ଜିଡିପି କ୍ଷତି ଭରଣା ପାଇଁ ଲାଗିପାରେ ବର୍ଷେ

ନୂଆଦିଲ୍ଲୀ,୨୪।୧୦: ଚଳିତ ଆର୍ଥତ୍କ ବର୍ଷରେ ଜିଡିପି ୨ ଅଙ୍କ ବିଶିଷ୍ଟ ହ୍ରାସ ହେବା ନେଇ ବିଶ୍ୱର ପ୍ରମୁଖ ଏଜେନ୍ସିଗୁଡ଼ିକ ଆକଳନ କରିଛନ୍ତି। ୧୦ରୁ ୧୪% ଜିଡିପି ହ୍ରାସ ହେବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ଭାରତର ଜିଡିପି ୨୩.୯% ହ୍ରାସ ହୋଇଛି। କରୋନାଜନିତ ଲାଗୁ ହୋଇଥିବା ଲକ୍‌ଡାଉନ ଯୋଗୁ ଅର୍ଥ ବ୍ୟବସ୍ଥାକୁ ଜୋର୍‌ଦାର ଝଟକା ଲାଗିଛି। ଆସନ୍ତା ବର୍ଷ ଜିଡିପି ପୁଣି ଥରେ ଟ୍ରାକ୍‌କୁ ଆସିବ ବୋଲି କୁହାଯାଇଛି। ଭାରତୀୟ ଅର୍ଥ ବ୍ୟବସ୍ଥା ଯେଉଁଭଳି ଭାବେ କ୍ଷତି ସହିଛି ତା’ର ଭରଣା ଲାଗି ଗୋଟିଏ ବର୍ଷ ଲାଗିପାରେ ବୋଲି ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି କମିଟି ସଦସ୍ୟ ମାଇକେଲ ପାତ୍ର କହିଛନ୍ତି।
ସେ କହିଛନ୍ତି, କରୋନା ପରେ ସାରା ବିଶ୍ୱ ଏବଂ ଅର୍ଥ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭିନ୍ନ ହେବ। ସାମାଜିକ ଏବଂ ବାଣିଜି୍ୟକ ବ୍ୟବହାରରେ ବିଶେଷ ପରିବର୍ତ୍ତନ ଆସିବ। ମୋଟାମୋଟି ଭାବେ କହିବାକୁ ଗଲେ ଅର୍ଥ ବ୍ୟବସ୍ଥାରେ ସୁଧାର ଆସିବ। ସେହିଭଳି ଢାଞ୍ଚାଗତ ପରିବର୍ତ୍ତନ ମଧ୍ୟ ଦେଖାଯିବ। ସେହିଭଳି କୋଭିଡ୍‌ ପରେ ବିକାଶର ଗତିକୁ ଅଲଗା ଭାବେ ପ୍ରସ୍ତୁତ ହେବ। ଚଳିତ ମାସ ପ୍ରାରମ୍ଭରେ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଲଗାତର ଦ୍ୱିତୀୟ ଥର ଲାଗି ରିଜର୍ଭ ବ୍ୟାଙ୍କ ଏହାର ରେପୋ (କେନ୍ଦ୍ରୀୟ ବ୍ୟାଙ୍କ ଯେଉଁ ହାରରେ ବାଣିଜି୍ୟକ ବ୍ୟାଙ୍କକୁ ସୁଧ ଦିଏ)କୁ ଅପରିବର୍ତ୍ତିତ ୪% ରଖିଛି। ସୁଧହାର ହ୍ରାସ ପାଇଁ ରିଜର୍ଭ ବ୍ୟାଙ୍କ ପ୍ରସ୍ତୁତ ହୋଇ ରହିଛି। ବଜାର ସ୍ଥିତି ବଦଳିଲେ କେନ୍ଦ୍ରୀୟ ବ୍ୟାଙ୍କ ଏ ଦିଗରେ ପଦକ୍ଷେପ ନେବ ବୋଲି ଗଭର୍ନର ଶକ୍ତିକାନ୍ତ ଦାସ ନିକଟରେ କହିଥିଲେ। କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଡର ବଜାରରେ ଲାଗି ରହିଛି। ୟୁରୋପ, ଇଣ୍ଡୋନେସିଆ ଏବଂ ଇସ୍ରାଏଲ ଭଳି ଦେଶରେ ପୁଣି ଥରେ ଲକ୍‌ଡାଉନ ଲାଗୁ କରାଯାଇଛି। ଭାରତର ମୋଟ ଜନସଂଖ୍ୟା ମଧ୍ୟରୁ ପ୍ରାୟ ଅଧା ଲୋକ ୨୦୨୧ ଫେବୃୟାରୀ ସୁଦ୍ଧା କରୋନାରେ ସଂକ୍ରମିତ ହେବା ନେଇ ଏକ କେନ୍ଦ୍ରୀୟ ଏଜେନ୍ସି ରିପୋର୍ଟ ପ୍ରକାଶ କରିଛି। ବର୍ତ୍ତମାନ ସୁଦ୍ଧା କୋଭିଡ୍‌-୧୯ର ୭୫ ଲକ୍ଷ ମାମଲା ସାମ୍ନାକୁ ଆସିଛି। କରୋନା ସଂକ୍ରମଣରେ ଭାରତ ଆମେରିକା ପରେ ଦ୍ୱିତୀୟ ସ୍ଥାନରେ ରହିଛି। ଏଭଳି ସ୍ଥିତି ଅର୍ଥ ବ୍ୟବସ୍ଥା ଲାଗି ଚିନ୍ତାଜନକ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ନୂଆ ବର୍ଷ ପୂର୍ବରୁ EPFO ଜାରି କଲା ନୂଆ ଗାଇଡଲାଇନ୍‌, ଜାଣିରଖନ୍ତୁ…

ନୂଆଦିଲ୍ଲୀ,୨୨।୧୨: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) କର୍ମଚାରୀ ପେନସନ ଯୋଜନା (EPS) ସହିତ ଜଡିତ ଭୁଲ କିମ୍ବା ଅସମ୍ପୂର୍ଣ୍ଣ ଯୋଗଦାନର ମାମଲାଗୁଡ଼ିକର ସମାଧାନ ପାଇଁ...

UPI ପେମେଣ୍ଟରେ ନୂତନ ସୀମା ନିର୍ଣ୍ଣୟ କରିବ NPCI, ଏପରି ହେଉଛି ଠକେଇ

ନୂଆଦିଲ୍ଲୀ,୨୨।୧୨: ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI) ମାଧ୍ୟମରେ ହେଉଥିବା ଆର୍ଥିକ ଜାଲିଆତିକୁ ରୋକିବା ପାଇଁ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଏକ ଗୁରୁତ୍ୱପୂର୍ଣ୍ଣ...

ଡେବିଟ୍‌ କାର୍ଡରେ ପରିବର୍ତ୍ତନ ଆଣିଲା ଏହି ବ୍ୟାଙ୍କ, ଚେକ୍‌ କରିନିଅନ୍ତୁ ଆପଣଙ୍କ ବ୍ୟାଙ୍କ ନାହିଁ ତ?

ନୂଆଦିଲ୍ଲୀ,୨୨।୧୨: ଆପଣ କ’ଣ ଏୟାରପୋର୍ଟ ଲାଉଞ୍ଜ ଆକ୍ସେସ ପାଇବା ପାଇଁ HDFC ବ୍ୟାଙ୍କ ଡେବିଟ୍‌ କାର୍ଡ କିଣିଛନ୍ତି? ଆପଣଙ୍କ ପାଇଁ ଏକ ବଡ଼ ଅପଡେଟ। ନୂତନ...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ନୂଆ ବର୍ଷ ଆରମ୍ଭରୁ ବଦଳିଯିବ ଏସବୁ ନିୟମ: ସାଧାରଣ ଲୋକଙ୍କ ପକେଟ୍‌ ଉପରେ ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୨।୧୨: ଡିସେମ୍ବର ମାସ ଆଉ କିଛି ଦିନ ପରେ ଚାଲିଯିବ, ଏବଂ ନୂତନ ବର୍ଷ ଆସିବ। ଏହା ସହିତ, ନିୟମାବଳୀରେ ଅନେକ ପରିବର୍ତ୍ତନ ଦେଖାଯିବ ଯାହା...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri