‌ସିଏଲ୍‌ର ଚେୟାରମ୍ୟାନ୍‌ ତଥା ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର ସିଂଙ୍କୁ ଭେଟିଛନ୍ତି। ଭୁବନେଶ୍ୱର ସ୍ମାର୍ଟ ସିଟି ଏବଂ ଓଡ଼ିଶା ସରକାରଙ୍କ ସହିତ ଜର୍ମାନୀର ସମ୍ଭାବ୍ୟ ସହଯୋଗ ଓ ସହଭାଗିତା ଉପରେ ସେ ଆଲୋଚନା କରିଥିଲେ। ଏହି ଅବସରରେ ଓଡ଼ିଶାର ବିକାଶ, କ୍ରୀଡ଼ାର ଉନ୍ନତି ଓ ବିପର୍ଯ୍ୟୟ ପରିଚାଳନାକୁ ସେ ପ୍ରଶଂସା କରିଥିଲେ। ସେ କହିଛନ୍ତି, ଓଡ଼ିଶା ସହିତ ବାଣିଜି୍ୟକ ସମ୍ପର୍କକୁ ସୁଦୃଢ଼ କରିବାକୁ ଜର୍ମାନୀ ଆଗ୍ରହୀ। ରାଜ୍ୟ ସରକାରଙ୍କ ବହୁ କଲ୍ୟାଣମୂଳକ ପଦକ୍ଷେପକୁ ସେ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ନେବାର ଦକ୍ଷତା ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି। ନିବେଶକଙ୍କ ପାଇଁ ରାଜ୍ୟର ଶିଳ୍ପ ନୀତି ଆକର୍ଷଣୀୟ ବୋଲି ବିଏସ୍‌ସିଏଲ ନିର୍ଦ୍ଦେଶକ ସିଂ କହିଛନ୍ତି।

Share