Posted inଜାତୀୟ

ଗେହଲଟଙ୍କ ଚିନ୍ତନ ବନାମ ପାଇଲଟଙ୍କ ମିଶନ…

ଜୟପୁର,୧୬।୧ : ବିଧାନସଭା ନିର୍ବାଚନର ପ୍ରାୟ ୧୦ ମାସ ପୂର୍ବରୁ ରାଜସ୍ଥାନରେ ରାଜନୈତିକ ଉଷ୍ଣତା ବଢ଼ିବାରେ ଲାଗିଛି। ଗୋଟିଏ ପଟେ ରାଜସ୍ଥାନ ସରକାର ‘ଚିନ୍ତନ’ ଶିବିର କରିବାକୁ ଯାଉଛନ୍ତି ଏବଂ ଅନ୍ୟ ପଟେ ପୂର୍ବ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ‘ମିଶନ -୨୩’ ଆରମ୍ଭ କରିବାକୁ ଯାଉଛନ୍ତି। ସୋମବାରଠାରୁ ପାଇଲଟ ବିଶାଳ ସମାବେଶ ଏବଂ ଜନସମ୍ପର୍କ ଅଭିଯାନ ଆରମ୍ଭ କରିଛନ୍ତି। ଦୀର୍ଘ ଦିନ ଧରି ମୁଖ୍ୟମନ୍ତ୍ରୀ ପଦବୀ ଉପରେ ନଜର ରଖିଥିବା ପାଇଲଟ ପୁଣି ଥରେ ଏହି ରାଲି ମାଧ୍ୟମରେ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛନ୍ତି ବୋଲ ଚର୍ଚ୍ଚା ହେଉଛି। ଆଗାମୀ ନିର୍ବାଚନ ପୂର୍ବରୁ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବାର ପ୍ରୟାସ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି।

ଜାନୁଆରୀ ୨୩ ରୁ ରାଜ୍ୟରେ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ସମୟରେ ପାଇଲଟଙ୍କ ସମାବେଶ ନେଇ ରାଜ୍ୟ ରାଜନୈତିକ ମହଲ ସକ୍ରିୟ ହେବାରେ ଲାଗିଛି। ପଞ୍ଜାବର ଭାରତ ଯୋଡା ଯାତ୍ରାରେ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ପାଇଲଟ ତାଙ୍କର ମିଶନ ଆରମ୍ଭ କରିଛନ୍ତି, ଯାହା ସେ ନିଜେ ସୋସିଆଲ ମିଡିଆ ମାଧ୍ୟମରେ ଘୋଷଣା କରିଛନ୍ତି। ଯୋଜନା ଅନୁଯାୟୀ, ପାଇଲଟ ୧୬ରୁ ୧୯ ପର୍ଯ୍ୟନ୍ତ ନାଗୌର, ହନୁମାନଗଡ, ଝୁଞ୍ଜୁନୁ ଏବଂ ପାଲିରେ କୃଷକ ସମାବେଶକୁ ସମ୍ବୋଧିତ କରିବେ। କୃଷକମାନଙ୍କ ସହିତ ପାଇଲଟ ମଧ୍ୟ ଯୁବବର୍ଗମାନଙ୍କ ଉପରେ ଧ୍ୟାନ ଦେବେ। ଯୁବବର୍ଗମାନଙ୍କ ମଧ୍ୟରେ ଲୋକପ୍ରିୟ ପାଇଲଟ ଜାନୁଆରୀ ୨୦ରେ ଜୟପୁରର ଛାତ୍ରୀଛାତ୍ରମାନଙ୍କୁ ସମ୍ବୋଧିତ କରିବେ।

ନିକଟରେ ପାଇଲଟ ତାଙ୍କ କାର୍ଯ୍ୟସୂଚୀ ଘୋଷଣା କରିବାବେଳେ କହିଥିଲେ, ’ମୁଁ ରାଜସ୍ଥାନର ବିଭିନ୍ନ ଜିଲ୍ଲାର ଲୋକ ଏବଂ ଶ୍ରମିକଙ୍କ ମଧ୍ୟରେ ରହିବି। ପାଇଲଟ ପ୍ରଥମେ ନାଗୌର ଜିଲାର ପାରାବସ୍ତର ଅଞ୍ଚଳରେ ଜାନୁଆରୀ ୧୬ ରେ କୃଷକଙ୍କୁ ସମ୍ବୋଧିତ କରିବେ। ଜାନୁୟାରୀ ୧୭ ରେ, ହନୁମାନଗଡର ପିଲିବାଙ୍ଗା, ଜାନୁଆରୀ ୧୮ ରେ ଝୁଞ୍ଜୁନୁର ଗୁଢ୍ଡା, ଜାନୁଆରୀ ୧୯ରେ ପାଲିର ସଦରିରେ ସେ ସଭାରେ ସମ୍ବୋଧନ କରିବେ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସୋମବାରଠାରୁ ଜୟପୁରରେ ଦୁଇ ଦିନିଆ ଚିନ୍ତନ ଶିବିର ଆୟୋଜନ କରିବାକୁ ଯାଉଛନ୍ତି। ଏଥିରେ ସରକାରଙ୍କ ଯୋଜନା ଏବଂ ବଜେଟ ଘୋଷଣା ସମୀକ୍ଷା କରାଯିବ।
ଏହି ସଭାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଅଧ୍ୟକ୍ଷତା କରିବେ ଏବଂ ଏଥିରେ ସମସ୍ତ ମନ୍ତ୍ରୀ ଏବଂ ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ। ୨ ଦିନର ମୋଟ ୮ ଟି ଅଧିବେଶନ ଅନୁଷ୍ଠିତ ହେବ ଯେଉଁଥିରେ ମନ୍ତ୍ରୀମାନେ ନିଜ ନିଜ ବିଭାଗର କାର୍ଯ୍ୟର ହିସାବ ରଖିବେ। ସମସ୍ତ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ଆଧାରରେ ପରବର୍ତ୍ତୀ ରଣନୀତି ପ୍ରସ୍ତୁତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri