Categories: ଜାତୀୟ

ଗେହଲଟଙ୍କ ଗେମ୍‌ ପ୍ଲାନ୍‌: ମନ୍ତ୍ରିମଣ୍ଡଳରେ ୨ ଉପମୁଖ୍ୟମନ୍ତ୍ରୀ

ଜୟପୁର, ୧୫।୭: ରାଜସ୍ଥାନରେ ଶାସକ କଂଗ୍ରେସ ସରକାର କ୍ଷମତା ଚ୍ୟୁତ ହେବା ପୂର୍ବରୁ ଷଡ଼ଯନ୍ତ୍ର ଫସର ଫାଟିଯାଇଛି। ଏବେ ଦଳର ସମସ୍ତ ସଦସ୍ୟତାରୁ ବିଦ୍ରୋହୀ ସଚିନ ପାଇଲଟଙ୍କୁ ହଟାଇ ଦିଆଯାଇଛି। ତେବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବାକୁ ଯାଉଛନ୍ତି। ଗେହଲଟ ଏଥିରେ ନୂଆ ଗେମ୍‌ ପ୍ଲାନ୍‌ ଆପଣେଇଥିବା କୁହାଯାଉଛି। ପାଇଲଟଙ୍କୁ ହଟାଇବା ପରେ ଗେହଲଟ ଘର ସଜାଡ଼ିବା ଆରମ୍ଭ କରିଛନ୍ତି। ମନ୍ତ୍ରିମଣ୍ଡଳରେ ୨ ଉପମୁଖ୍ୟମନ୍ତ୍ରୀ ହେବେ। ଏହା ସହିତ ଏଥିରେ ୭ ଜଣ ନୂଆ ମନ୍ତ୍ରୀ ହେବେ। ସେହିପରି ସରକାରରେ ୧୦ରୁ ୧୫ଜଣଙ୍କୁ ସଂସଦୀୟ ସଚିବ ଦାୟିତ୍ୱ ଦିଆଯିବାର ଯୋଜନା ଗେହଲଟ କରୁଥିବା ଚର୍ଚ୍ଚା ହେଉଛି। ଏବେ ପାଇଲଟଙ୍କ ସ୍ଥିତି ତ୍ରିଶଙ୍କୁ ଅବସ୍ଥାରେ ରହିଛି। ଅସଫଳ ବିଦ୍ରୋହ ଯୋଗୁ ତାଙ୍କର ରାଜନୈତିକ କ୍ୟାରିଅର ଅଟକି ଯାଇଥିବା କୁହାଯାଉଛି। ସେ ଏବେ କାହାର ପାଇଲଟ ସାଜିବେ ସେ ନେଇ ରାଜନୈତିକ ସମୀକ୍ଷକ ନାନା ମନ୍ତବ୍ୟ ଦେବାରେ ଲାଗିଛନ୍ତି।

Share