Categories: ଜାତୀୟ

ରାଜସ୍ଥାନ ମନ୍ତ୍ରିମଣ୍ଡଳର ପୁର୍ନଗଠନ ଆଜି, ୫ ବିଧାୟକଙ୍କ ସମେତ ୧୫ ମନ୍ତ୍ରୀ ନେବେ ଶପଥ

ଜୟପୁର,୨୧ ।୧୧: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରବିବାର ତାଙ୍କ ମନ୍ତ୍ରିମଣ୍ଡଳର ପୁର୍ନଗଠନ କରିବାକୁ ଯାଉଛନ୍ତି । ରବିବାର ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ମୋଟ ୧୫ ନେତାଙ୍କୁ ମନ୍ତ୍ରୀ ପଦର ଶପଥ ଦିଆଯିବ । ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ରାଜଭବନରେ ଆୟୋଜିତ କରାଯିବ । ଅପରାହ୍ନ ପ୍ରାୟ ୪ଟାରେ ଏହା ଆୟୋଜିତ କରାଯିବ । ଶପଥ ନେବାକୁ ଯାଉଥିବା ମନ୍ତ୍ରୀଙ୍କ ମଧ୍ୟରୁ ୧୧ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ, ୩ ରାଜ୍ୟମନ୍ତ୍ରୀଙ୍କୁ ପ୍ରମୋଟ କରି କ୍ୟାବିନେଟ ମନ୍ତ୍ରୀ କରାଯିବ । ଏହାସହ ମନ୍ତ୍ରିମଣ୍ଡଳରେ ୮ ନୂଆ ଚେହେରାଙ୍କୁ ସ୍ଥାନ ଦିଆଯିବ । ଅନ୍ୟ ୪ ନେତା ରାଜ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।

Share