Categories: ଜାତୀୟ

ଦାୟିତ୍ୱ ନେବାର ପ୍ରଥମ ଦିନରେ ଆକ୍ସନ୍‌ ମୋଡ୍‌ରେ ସ୍ଥଳସେନା ମୁଖ୍ୟ

ନୂଆଦିଲ୍ଲୀ,୧ା୫: ଭାରତର ନୂଆ ସ୍ଥଳସେନା ମୁଖ୍ୟ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଲ୍ୟୁଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ। ଦାୟିତ୍ୱ ନେବାର ପ୍ରଥମ ଦିନରେ ସେ ଆକ୍ସନ୍‌ ମୋଡ୍‌ରେ ନଜର ଆସିଛନ୍ତି। ଭାରତ-ଚାଇନା ସୀମାରେ ଦେଶର ସାର୍ବଭୌମତ୍ୱକୁ ହରାଇବାକୁ ଦିଆଯିବ ନାହିଁ ବୋଲି ସେ ସଫାସଫା କହିଛନ୍ତି। ମନୋଜ ପାଣ୍ଡେ କହିଛନ୍ତି, ଭାରତ-ଚାଇନା ସୀମାରେ ଆମର ସ୍ଥିତାବସ୍ଥାକୁ ନେଇ ଆମେ ଭଲ ଭାବେ ଅବଗତ ଅଛୁ। ଆମର ସୀମାକୁ ପରିବର୍ତ୍ତନ କରିବାକୁ ଦିଆଯିବ ନାହିଁ କି ସାର୍ବଭୌମତ୍ୱକୁ ହରାଇବାକୁ ଦିଆଯିବ ନାହିଁ। ଆମର ସୈନ୍ୟମାନେ ସୀମାରେ ସଜାଗ ଅଛନ୍ତି। ଗତ ଦୁଇବର୍ଷ ଭିତରେ ଆମେ ଚାଇନା ସୀମାରେ ନିଜର ସୈନ୍ୟ ମୁତୟନକୁ ଖୁବ୍‌ ମଜଭୁତ କରିଛୁ।
ସୂଚନାଯୋଗ୍ୟ, ଗତ ୩୦ ତାରିଖରେ ଦେଶର ୨୯ତମ ସ୍ଥଳ ସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜେନେରାଲ ମନୋଜ ପାଣ୍ଡେ। ଜେନେରାଲ ନରଭାଣେଙ୍କଠାରୁ ହିଁ ସେ ସ୍ଥଳ ସେନା ମୁଖ୍ୟ ପଦର ଦାୟିତ୍ୱ ଗ୍ରହଣ କରିଛନ୍ତି। ପାଣ୍ଡେ କାମରେ ଯୋଗ ଦେବା ପରେ ତାଙ୍କୁ ସାଉଥ ବ୍ଲକରେ ଭାରତୀୟ ସେନା ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି।

 

Share