ଗୀତର ପୋଷ୍ଟରରେ ଦେଖି ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ଏହି ଭାରତୀୟ ସ୍ପିନର, ଯୁବରାଜଙ୍କୁ ଯୋଗୁ ଏପରି ବଢ଼ିଥିଲା କଥା

ବମ୍ବେ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀଙ୍କ ପ୍ରେମରେ କ୍ରିକେଟର ପଡ଼ିବା କିଛି ନୂଆ କଥା ନୁହେଁ। ଅନେକ ଖେଳାଳି ଅଭିନେତ୍ରୀଙ୍କୁ ଜୀବନସାଥୀ କରି ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି। ସେଥିରୁ ଜଣେ ହେଲେ ପୂର୍ବ ଭାରତୀୟ ସ୍ପିନର ହରଭଜନ ସିଂହ। ବ୍ରିଟେନ୍‌ରେ ଜନ୍ମିତ ଅଭିନେତ୍ରୀ ଗୀତା ବସ୍ରା ତାଙ୍କ ଧର୍ମପତ୍ନୀ। ଉଭୟଙ୍କ ଲଭ୍‌ଷ୍ଟୋରୀ କୌଣସି ଫିଲ୍ମ କାହାଣୀଠାରୁ କମ୍‌ ନୁହେଁ। ଗୀତାଙ୍କୁ ଏକ ଗୀତର ପୋଷ୍ଟରରେ ପ୍ରଥମ ଥର ପାଇଁ ହରଭଜନ ଦେଖିଥିଲେ। ଗୀତଟି ଥିଲା‘ବୋ ଅଜନବୀ’। ତାଙ୍କୁ ଦେଖି ଯୁବରାଜ ସିଂହଙ୍କୁ ଏ କିଏ ବୋଲି ପଚାରିଥିଲେ। ଯୁବରାଜ କହିଥିଲେ ନା। ହେଲେ ପରିଚୟ ଖୋଜ ବୋଲି ଯୁବରାଜଙ୍କୁ କହିଥିଲେ। ଯୁବରାଜ ବନ୍ଧୁଙ୍କୁ ଲଗାଇ ଗୀତାଙ୍କ ଫୋନ୍‌ ନଂ ଆଣି ହରଭଜନଙ୍କୁ ଦେଇଥିଲେ।

୨୦୧୧ରେ ବିଶ୍ୱକପ୍‌ ଜିତିବା ପରେ ହରଭଜନ ଗୀତାଙ୍କୁ ମେସେଜ୍‌ କରି ଡେଟ୍‌ କରିବାକୁ ପଚାରିଥିଲେ। ହେଲେ ଗୀତା ଏହାର ଉତ୍ତର ଦେଇ ନ ଥିଲେ। ଏହାର କିଛି ଦିନ ପରେ ଗୀତା ନିଜ ଡ୍ରାଇଭର ଲାଗି ଆଇପିଏଲ୍‌ ଦେଖିବା ପାଇଁ ଟିକେଟ ମାଗିଥିଲେ। ଟିକେଟ ଦେବା ପରେ ହରଭଜନଙ୍କୁ ଭେଟିବାକୁ ରାଜି ହୋଇଥିଲେ। ପରେ ଅନେକ ଥର ସେମାନେ ପରସ୍ପରକୁ ଭେଟିଥିଲେ। ପ୍ରଥମେ ଗୀତା ରିଲେଶନ୍‌ସିପ୍‌ରେ ଆସିବାକୁ ଚାହୁଁ ନ ଥିଲେ। କାରଣ ସେ ନିଜର କ୍ୟାରିୟର କରିବାକୁ ଚାହୁଁଥିଲେ। ଏକ ସମୟ ଏଭଳି ଆସିଲା ଯେତେବେଳେ ଉଭୟଙ୍କ ବିଚ୍ଛେଦ ହୋଇଥାନ୍ତା। ଗୀତା ମଧ୍ୟ ହରଭଜନଙ୍କୁ ଅନ୍ୟ କାହାକୁ ବିବାହ କରିନେବାକୁ କହିଥିଲେ। ହରଭଜନ ୯ ମାସ ଯାଏ ଗୀତାଙ୍କ ପଛରେ ପଡ଼ିଥିଲେ। ଶେଷରେ ୨୦୧୫ରେ ଉଭୟ ବିବାହ କରିନେଇଥିଲେ। ଏବେ ଉଭୟଙ୍କ ଏକ ଝିଅ ହିନାୟା ହିର ପଲାହା ଅଛି।

Share