Categories: ଜାତୀୟ

ସିଡିଏସ୍ ବିପିନ ରାୱତଙ୍କ ରାଜକୀୟ ସମ୍ମାନ ସହ ହେବ ଶେଷ କୃତ୍ୟ ସମ୍ପନ୍ନ, ସକାଳ ୧୧ଟାରୁ ଶେଷ ଦର୍ଶନ

ନୂଆଦିଲ୍ଲୀ,୧୦ ।୧୨: ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ସିଡିଏସ୍‌) ଜେନେରାଲ ବିପିନ ରାୱତଙ୍କର ଶୁକ୍ରବାର ଶେଷ କୃତ୍ୟ ଦିଲ୍ଲୀଠାରେ ସମ୍ପୂର୍ଣ୍ଣ ରାଜକୀୟ ସମ୍ମାନ ସହ ସମ୍ପନ୍ନ ହେବ । ଯେତେବେଳେ ରାୱତଙ୍କ ଅନ୍ତିମ ଯାତ୍ରା ବାହାରିବ, ସେତେବେଳେ ଯେ ତାଙ୍କୁ ଶେଷ ସଲାମି ଦିଆଯିବ କେବଳ ସେତିକି ନୁହେଁ ସେହି ସମୟର ସମସ୍ତ ଚିତ୍ରକୁ ଦେଶବାସୀ ସାଇତି ରଖିବେ ଚୀରକାଳ ପର୍ଯ୍ୟନ୍ତ । ଆଉ ଆଗାମୀ ପିଢିକୁ କହିବେ ଆମେ ଦେଶର ପ୍ରଥମ ସିଡିଏସ୍‌ଙ୍କୁ ଦେଖିଛୁ । ଆମେ ଜେନେରାଲ ବିପିନ ରାୱତଙ୍କୁ ଦେଖିଛୁ । କୁନ୍ନୁର ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦେଶର ବୀରପୁତ୍ର ଯୋଦ୍ଧାଙ୍କୁ ଆଜି ସାରା ଦେଶ ଲୁହ ଭିଜା ଆଖିରେ ଦେଉଛି ଶ୍ରଦ୍ଧାଞ୍ଜଳି । ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ସିଡିଏସ୍‌) ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କର ଶୁକ୍ରବାର ହେବ ଶେଷ ଯାତ୍ରା । ସକାଳ ୧୧ଟାରୁ ଦିନ ୨ଟା ପର୍ଯ୍ୟନ୍ତ ତାଙ୍କ ଦିଲ୍ଲୀସ୍ଥିତି ବାସଭବନରେ ପାର୍ଥିକ ଶରୀରର ଶେଷ ଦର୍ଶନ କରାଯିବ । ଏହାପୂର୍ବରୁ ଗୁରୁବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବହୁ ନେତା ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ବରାର ସ୍କୋୟାରରେ ହେବ ଅନ୍ତିମ ସଂସ୍କାର
ଜେନରାଲ ବିପିନ ରାୱତଙ୍କ ପାର୍ଥିବ ଶରୀରକୁ ଗନ କ୍ୟାରିଏଜ ଅର୍ଥାତ୍ ତୋପ ଗାଡିରେ ରଖାଯିବ । ଅନ୍ତିମ ଯାତ୍ରାରେ ଜେନରାଲ ବିପିନ ରାୱତଙ୍କ ସହ ତାଙ୍କ ପତ୍ନୀଙ୍କ ପାର୍ଥିବ ଶରୀର ବି ରହିବ । ଏହା ତାଙ୍କ ଦିଲ୍ଲୀସ୍ଥିତ ବାସଭବନରୁ ବରାର ସ୍କୋୟାର ପର୍ଯ୍ୟନ୍ତ ଯିବ । ଆଉ ରାଜକୀୟ ସମ୍ମାନ ସହ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।

Share