Categories: ଜାତୀୟ

ଲିଙ୍ଗଗତ ସମାନତା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ, ଏହାକୁ ଉପେକ୍ଷା କରାଯାଇ ପାରିବ ନାହିଁ…

ନୂଆଦିଲ୍ଲୀ, ୨୩।୨ : ପ୍ରତିଟି କ୍ଷେତ୍ରରେ ଲିଙ୍ଗଗତ ସମାନତା ଉପଲବ୍ଧ କରାଇବା ଆବଶ୍ୟକ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏହାକୁ ଉପେକ୍ଷା କରାଯାଇ ପାରିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ନାଗଲାଣ୍ଡ ପୌରପାଳିକା ନିର୍ବାଚନରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ମାମଲାର ବିଚାର କରି ଶୀର୍ଷକୋର୍ଟ ୩୩ ପ୍ରତିଶତ ସଂରକ୍ଷଣ ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି।

ବିଚାରପତି ସଞ୍ଜୟ କିଶନ କୌଲ ଏବଂ ଏମ୍‌.ଏମ୍‌. ସୁନ୍ଦରେଶଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ୬ ସପ୍ତାହ ମଧ୍ୟରେ ରାଜ୍ୟ ସରକାରଙ୍କଠାରୁ ଏସମ୍ପର୍କିତ ରିପୋର୍ଟ ଲୋଡିଛନ୍ତି।

ପିପୁଲସ୍‌ ୟୁନିଅନ୍‌ ଫର୍‌ ସିଭିଲ୍‌ ଲିବର୍ଟି ଏବଂ ମହିଳା ଅଧିକାରକର୍ମୀ ରୋଜମାରେ ଦୁଭୁଚୁଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଏକ ପିଟିଶନ୍‌ର ବିଚାର କରି ଖଣ୍ଡପୀଠ ଏଭଳି ରାୟ ପ୍ରଦାନ କରିଛନ୍ତି। ବରିଷ୍ଠ ଆଇନଜୀବୀ ତଥା ରାଜ୍ୟ ସରକାରଙ୍କ ଆଡଭୋକେଟ ଜେନେରାଲ କେ.ଏନ୍‌. ବାଲଗୋପାଳ ଏନେଇ ନାଗାଲାଣ୍ଡ ସରକାରଙ୍କ ପକ୍ଷରୁ ପକ୍ଷ ଉପସ୍ଥାପନ କରିଥିଲେ।

ପିପୁଲସ୍‌ ୟୁନିଅନ୍‌ ଫର୍‌ ସିଭିଲ୍‌ ଲିବର୍ଟି ପକ୍ଷରୁ ବରିଷ୍ଠ ଆଇନଜୀବୀ କୋଲିନ୍‌ ଗୋଞ୍ଜାଲଭେସ୍‌ ଖଣ୍ଡପୀଠଙ୍କ ସମ୍ମୁଖରେ ନିଜର ପକ୍ଷ ରଖିଥିଲେ।

Share