କଟକ,୧୪ା୯ (କାର୍ତ୍ତିକ ସାହୁ)କଟକ ସହରରେ ମାଳ ମାଳ କ୍ଲିନିକ୍ ଓ ଡାଇଗ୍ନୋଷ୍ଟିକ୍ ସେଣ୍ଟର ଖୋଲିଛି। ସେଠାରେ ବେଆଇନ ଭାବେ ଲିଙ୍ଗ ନିରୂପଣ କରାଯାଉଛି। ହେଲେ ପ୍ରମାଣ ଅଭାବରୁ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରୁ ନ ଥିଲା। ଖବରପାଇ ବୁଧବାର ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ କଟକ ଅରୁଣୋଦୟ ନଗର ଅଞ୍ଚଳର ଏକ ନର୍ସିଂହୋମ୍, ବାଦାମବାଡ଼ି ରକ୍ସିଲେନ୍ ଅଞ୍ଚଳର ଏକ ଫିଜିଓଥେରାପି ସେଣ୍ଟର ଓ ଏକ ଭଡ଼ାଘରେ ଚଢ଼ାଉ କରିଥିଲା। ଏଥିରେ ଜିଲା ପ୍ରଶାସନର ଅଧିକାରୀ ଓ ଡ୍ରଗ୍ସ ନିୟନ୍ତ୍ରକ ସାମିଲ ହୋଇଥିଲେ। ଚଢ଼ାଉବେଳେ ଦୁଇଟି ଅଲଟ୍ରାସାଉଣ୍ଡ୍ ମେଶିନ ଏବଂ କିଛି ଗର୍ଭପାତ ଔଷଧ ଜବତ କରାଯାଇଛି। ଏଭଳି ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ରକ୍ସିଲେନ୍ ଅଞ୍ଚଳର ଏକ ଫିଜିଓଥେରାପି ସେଣ୍ଟରରେ ବେଆଇନ ଲିଙ୍ଗ ନିରୂପଣ କରାଯାଉଥିବା ଖବର ମିଳିବା ପରେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ପ୍ରଥମେ ସେଠାରେ ଚଢ଼ାଉ କରିଥିଲା। ଏଠାରେ ଫିଜିଓ ଥେରାପି ନାମରେ ଅଭିଯୁକ୍ତ ଜଣଙ୍କ ଲିଙ୍ଗ ନିରୂପଣ କରୁଥିବା ଜଣାପଡିଥିଲା। ସେଠାରୁ ଏକ ପୋର୍ଟେବୁଲ ଅଲଟ୍ରାସାଉଣ୍ଡ ମେଶିନ ଓ ଗର୍ଭପାତ ନିମନ୍ତେ ବ୍ୟବହୃତ ଔଷଧ ଜବତ ହୋଇଥିଲା। ଏହାପରେ ନିକଟରେ ଥିବା ଅଭିଯୁକ୍ତଙ୍କ ଭଡ଼ାଘରେ ଚଢ଼ାଉ କରାଯାଇଥିଲା। ସେଠାରୁ କେତେକ ଗର୍ଭପାତ ଔଷଧ ଏବଂ ଇଞ୍ଜେକଶନ ମିଳିଥିଲା। ଏହାପରେ ୧୨ ଜଣିଆ ଟିମ୍ ଅରୁଣୋଦୟ ନଗର ଅଞ୍ଚଳରେ ଥିବା ନର୍ସିଂହୋମ୍ରେ ଚଢ଼ାଉ କରି ଏକ ଅଲଟ୍ରାସାଉଣ୍ଡ ମେଶିନ ଜବତ କରିଥିଲା। ଅନ୍ୟପକ୍ଷରେ ନର୍ସିଂହୋମ୍ର ମାଲିକ ଏଭଳି ଘଟଣା ସଂକ୍ରାନ୍ତରେ କିଛି ଜାଣିନାହାନ୍ତି ବୋଲି କହିଛନ୍ତି। ୨ ମାସ ପୂର୍ବରୁ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ସେ ଏହାର ମାଲିକାନା ପ୍ରଦାନ କରିଛନ୍ତି ବୋଲି ପ୍ରକାଶ କରିଥିଲେ। ଅପରପକ୍ଷରେ ଚଢ଼ାଉ ଜାରି ରହିଛି ବୋଲି ଡେପୁଟି କଲେକ୍ଟର ଅଳକାରାଣୀ ଦେବତା ସୂଚନା ଦେଇଛନ୍ତି।
Posted inHome, Home Left, ଆମ ଜିଲା ଖବର, କଟକ View All
ଟ୍ରମ୍ପ ଖେଳିଲେ ବଡ଼ ଗେମ୍! ୪୮ ଘଣ୍ଟା ପରେ ଖୋଲିଲା ହର୍ମୁଜ୍ ପ୍ରଣାଳୀ
ଓ୍ବାଶିଂଟନ୍,୧୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀରେ ଅବରୋଧ ହଟାଇବା ନେଇ ଘୋଷଣା କରିଛନ୍ତି। ଏକ ବିବୃତ୍ତିରେ ଟ୍ରମ୍ପ କହିଛନ୍ତି, “ଆମେ ଏବେ ଏହାକୁ ସମ୍ପୂର୍ଣ୍ଣ…
PNB ଗ୍ରାହକ ଆଲର୍ଟ! କାଲିଠୁ ବନ୍ଦ ହୋଇଯିବ ବ୍ୟାଙ୍କ୍ ଆକାଉଣ୍ଟ, ଲିଷ୍ଟରେ ଅଛି କି ନାଁ…
ନୂଆଦିଲ୍ଲୀ,୧୫।୪: ଯଦି ଆପଣଙ୍କର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ରେ ଏକ ଆକାଉଣ୍ଟ ଅଛି, ତେବେ ଏହି ଅପଡେଟ ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବ୍ୟାଙ୍କ…
ସ୍କୁଲ୍ରେ ଅଘଟଣ, ପାଚେରୀ ଭୁଶୁଡ଼ି ଚାଲିଗଲା ୨ ଛାତ୍ରୀଙ୍କ ଜୀବନ
ପାରଳାଖେମୁଣ୍ଡି/ମୋହନା,୧୫।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ରା.ଉଦୟଗିରିରେ ଅଭାବନୀୟ ଘଟଣା । ସ୍କୁଲ ପାଚେରୀ ତଳେ ଚାପି ହୋଇ ଦୁଇ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ରା.ଉଦୟଗିରି ଥାନା ୠବୁଡିସିଂ…
ଚିନ୍ତା ବଢ଼ାଇଲା ରିପୋର୍ଟ, ଆଗାମୀ ୩-୪ ବର୍ଷ ପାଇଁ ଲାଗି ରହିପାରେ ଗ୍ୟାସ୍ ଅଭାବ!
ନୂଆଦିଲ୍ଲୀ,୧୫।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଯୋଗୁଁ ଭାରତ ସହ ଅନେକ ଦେଶରେ ଗ୍ୟାସର ଅଭାବ ଦେଖାଦେଇଛି । ଦେଶକୁ ଆଗାମୀ ତିନିରୁ ଚାରି ବର୍ଷ ପାଇଁ ଏହି ଚ୍ୟାଲେଞ୍ଜର…
ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ,ଏପରି କରନ୍ତୁ ଚେକ୍
ନୂଆଦିଲ୍ଲୀ,୧୫।୪: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ଛାତ୍ରୀଛାତ୍ର ଏବଂ ଅଭିଭାବକମାନେ ବର୍ତ୍ତମାନ UMANG ଆପରେ…
ଆଇନମନ୍ତ୍ରୀଙ୍କ ଘୋଷଣା, ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାରେ ହେବ ବଡ଼ ପରିବର୍ତ୍ତନ
ଭୁବନେଶ୍ବର,୧୫।୪: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନେଇ ବଡ଼ ଘୋଷଣା କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ବଦଳିବ ଦର୍ଶନ ବ୍ୟବସ୍ଥା । ଖୁବଶୀଘ୍ର ସ୍ଲଟ ବୁକିଂ ମାଧ୍ୟମରେ…
ଏପ୍ରିଲ ୧୬ରେ ବଡ଼ ନିଷ୍ପତ୍ତି ନେବେ ଏମଏସ ଧୋନୀ! CSK ମ୍ୟାଚ୍…
ନୂଆଦିଲ୍ଲୀ,୧୫।୪: ଏମଏସ ଧୋନୀ ଏପ୍ରିଲ ୧୬ରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏହି ନିଷ୍ପତ୍ତି ତାଙ୍କର ପରବର୍ତ୍ତୀ ଆଇପିଏଲ ୨୦୨୬ ମ୍ୟାଚରେ ଅଂଶଗ୍ରହଣ କରିବା…
ରାଜଧାନୀରେ ଚାଞ୍ଚଲ୍ୟ: ଟ୍ୟୁଶନ ଯାଇ ନିଖୋଜ ହେଲେ ନାବାଳିକା
ଭୁବନେଶ୍ୱର,୧୫।୪: ଟ୍ୟୁଶନ ଯାଇ ନିଖୋଜ ହେଲେ ନାବାଳିକା। ଏଭଳି ଅଭାବନୀୟ ଘଟଣା ଘଟିଛି ନୟାପଲ୍ଲୀ ଥାନା ଅଞ୍ଚଳରେ। ନୟାପଲ୍ଲୀ ଥାନା ସାଲିଆସାହି ନାବାଳିକାଙ୍କ ପତ୍ତା ମିଳୁନି ।…
Archives

