ଜୁଆର ମାଡକୁ ସହି ପାରୁନାହିଁ ଜିଓ ସିନ୍ଥେଟିକ ଟ୍ୟୁବୱାଲ, ଖସୁଛି ପଥର ପ୍ୟାକିଂ, ବର୍ଷା ପୂର୍ବରୁ କାମ ନ ହେଲେ…

କେନ୍ଦ୍ରାପଡ଼ା, ୨୨ା୧ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଗୋବିନ୍ଦପୁର, ଡିମିରିପାଳ, ପେତପଡା, ସଂସିଧା, ଏରଡଙ୍ଗ, ଦେସାହି, ପାଳମୀ, କେତୁଆପାଳ ପଞ୍ଚାୟତକୁ କାଣୀ, ଖରସ୍ରୋତା, ବ୍ରାହ୍ମଣୀ ନଦୀ ଘେରି ରହିଛି। ବାଳକାଟି, କୋଳଢ଼ିହ ଓ ମହୁ ଗ୍ରାମକୁ ଖରସ୍ରୋତା ଗିଳି ଚାଲିଛି। ଚୂନବନ୍ଧଠାରୁ ସାନଆଙ୍କୋ, ପତ୍ରପୁରଠାରୁ ଗୋପାଳପୁର, ଟୁଙ୍ଗା ଠାରୁ ବଉଳଯୋଡି ନଦୀବନ୍ଧ ପଥରପ୍ୟାକିଂ ହୋଇଥିଲେ ମଧ୍ୟ ଶୋଚନୀୟ ଅବସ୍ଥାରେ ଅଛି। କେବଳ ଆଳି ବ୍ଲକରେ ଏହି ନଦୀବନ୍ଧ ସମସ୍ୟା ଦେଖାଯାଇନାହିଁ। ଜିଲାର ୭ ନଦୀ ଓ ୨୭ ଶାଖା କେନାଲ ବନ୍ଧର ଦୁରବସ୍ଥା ସ୍ଥାନୀୟ ଗ୍ରାମବାସୀଙ୍କୁ ଆତଙ୍କିତ କରିଥିବା ବେଳେ ବନ୍ୟା ଚାଷ ନଷ୍ଟ କରୁଛି। ନଦୀ ବନ୍ୟାଜଳ ପ୍ରତିବର୍ଷ ଜିଲାର ଉପାନ୍ତ ଅଞ୍ଚଳରେ ଥିବା ୫୫ ପଞ୍ଚାୟତବାସୀଙ୍କ ଜୀବନଯାତ୍ରାରେ ବାଧା ସୃଷ୍ଟି କରୁଛି। ପ୍ରଶାସନ ପକ୍ଷରୁ ଏହି ନଦୀବନ୍ଧକୁ ବର୍ଷାଋତୁରେ ମରାମତି କରାଯାଉ ନ ଥିବାରୁ ସ୍ଥାନୀୟ ଜନସାଧାରଣ ଏହାକୁ ବିରୋଧ କରୁଛନ୍ତି। ତଟବନ୍ଧରେ ସବୁଜ ବଳୟ ଅଥବା ପଥର ପ୍ୟାକିଂ ନ ଥିବାରୁ ସମୁଦ୍ର ମାଡି ଆସିବା ଭୟ ସେମାନଙ୍କୁ ଆତଙ୍କିତ କରୁଛି। ମେ ମାସ ସୁଦ୍ଧା ସମସ୍ତ ନଦୀ ଓ କେନାଲ ବନ୍ଧ ମରାମତି କାର୍ଯ୍ୟ ସାରିବା, ସମୁଦ୍ରରେ ପଡିଥିବା ୭ ନଦୀକୁ ଏକ ବୃହତ କେନାଲ ମାଧ୍ୟମରେ ସଂଯୋଗୀକରଣ କରି ବନୀକରଣକୁ ଗୁରୁତ୍ୱ ଦେବାକୁ ବୁଦ୍ଧିଜୀବୀ ଓ ପରିବେଶବିତ୍‌ମାନେ ଦାବି କରିଛନ୍ତି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ପ୍ରଶାନ୍ତ କୁମାର ନାୟକ କହିଛନ୍ତି, ଜିଲାରେ ଜଳ ସମ୍ପଦ ବିଭାଗର ୨ ଡିଭିଜନ ସହ ଆଳି ତଟବନ୍ଧ କାର୍ଯ୍ୟାଳୟ ଅଛି। ଏହି କାର୍ଯ୍ୟାଳୟ ମାଧ୍ୟମରେ ଜିଲାରେ ଥିବା ନଦୀ ଓ କେନାଲର ପରିଚାଳନା ହେଉଛି। ସେହିପରି ଜିଲାର ଶେଷ ମୁଣ୍ଡରେ ଥିବା ୪୮ କିଲୋମିଟର ଲମ୍ବର ସମୁଦ୍ର ତଟର ସୁରକ୍ଷା ଦାୟିତ୍ୱ ନେଇଛନ୍ତି। ଏହାସତ୍ତ୍ୱେ କ୍ଷେତ ପାଇଁ ଜଳ ପରିଚାଳନା ଜିଲାର ବଡ଼ ସମସ୍ୟା ହୋଇଛି। ପ୍ରତିବର୍ଷ ବନ୍ୟା ଭୟରେ ୫୫ ପଞ୍ଚାୟତବାସୀ ଆତଙ୍କିତ ହେଉଛନ୍ତି। ନଦୀବନ୍ଧର ସୁଦୃଢ଼ୀକରଣ ପାଇଁ ବର୍ଷାଦିନକୁ ଛାଡି ଅନ୍ୟ ଋତୁରେ କାର୍ଯ୍ୟ ହୋଇପାରନ୍ତା। ବିଭାଗୀୟ ଅଧିକାରୀ ବର୍ଷାଦିନ ଆରମ୍ଭରେ ଦୁର୍ବଳ ନଦୀ ବନ୍ଧ ଚିହ୍ନିଟ କରି ମାଟି ଓ ବାଲି ପକାଇ ଅର୍ଥ ଲୁଟୁଛନ୍ତି। ଏବେଠାରୁ ବନ୍ୟା ପ୍ରପୀଡିତ ଅଞ୍ଚଳକୁ ଚିହ୍ନଟୀକରଣ ସହ ଆସନ୍ତା ମେ ମାସ ସୁଦ୍ଧା ବନ୍ଧ ସୁଦୃଢ଼ୀକରଣ ପାଇଁ ସେ ଦାବି କରିଛନ୍ତି। ବୁଦ୍ଧିଜୀବୀ ରାଧାକାନ୍ତ ମହାନ୍ତି ଓ ପରିବେଶବିତ୍‌ ଗୟାଧର ଧଳ କହିଛନ୍ତି, ନଦୀ ଜଳ ପରିଚାଳନା ଜିଲାର ବଡ଼ ସମସ୍ୟା ହୋଇଛି। ସମୁଦ୍ର ମୁହାଣ ପୋତି ହେଉଛି। ଏହାକୁ ଡ୍ରେଜିଂ କରା ନ ଯିବାରୁ ବନ୍ୟା ସମୟରେ ଉଦ୍‌ବୃତ୍ତ ଜଳ ନିଷ୍କାସନ ହୋଇପାରୁନାହିଁ। ଏହା ବ୍ୟତୀତ ଜାନୁଆରୀଠାରୁ ନଦୀଗୁଡିକ ଶୁଖିବା ଆରମ୍ଭ ହେଲାଣି। ଫଳରେ ସ୍ଥାନୀୟ ଚାଷ ସହ ହେନ୍ତାଳବଣ ନଷ୍ଟ ହେବ। ହେନ୍ତାଳବଣ ନଷ୍ଟ ଫଳରେ ତଟକ୍ଷୟ ଏକ ବଡ ସମସ୍ୟା ହୋଇଛି। ୨୦୨୦ ମସିହାରେ ସାତଭାୟାବାସୀ ୧୫ କିଲୋମିଟର ଦୂର ବଗପାଟିଆକୁ ସ୍ଥାନାନ୍ତର ହୋଇଛନ୍ତି। ଜିଓ ସିନ୍ଥେଟିକ ଟ୍ୟୁବୱାଲ ଜୁଆର ମାଡକୁ ସହି ପାରୁନାହିଁ। ଏଥିପାଇଁ ସମୁଦ୍ରର ୧୫ କିଲୋମିଟର ଦୂରରେ ନଦୀରେ ଶେଷ ମୁଣ୍ଡକୁ ଯୋଡି ତଟାଞ୍ଚଳରେ ଏକ ବୃହତ କେନାଲ ଖୋଳାଯିବା ଆବଶ୍ୟକ। ଏହାଦ୍ୱାରା ଖରାଦିନେ ଆବଶ୍ୟକ ପରିମାଣର କ୍ଷେତ ଓ ଜାତୀୟ ଉଦ୍ୟାନ ଭିତରକନିକାକୁ ମଧୁର ଜଳ ଛଡା ଯାଇପାରିବ। ସେହିପରି ନଦୀ, ନାଳରେ ବ୍ୟାରେଜ ଓ କ୍ରିକି ବନ୍ଧ ପାଇଁ ସେମାନେ ମତ ରଖିଛନ୍ତି। ଏ ସମ୍ପର୍କରେ ଜିଲା ଜଳ ସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ. ଉମେଶ ଚନ୍ଦ୍ର ସେଠୀଙ୍କୁ ପଚାରିବାରେ ଚଳିତ ବର୍ଷ ପାଇଁ ଦୁର୍ବଳ ନଦୀବନ୍ଧର ସ୍ଥାନ ଚିହ୍ନଟ ହୋଇଛି। ଖରାଦିନ ମଧ୍ୟରେ ଏହାର ମରାମତି ହୋଇଯିବ। ୭ ନଦୀ ସଂଯୋଗୀକରଣ ସମ୍ପର୍କରେ ଅଦ୍ୟାବଧି କୌଣସି ପ୍ରସ୍ତାବ ନାହିଁ। ସ୍ଥାନ ଚିହ୍ନଟ, ଲୋକଙ୍କ ବିସ୍ଥାପନ, ପରିବେଶ ଓ ପରିସ୍ଥିତି ଅନୁଧ୍ୟାନ ପରେ ଏପରି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇପାରିବ ବୋଲି ସେ କହିଛନ୍ତି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକୁ ଏଣ୍ଟ୍ରି କଲା ପାକିସ୍ତାନ, ଆମେରିକା ବିରୋଧରେ ଯୁଦ୍ଧ ଘୋଷଣା! ବିଶ୍ୱରେ ଚହଳ…

ଇସଲାମାବାଦ,୧୧।୩; ଦକ୍ଷିଣ ଏସିଆ ଧୀରେ ଧୀରେ ଇସ୍ରାଏଲ-ଇରାନ ବିବାଦରେ ଜଡିତ ହେଉଛି। ଏସୀୟ ଦେଶଗୁଡ଼ିକର ଜାହାଜଗୁଡ଼ିକ ହରମୁଜ ପ୍ରଣାଳୀରେ ଫସି ରହିଛି, ଯେତେବେଳେ ପଡ଼ୋଶୀ ପାକିସ୍ତାନ ମଧ୍ୟ…

ମଧ୍ୟପ୍ରାଚ୍ୟ ସଂଘର୍ଷ: ଦୁବାଇ ବିମାନବନ୍ଦର ନିକଟରେ ଡ୍ରୋନ୍ ଆଟାକ୍, ଜଣେ ଭାରତୀୟଙ୍କ ସମେତ ଚାରି ଆହତ

ନୂଆଦିଲ୍ଲୀ,୧୧।୩: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଦୁବାଇରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଇରାନ ଆଜି ଦୁବାଇ ବିମାନବନ୍ଦର ନିକଟରେ ଆଉ ଏକ ଡ୍ରୋନ୍…

ସୂର୍ଯ୍ୟକୁମାର ଯାଦବଙ୍କ ପରେ ଏହି ଖେଳାଳି ହେବେ ଟି-୨୦ ଅଧିନାୟକ! ସାମ୍ନାକୁ ଆସିଲା ନାଁ

ନୂଆଦିଲ୍ଲୀ,୧୧।୩: ଟିମ ଇଣ୍ଡିଆ ୨୦୨୬ରେ ICC ଟି୨୦ ବିଶ୍ୱକପ ଜିତି ଇତିହାସ ସୃଷ୍ଟି କରିଛି। ପ୍ରଥମ ଥର ପାଇଁ ଭାରତ ତୃତୀୟ ଥର ପାଇଁ ଟ୍ରଫି ଜିତିଛି,…

ରୁଷିଆରୁ ଭାରତ ତେଲ କିଣିବା ନେଇ ପୁଣି ବଡ଼ ବୟାନ ଦେଲା ଆମେରିକା, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୧୧।୩: ଇରାନ-ଆମେରିକା-ଇସ୍ରାଏଲ ବିବାଦ ଏବଂ ହର୍ମୁଜ ପ୍ରଣାଳୀରେ ଉତ୍ତେଜନା ମଧ୍ୟରେ, ସାରା ବିଶ୍ୱରେ ତୈଳ ମୂଲ୍ୟରେ ପରିବର୍ତ୍ତନ ଘଟୁଛି। ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ସେର୍ଗିଓ ଗର୍‌…

ତହସିଲଦାରଙ୍କ ରାଜଧାନୀରେ ୨ କୋଠା , ୭ ଦାମୀ ପ୍ଲଟ

ଭୁବନେଶ୍ୱର,୧୧।୩: କଟକ ଜିଲା କଣ୍ଟାପଡ଼ା ତହସିଲଦାରଙ୍କ ବିପୁଳ ସମ୍ପତ୍ତି ଠାବ କଲା ଭିଜିଲାନ୍ସ ଟିମ୍‌ । ଚଢ଼ାଉ ସମୟରେ ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କ ୨ଟି ବହୁତଳ କୋଠା…

LPG ଯୋଗାଣରେ ବାଧା ସୃଷ୍ଟି ହେଲେ ବନ୍ଦ ହୋଇଯିବ କି ମୋବାଇଲ୍ ଟାଓ୍ବାର? ଜାଣନ୍ତୁ କଣ ରହିଛି କନେକ୍ସନ

ନୂଆଦିଲ୍ଲୀ,୧୧।୩: ଦେଶବ୍ୟାପୀ ଏଲପିଜି ଯୋଗାଣ ବାଧାପ୍ରାପ୍ତ ହେବାର ରିପୋର୍ଟ ସାମ୍ନାକୁ ଆସୁଛି । ତେବେ ଏହା ଯୋଗୁଁ  ମୋବାଇଲ୍ ଫୋନ୍ ଏବଂ ଘରର ଇଣ୍ଟରନେଟ୍ ସଂଯୋଗ ଏବେ ବିପଦରେ…

ଗାଁରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ, ଘରେ ପ୍ରସବ କଲେ ମହିଳା

ମୋହନା,୧୧ା୩(ମନ୍ମଥ ମିଶ୍ର): ସରକାର ଅନେକ ଯୋଜନା ପ୍ରସ୍ତୁତ କରିଥିବାବେଳେ ଆଜି ବି ଜନନୀ ଯନ୍ତ୍ରଣା ଥମିନି। ରାସ୍ତା ଖରାପ ପାଇଁ ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ। ଫଳରେ ଜଣେ…

୯ ମଣ୍ଡି ନୋଡାଲ ଅଫିସଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ

ଜଗତସିଂହପୁର, ୧୧।୩: ୯ ମଣ୍ଡି ନୋଡାଲ ଅଫିସଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ। ମାର୍ଚ୍ଚ ମାସରେ ଦରମା ବନ୍ଦ କଲେ ଜଗତସିଂହପୁର ଜିଲାପାଳ। ନୋଡାଲ ଅଫିସର ଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri