ସ୍ବାମୀଙ୍କ ସହ ଫିଲ୍ମରେ କାମ କରିବାକୁ ଚାହୁଁଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଜେନେଲିଆ ଡି’ସୁଜା ପୁଣି ଥରେ ସ୍ବାମୀ ରିତେଶ ଦେଶମୁଖଙ୍କ ସହ ବଡ଼ ପରଦାରେ ଆମ କରିବାକୁ ଚାହୁଁଛନ୍ତି। ପୂର୍ବରୁ ଏହି ସୁପରଷ୍ଟାର ଦମ୍ପତି ଅନେକ ଫିଲ୍ମରେ ଏକାଠି କାମ କରିସାରିଛନ୍ତି। ଏ ନେଇ ଜେନେଲିଆ କହିଛନ୍ତି, ଏବେ ତାଙ୍କ ହାତରେ ଅନେକ ଭଲ ପ୍ରୋଜେକ୍ଟ ରହିଛି। ଆହୁରି ମଧ୍ୟ ସେ କହିଛନ୍ତି, ଅନେକ ଦିନ ହୋଇଗଲା, ଏବେ ଆଶା କରୁଛି ଅମକୁ ଏକାଠି ଗୋଠିଏ ଫିଲ୍ମରେ କାମ କରିବାର ସୁଯୋଗ ମିଳିବ। ଏହାର ଉତ୍ତରରେ ରିତେଶ କହିଛନ୍ତି, ତମେ କେବଳ ଏହି ପ୍ରୋଜେକ୍ଟ ହଁ କହି ଦେଖ। ତେବେ ଆଗାମୀ ଦିନରେ ଏହି ଦମ୍ପତିଙ୍କୁ ଏକାଠି ବଡ଼ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।

Share