Categories: ଖେଳ

ଆର୍‌ସିବି ଦଳରେ ନୂଆ ବିଦେଶୀ ଖେଳାଳି

ମୁମ୍ବାଇ,୨୫।୮ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର (ଆରସିବି) ଆଇପିଏଲର ୟୁଏଇ ଲେଗ୍‌ ପାଇଁ ଦଳରେ ଜର୍ଜ ଗାର୍ଟନଙ୍କୁ ସାମିଲ କରିଛି। ଆରସିବି ଦଳରେ ସ୍ଥାନ ପାଇବାରେ ଏହି ବାମହାତୀ ପେସର ହେଉଛନ୍ତି ଅନ୍ତିମ ତଥା ୮ମ ବିଦେଶୀ ଖେଳାଳି। ତାଙ୍କ ପୂର୍ବରୁ ଶ୍ରୀଲଙ୍କାର ଅଲରାଉଣ୍ଡର ଓ୍ବାନିନ୍ଦୁ ହାସରଙ୍ଗା, ପେସର ଦୁଶମନ୍ଥା ଚମିରା ଓ ସିଙ୍ଗାପୁରର ଟିମ୍‌ ଡେଭିଡ୍‌ଙ୍କ ସହ ଆର୍‌ସିବି ଚୁକ୍ତି କରିଥିଲା। ଏ ସମସ୍ତ ବିଦେଶୀ ଖେଳାଳିଙ୍କୁ ବଦଳ ଖେଳାଳିଙ୍କ ସ୍ଥାନରେ ନିଆଯାଇଛି।

ଆଇପିଏଲର ଚଳିତ ସିଜନରେ ଆରସିବି ପାଇଁ ଖେଳୁଥିବା ନ୍ୟୁଜିଲାଣ୍ଡର ଫିନ୍ନ ଆଲେନ, ସ୍କଟ କୁଗଲେଜିନ, ଅଷ୍ଟ୍ରେଲିଆର ଆଡମ ଜମ୍ପା, ଡାନିଏଲ ସାମ୍ସ ଓ କେନ ରିଚାର୍ଡସନ ଆଇପିଏଲରୁ ଓହରି ଯାଇଥିଲେ। ନିକଟରେ ଶେଷ ହୋଇଥିବା ‘ଦ ହଣ୍ଡ୍ରେଡ୍‌’ରେ ଗାର୍ଟନ ୯ ମ୍ୟାଚ୍‌ ଖେଳି ହାତେଇଥିଲେ ୧୦ ଉଇକେଟ। ୩୮ ଟି୨୦ ମ୍ୟାଚ୍‌ ଖେଳିଥିବା ଏହି ପେସରଙ୍କ ନାମରେ ୪୪ ଉଇକେଟ ରହିଛି।

 

Share