Categories: ଜାତୀୟ

‘ବିଧାନସଭା ନିର୍ବାଚନରେ ଭାଜପା ସମଦଶା ଭୋଗିବ’

ଜୟପୁର,୧୧।୬: ରାଜସ୍ଥାନରୁ ରାଜ୍ୟ ସଭାକୁ କଂଗ୍ରେସରୁ ୩ଜଣ ନିର୍ବାଚିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅଭିନନ୍ଦନ ଜଣାଇଛନ୍ତି। ଅନ୍ୟପକ୍ଷରେ ଭାଜପା ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ସୁଭାଷ ଚନ୍ଦ୍ରା ହାରିଯାଇଥିବାରୁ ଗୈରିକ ଦଳର ଘୋଡ଼ାବେପାର ଉଦ୍ୟମ ବିଫଳ ହୋଇଥିବା ସେ କହିଛନ୍ତି। ଭାଜପା ପାଖରେ ଥିବା ସଂଖ୍ୟା ଅନୁଯାୟୀ ଏହାର ପ୍ରାର୍ଥୀ ଘନଶ୍ୟାମ ତିଓ୍ବାରୀ ବିଜୟୀ ହୋଇଛନ୍ତି। ତେବେ ଚନ୍ଦ୍ରାଙ୍କୁ ଜିତାଇବା ପାଇଁ ଭାଜପା ଆବଶ୍ୟକ ସଂଖ୍ୟା ଯୋଗାଡ଼ କରିବାରେ ବିଫଳ ହୋଇଛି। ଆସନ୍ତା ବର୍ଷ ହେବାକୁ ଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ଭାଜପାକୁ ସମଦଶା ଭୋଗିବାକୁ ପଡ଼ିବ ବୋଲି ଗେହଲଟ କହିଛନ୍ତି।

Share