କେସିଙ୍ଗା ଷ୍ଟେଶନ ପରିଦର୍ଶନ କଲେ ଜେନେରାଲ ମ୍ୟାନେଜର

କେସିଙ୍ଗା,୨୬।୬.(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନକୁ ଜେନେରାଲ ମ୍ୟାନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆରଏମ ସୁବାସ ଚନ୍ଦ୍ର ଚୌଧୁରୀ ଏବଂ ସମସ୍ତ ବିଭାଗ ଉଚ୍ଚ ପଦାଧିକାରୀ ଗଣ ଶୁକ୍ରବାର ପୂର୍ବାହ୍ନ ୧୦.୩୦ରେ ପରିଦର୍ଶନ କରିଥିଲେ। କେସିଙ୍ଗାର ପ୍ଲାଟଫର୍ମ ୧.୨.୩.୪ ନମ୍ବର ପ୍ଲାଟଫର୍ମକୁ ପରିଦର୍ଶନ କରି ଟିକିନିଖି ଯାଞ୍ଚ କରିଥିଲେ। ୪ ନମ୍ବରରେ ଥିବା ଟିକେଟ କାଉଣ୍ଟର, ଅପର କ୍ଲାସ, ବୁକିଂ କାଉଣ୍ଟର,ଅତିଥି ଗୃହ, ବିଶ୍ରାମ ଗୃହ, ସମେତ ସିଡି, ଲିଫ୍ଟ, ବିଦ୍ୟୁତକରଣକୁ ଦେଖିଥିଲେ। ପରିଶେଷରେ ଗଣମାଧ୍ୟମକୁ କେସିଙ୍ଗା ରେଳ ଷ୍ଟେଶନ ବାବଦରେ ମନ୍ତବ୍ୟ ପ୍ରଦାନ କରିଥିଲେ।

 

Dharitri – Odisha’s No.1 Odia Daily

 

Share