ବିପତ୍ତି ବେଳେ ବଦାନ୍ୟତା

କାନପୁର, ୨୮ା୪: ଆକାଉଣ୍ଟରେ ମାତ୍ର ୮୫୦ ଟଙ୍କା ଛାଡ଼ି ସେଥିରେ ରଖିଥିବା ସମସ୍ତ ୨ ଲକ୍ଷ ଟଙ୍କାକୁ କେରଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡ୍‌କୁ ଦାନ କରି ମଣିଷପଣିଆର ଉଦାହରଣ ସୃଷ୍ଟି କରିଛନ୍ତି ଉତ୍ତରପ୍ରଦେଶ କାନପୁରର ଜଣେ ବିଡ଼ି ଶ୍ରମିକ ଜନାର୍ଦ୍ଦନ। କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଏ ବାବଦରେ ଟୁଇଟ୍‌ କରିଛନ୍ତି। ବ୍ୟାଙ୍କର ଜଣେ ଷ୍ଟାଫ୍‌ ତାଙ୍କ ଆକାଉଣ୍ଟରେ ମାତ୍ର ୮୫୦ ଟଙ୍କା ଥିବା ଦେଖି ଆଶ୍ଚର୍ଯ୍ୟ ହେବା ସହ ଟଙ୍କା ଟ୍ରାନ୍ସଫର ପାଇଁ ପଛଘୁଞ୍ଚା ଦେଇଥିଲେ। କିନ୍ତୁ ଆହୁରି ଅଧିକ ପରିଶ୍ରମ କରି ଅଧିକ ରୋଜଗାର କରିପାରିବି ବୋଲି ଜନାର୍ଦ୍ଦନ କହିଥିଲେ। ଏଭଳି ମହାବିପତ୍ତିବେଳେ ଅନେକ ଉଦାର ଲୋକ ସହାୟତା ପାଇଁ ଆଗେଇ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ଜନାର୍ଦ୍ଦନ ଜଣେ ବୋଲି ପିନାରାୟୀ ଲେଖିବା ସହ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। କେରଳ ଅର୍ଥମନ୍ତ୍ରୀ ଥୋମାସ ଆଇଜାକ ମଧ୍ୟ ଜନାର୍ଦ୍ଦନଙ୍କ ଷ୍ଟୋରି ଟୁଇଟ୍‌ କରିଛନ୍ତି।

ଅକ୍ସିଜେନ ପାଇଁ ଦେଲେ ଝିଅ ବିବାହ ଟଙ୍କା

କରୋନା ସଂକ୍ରମିତଙ୍କ ଚିକିତ୍ସା ଲାଗି ଅକ୍ସିଜେନ, ରେମ୍‌ଡେସିଭିର ମେଡିସିନ୍‌ ଆଦିର ଆବଶ୍ୟକତା ବିପୁଳ ମାତ୍ରାରେ ବଢ଼ିଥିବାବେଳେ ଅନେକ ଅସାଧୁ ଲୋକେ ଏହାକୁ ସୁଯୋଗ ବୋଲି ବିବେଚନା କରି ତାହାର କଳାବଜାରରେ ଲାଗିଛନ୍ତି। କିନ୍ତୁ ଏପରି କେତେ ଜଣ ଲୋକ ଅଛନ୍ତି ଯେଉଁମାନେ କଠିନ ସମୟରେ ବି ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଲେ ମଧ୍ୟପ୍ରଦେଶ ନିମଚ୍‌ ଜିଲାର ଚାଷୀ ଚମ୍ପାଲାଲ ଗୁରଜାର। ଝିଅର ବିବାହ ପାଇଁ ସଞ୍ଚୟ କରିଥିବା ୨ ଲକ୍ଷ ଟଙ୍କା ଜିଲାରେ କରୋନା ରୋଗୀଙ୍କ ନିମନ୍ତେ ଅକ୍ସିଜେନ କିଣିବା ପାଇଁ ସେ ଦାନ କରିଛନ୍ତି। ଏହାର ଏକ ଚେକ୍‌ ଜିଲାପାଳ ମୟଙ୍କ ଅଗ୍ରଓ୍ବାଲଙ୍କୁ ସେ ପ୍ରଦାନ କରି ସେଥିରେ ଦୁଇଟି ଅକ୍ସିଜେନ ସିଲିଣ୍ଡର, ଗୋଟିଏ ଜିଲା ହସ୍ପିଟାଲ ପାଇଁ ଏବଂ ଅନ୍ୟଟି ଜିରନ୍‌ ତହସିଲ ପାଇଁ, କିଣିବାକୁ ଅନୁରୋଧ କରିଛନ୍ତି। ଝିଅର ବାହାଘର ରବିବାର କରୋନା କଟକଣା ମଧ୍ୟରେ ହୋଇଥିବା ବେଳେ ଏହି ଦିନକୁ ଅଧିକ ସ୍ମରଣୀୟ କରିବାକୁ ସେ ଏପରି କରିଥିବା କହିଛନ୍ତି।

‘ପିଲାଙ୍କୁ ବର୍ଷେ ହେଲା ଦେଖିନି’

‘୨୦ ବର୍ଷ ହେଲା ଅକ୍ସିଜେନ ଟ୍ୟାଙ୍କର ପରିବହନରେ ନିୟୋଜିତ ଅଛି। ହେଲେ ବର୍ତ୍ତମାନ ପରି ଅକ୍ସିଜେନର ଏତେ ମାତ୍ରାରେ ଆବଶ୍ୟକତା କେବେ ଦେଖି ନ ଥିଲି। ଟ୍ୟାଙ୍କର ନେବାରେ ଟିକେ ଡେରି ଅନେକଙ୍କ ଜୀବନ ସଙ୍କଟାପନ୍ନ କରିପାରେ। ଏ ସବୁ ଭିତରେ ପରିବାର କଥା ପଛ କରିବାକୁ ପଡ଼ୁଛି। କରୋନାର ପ୍ରଥମ ଲହରଠାରୁ ଏପର୍ଯ୍ୟନ୍ତ ମୋ ଝିଅ ଓ ପୁଅଙ୍କୁ ଦେଖିନାହିଁ। ବାରମ୍ବାର ଘରୁ ଫୋନ ଆସୁଥିଲେ ହେଁ ଡ୍ୟୁଟି ପ୍ରଥମେ ବୋଲି ସେମାନଙ୍କୁ ବୁଝାଉଛି’। ଏ ଭଳି ଦୁଃଖଦ କାହାଣୀ ବଖାଣିଛନ୍ତି କର୍ନାଟକରେ ଅକ୍ସିଜେନ ଟ୍ୟାଙ୍କର ଡ୍ରାଇଭର କାମ କରୁଥିବା ଶଙ୍କର ମାଝି। ସେ ଓ ତାଙ୍କ ସହାୟକ ମହମ୍ମଦ ହାକିକଥଙ୍କ ଘର ବିହାରରେ। ଶଙ୍କର କହିଛନ୍ତି, କୋପ୍ପାଲକୁ ସପ୍ତାହରେ ଅତି କମ୍‌ରେ ଆମକୁ ବିନା ବ୍ରେକ୍‌ରେ ୩ ରାଉଣ୍ଡ ଟ୍ରିପ୍‌ କରିବାକୁ ପଡ଼ୁଛି। ୮ ଘଣ୍ଟାର ଯାତ୍ରାବେଳେ ରାସ୍ତାରେ ଚା’ ମଧ୍ୟ ପିଇବାକୁ ଗାଡ଼ି ରଖି ନ ଥାଉ।

ସହାୟତା ଦେବେ ୪୦ ଆମେରିକୀୟ କମ୍ପାନୀ

କରୋନା ମୁକାବିଲାରେ ଭାରତକୁ ସହାୟତା ପାଇଁ ଆଗେଇ ଆସିଛନ୍ତି ଆମେରିକାର ପ୍ରମୁଖ ୪୦ କମ୍ପାନୀ। କମ୍ପାନୀ ସିଇଓମାନେ ଏକ ଗ୍ଲୋବାଲ ଟାସ୍କଫୋର୍ସ ଗଠନ କରି ଭାରତକୁ ସାହାଯ୍ୟ କରିବାକୁ ଏକଜୁଟ ହୋଇଛନ୍ତି। ଏହି ଟାସ୍କଫୋର୍ସ ଭାରତକୁ ଚିକିତ୍ସା ଉପକରଣ, ଟିକା, ଅକ୍ସିଜେନ ଏବଂ ଅନ୍ୟାନ୍ୟ ସହାୟତା ସଂଗ୍ରହ କରି ଯୋଗାଇବ। ଆସନ୍ତା କିଛି ସପ୍ତାହ ମଧ୍ୟରେ ଭାରତକୁ ୨୦ ହଜାର ଅକ୍ସିଜେନ ସିଲିଣ୍ଡର ପଠାଯିବାକୁ ସୋମବାର ଅନୁଷ୍ଠିତ ଏକ ବୈଠକରେ ସ୍ଥିର ହୋଇଛି।

ଭାରତକୁ ସହାୟତା ଦେବାର ବେଳ

ବର୍ତ୍ତମାନ ଭାରତକୁ ସହାୟତା ଦେବାର ବେଳ ଆସିଛି। ସାରା ବିଶ୍ୱ ଯଥାସମ୍ଭବ ସାହାଯ୍ୟ କରନ୍ତୁ। ଏହି ବିପତ୍ତି ସମୟରେ ଭାରତ ସହ ସମସ୍ତେ ଛିଡ଼ା ହେବା ଉଚିତ ବୋଲି ମଙ୍ଗଳବାର ଜାତିସଂଘ ସାଧାରଣ ସଭା ୭୫ତମ ଅଧିବେଶନର ଅଧ୍ୟକ୍ଷ ଭୋଲ୍‌କାନ ବୋଜ୍‌କିର ଟୁଇଟ୍‌ କରିଛନ୍ତି। ଜାତିସଂଘରେ ଭାରତର ସ୍ଥାୟୀ ରାଷ୍ଟ୍ରଦୂତ ଟି.ଏସ୍‌. ତିରୁମୂର୍ତ୍ତି ବୋଜ୍‌କିରଙ୍କୁ ଟୁଇଟ୍‌ରରେ ଧନ୍ୟବାଦ ଦେଇଛନ୍ତି।

 

ବ୍ରିଟେନ, ଥାଇଲାଣ୍ଡରୁ ଅକ୍ସିଜେନ ଆସିଲା

ମହାମାରୀ ସମୟରେ ଭାରତର ସ୍ବାସ୍ଥ୍ୟସେବା ଭିତ୍ତିଭୂମି ଭୁଶୁଡ଼ିପଡ଼ିଥିବାବେଳେ ବିଭିନ୍ନ ଦେଶ ସହାୟତାର ହାତ ବଢ଼ାଇଛନ୍ତି। ବ୍ରିଟେନ ୧୦୦ ଭେଣ୍ଟିଲେଟର, ୯୫ ଅକ୍ସିଜେନ କନ୍‌ସେଣ୍ଟ୍ରେଟର ଓ ଅନ୍ୟ ଜୀବନରକ୍ଷକ ଉପକରଣ ପଠାଇଛି। ମଙ୍ଗଳବାର ଭୋର ସମୟରେ ଏହା ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚତ୍ଛି। ବ୍ରିଟେନର ଦ୍ୱିତୀୟ ପର୍ଯ୍ୟାୟ ସହାୟତା ୯ଟି ଏୟାରଲାଇନ୍‌ କଣ୍ଟେନର ଲୋଡ୍‌ରେ ଖୁବ୍‌ଶୀଘ୍ର ଆସିବ। ଏଥିରେ ୪୯୫ ଅକ୍ସିଜେନ୍‌ ସିଲିଣ୍ଡର, ୧୨୦ ଭେଣ୍ଟିଲେଟର ଓ ୨୦ ମାନୁଆଲ ଭେଣ୍ଟିଲେଟର ସାମିଲ ଥିବା ଜଣାପଡ଼ିଛି। ଏହି ବିପତ୍ତି ସମୟରେ ଭାରତ ସହ ବନ୍ଧୁ ଭାବେ ଆମେ ଛିଡ଼ା ହୋଇଛୁ ବୋଲି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ଟୁଇଟ୍‌ କରିଛନ୍ତି। ସେହିପରି ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍‌, ସିଙ୍ଗାପୁର ଓ ଦୁବାଇରୁ ମଧ୍ୟ କେତେକ ଜରୁରୀ ସାମଗ୍ରୀ ଭାରତୀୟ ବାୟୁସେନା ପକ୍ଷରୁ ଅଣାଯାଇଛି। ଜର୍ମାନୀ ଓ ଫ୍ରାନ୍ସ ମଧ୍ୟ ମେଡିକାଲ ଅକ୍ସିଜେନ ଏବଂ ଅନ୍ୟ ଜରୁରୀ ଉପକରଣ ପଠାଇବା ପାଇଁ ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri