Posted inଜାତୀୟ

ଇଞ୍ଜିନିୟର ମହିଳାଙ୍କୁ ବିବାହ କରିବା ପାଇଁ କରିଥିଲେ ଲିଙ୍ଗ ପରିବର୍ତ୍ତନ, ଏବେ ଜୀବନ୍ତ ଜାଳିଦେଲେ

ଚେନ୍ନାଇ,୨୫।୧୨: ଜଣେ ଲିଙ୍ଗ ପରିବର୍ତ୍ତନ କରିଥିବା ବ୍ୟକ୍ତି ମହିଳା ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି। କୁହାଯାଉଛି ଯେ ପିଲାଦିନରୁ ଦୁହେଁ ପରସ୍ପରକୁ ଜାଣିଥିଲେ। ପୋଲିସ ଅଭିଯୁକ୍ତକୁ ଗିରଫ କରି ନ୍ୟାୟିକ ହେପାଜତକୁ ପଠାଇଛି। ସୋମବାର ଏହି ମାମଲା ସମ୍ପର୍କରେ ସୂଚନା ଦେଇ ପୋଲିସ କହିଛି ଯେ, ସେହି ବ୍ୟକ୍ତି ଜଣଙ୍କ ତାଙ୍କ ପିଲାଦିନର ସହପାଠୀକୁ ଜୀବନ୍ତ ଜାଳି ଦେଇଛନ୍ତି। ଯିଏ ସଫ୍ଟୱେୟାର୍‌ ଇଞ୍ଜିନିୟର ଥିଲେ।

ଅଭିଯୁକ୍ତ ତାଙ୍କ ନାମ ପଣ୍ଡି ମହେଶ୍ୱରୀ (ପୂର୍ବରୁ ମହିଳା ଥିଲେ)ରୁ ବଦଳାଇ ଭେଟ୍ରିମାରନରେ ରଖିଥିଲେ। ସେ ଶନିବାର ଚେନ୍ନାଇର ଦକ୍ଷିଣ ଉପକଣ୍ଠ କେଲାମ୍ବକ୍କମ ନିକଟ ଥଲାମବୁରରେ ଆର.ନନ୍ଦିନୀଙ୍କୁ ଭେଟିଥିଲେ। ଆଉ ଜନ୍ମଦିନ ପୂର୍ବରୁ ନନ୍ଦିନୀଙ୍କୁ କିଛି ସରପ୍ରାଇଜ୍‌ ଦେବା କହି ଆଖିରେ କଳା ପଟି ଦେଇ ଏକ ଦଉଡିରେ ବାନ୍ଧି ଜୀବନ୍ତ ପୋଡି ଦେଇଥିଲେ।

ସୂଚନାଯୋଗ୍ୟ, ପୀଡିତା ମଦୁରାଇରେ ସଫ୍ଟୱେୟାର ଇଞ୍ଜିନିୟର ଥିଲେ। ଯାଞ୍ଚରୁ ଜଣାପଡିଛି ଯେ ୨୬ ବର୍ଷିୟ ପଣ୍ଡି ମହେଶ୍ୱରୀ ନନ୍ଦିନୀଙ୍କ ସହ ମଦୁରାଇର ଏକ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ମହେଶ୍ୱରୀ ତାଙ୍କ ନାମ ଭେଟ୍ରିମାରନରେ ପରିବର୍ତ୍ତନ କରିବା ପରେ ମଧ୍ୟ ନନ୍ଦିନୀ ମାନବିକତା ଆଧାରରେ ସେମାନଙ୍କର ବନ୍ଧୁତା ଜାରି ରଖିଥିଲେ ଏବଂ ଦୁହେଁ ଏକ କମ୍ପାନୀରେ ସାଙ୍ଗରେ କାମ ମଧ୍ୟ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚମକାଇଲା Exit Poll, ବଙ୍ଗରେ ୫ଗୁଣା ବଢିଯିବ କଂଗ୍ରେସ ସିଟ୍‌!

କୋଲକାତା,୩୦।୪: ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବୁଧବାର (୨୯ ଏପ୍ରିଲ, ୨୦୨୬) ଶେଷ ହୋଇଛି। ସମକାଳୀନ ଭାବରେ, ଏକଜିଟ ପୋଲର ଫଳାଫଳ ମଧ୍ୟ ପ୍ରକାଶ ପାଇଛି। ଏହି…

ବାଛୁରୀକୁ ଖାଇଦେଲା ବାଘ! ଗାଁରେ ଖେଲିଗଲା ଆତଙ୍କ

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ):ବରଗଡ ଜିଲା ଆମ୍ବାଭୋନା ବ୍ଲକ ଅଞ୍ଚଳରେ ବାଘ ଆତଙ୍କ ଖେଳିଯାଇଛି। ବୁଧବାର ବିଳମ୍ବିତ ରାତିରେ ଉକ୍ତ ବ୍ଲକ ଅନ୍ତର୍ଗତ କର୍ଲା ଗ୍ରାମର ଗୋପାଳ ଭୋଇଙ୍କ ଗୁହାଳରେ…

ଜିତୁ ମୁଣ୍ଡାଙ୍କୁ ମାସକର ଦରମା ଦେବେ ରାଜସ୍ଥାନ ଭାଜପା ମନ୍ତ୍ରୀ: କହୁ କହୁ କହିଦେଲେ ଏମିତି କଥା

ଜୟପୁର,୩୦ା୪ (ପି.ଟି.):କେନ୍ଦୁଝର ଜିଲାରେ ଜମା ଟଙ୍କା ପାଇବା ପାଇଁ ବ୍ୟାଙ୍କକୁ ଜଣେ ଆଦିବାସୀ ବ୍ୟକ୍ତି ଭଉଣୀଙ୍କ କଙ୍କାଳ ବୋହି ଆଣିବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ…

ସମୃଦ୍ଧିର ପ୍ରତୀକ

ଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ ସମୃଦ୍ଧିର ପ୍ରତୀକ…

ଧାନବିକ୍ରି ନ ହେବା ଘଟଣାରେ ଉଚ୍ଚ ନ୍ୟାୟାଳୟର ବଡ଼ ରାୟ: ଯାଞ୍ଚ କରି ପଦକ୍ଷେପ ନେବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ

ବରଗଡ,୩୦।୪(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ଚାଷୀଙ୍କଠାରୁ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ଦେଖାଦେଇଥିବା ସମସ୍ୟାର ସମାଧାନ ପାଇଁ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୫-୨୬ ବର୍ଷର ଖରିଫ…

୨୦୩୦ ସୁଦ୍ଧା ଚନ୍ଦ୍ରରେ ବସତି ସ୍ଥାପନ ପ୍ରସ୍ତୁତି: ଫୁଲି ପାରୁଥିବା ଘରେ ରହିବେ ମହାକାଶଚାରୀ

ୱାଶିଂଟନ/ସିଙ୍ଗାପୁର, ୩୦ା୪:ଚନ୍ଦ୍ର ପୃଷ୍ଠରେ ମଣିଷ ରହିବା ଏବେ ଆଉ କେବଳ କଳ୍ପନା ହୋଇ ରହିନାହିଁ। ଆସନ୍ତା ୨୦୩୦ ସୁଦ୍ଧା ଚନ୍ଦ୍ରରେ ଏକ ସ୍ଥାୟୀ ମାନବ ବସତି ସ୍ଥାପନ…

ଆମେରିକା ପାସ୍‌ପୋର୍ଟରେ ଟ୍ରମ୍ପ୍‌ଙ୍କ ଫଟୋ: ବଢୁଛି ଚର୍ଚ୍ଚା

ୱାଶିଂଟନ୍‌, ୩୦ା୪:ଆମେରିକା ପାସ୍‌ପାର୍ଟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଫଟୋ ଦେଖିବାକୁ ମିଳିବ ବୋଲି ମଙ୍ଗଳବାର ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି। ସରକାରୀ ଅନୁଷ୍ଠାନଗୁଡ଼ିକ ଉପରେ ନିଜର ବ୍ୟକ୍ତିଗତ…

Exit Poll 2026: ଆସାମରେ ଭାଜପା, ତାମିଲନାଡୁରେ ଡିଏମ୍‌କେ, କେରଳରେ ୟୁଡିଏଫ୍‌ ଆଉ ପଶ୍ଚିମବଙ୍ଗରେ…

ନୂଆଦିଲ୍ଲୀ,୨୯ା୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ବୁଧବାର ସନ୍ଧ୍ୟାରେ ବିଭିନ୍ନ ଏକ୍‌ଜିଟ୍‌ ପୋଲ୍‌ (ବୁଥ୍‌ଫେରନ୍ତା ଜନମତ ସର୍ଭେ) ପ୍ରକାଶ ପାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri