୯% ପର୍ଯ୍ୟନ୍ତ ଖସିପାରେ ଜିଡିପି

ନୂଆଦିଲ୍ଲୀ,୨୮।୮: ଆର୍ଥତ୍କ ବର୍ଷ ୨୦୨୦-୨୧ରେ ଘରୋଇ ବଜାରର ମୋଟ୍‌ ଘରୋଇ ଉତ୍ପାଦ(ଜିଡିପି) ୩ରୁ ୯%ରୁ ଖସିପାରେ। କରୋନା ପାଇଁ ବଜାର ବର୍ତ୍ତମାନ ସଙ୍କଟ ଦେଇ ଗତି କରୁଛି। ସଂକ୍ରମଣ ରୋକିବା ଏବଂ ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍‌କୁ ଆଣିବା ଲାଗି ଭାରତ ସରକାର କିଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି ସେ ଉପରେ ଜିଡିପିର ହ୍ରାସ ବୃଦ୍ଧି ନିର୍ଭର କରୁଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ମ୍ୟାକେଞ୍ଜିଂ ଗ୍ଲୋବାଲ ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ ଗୁରୁବାର ପ୍ରକାଶ ପାଇଥିବା ‘ଇଣ୍ଡିଆ ଟର୍ନିଂ ପଏଣ୍ଟ’ ନାମକ ଏକ ରିପୋର୍ଟରେ କୁହାଯାଇଛି ଯେ, କରୋନା ଯୋଗୁ ଅର୍ଥ ବ୍ୟବସ୍ଥା ଉପରେ ଲାଗିଥିବା ଝଟକା ଯୋଗୁ ବ୍ୟାଙ୍କିଙ୍ଗ୍‌ ସିଷ୍ଟମ ଉପରେ ଏହାର ଗଭୀର ପ୍ରଭାବ ପଡିବ। ପରିବାର, କ୍ଷୁଦ୍ର ବ୍ୟବସାୟ ଏବଂ କର୍ପୋରେଶନଗୁଡିକର ଆର୍ଥତ୍କ ସ୍ଥିତିରେ ଯଦି ଶିଘ୍ର ସୁଧାର ନ ଆସେ ତେବେ ଚଳିତ ଆର୍ଥତ୍କ ବର୍ଷରେ ବ୍ୟାଙ୍କଗୁଡିକର ଏନ୍‌ପିଏ ୭ରୁ ୧୪% ବଢିପାରେ। କେନ୍ଦ୍ର ସରକାର ଏବଂ ରିଜର୍ଭ ବ୍ୟାଙ୍କ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଏନ୍‌ପିଏ ଉପରେ ମହାମାରୀର ପ୍ରଭାବକୁ କମ୍‌ କରିବା ଦିଗରେ ସହାୟକ ହେବ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।
ଏଥିରେ କୁହାଯାଇଛି ଯେ, ମହାମାରୀ ଆସିବା ଆଗରୁ ଭାରତୀୟ ଅର୍ଥ ବ୍ୟବସ୍ଥାର ମୌଳିକ ଢାଞ୍ଚା ବିଭିନ୍ନ ଚ୍ୟାଲେଞ୍ଜ ସ୍ଥିତି ଦେଇ ଗତି କରୁଛି। ଆର୍ଥତ୍କ ବର୍ଷ ୨୦୧୯-୨୦ରେ ଜିଡିପି ୪.୨%କୁ ଖସିଛି। ମହାମାରୀ ଏହି ସମସ୍ୟାକୁ ଆହୁରି ବଢାଇ ଦେଇଛି। ଦେଶର ଅଭିବୃଦ୍ଧିକୁ ବଜାୟ ରଖିବା ଲାଗି ଋଣ ଅଭିବୃଦ୍ଧିକୁ ୨୦୩୦ ଯାଏ ବଜାୟ ରଖିବା ଉପରେ ରିପୋର୍ଟରେ ଯୋର ଦିଆଯାଇଛି। ଏହାବାଦ ବଜାରରେ ସୁଧାର ପଦକ୍ଷେପ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି। ଶ୍ରମ ବଜାର ବ୍ୟବସ୍ଥାକୁ ମଜବୁତ କରିବା, ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା, ଟିକସ କ୍ଷେତ୍ରରେ ରହିଥିବା ସମସ୍ୟାକୁ ହଟାଇବା, ଶକ୍ତି କ୍ଷେତ୍ରରେ ସୁଧାର ଏବଂ ଓନରସିପ ଟିକସ ଭଳି ବିଭିନ୍ନ ଦିଗ ଉପରେ କେନ୍ଦ୍ର ସରକାର କାମ କରିବା ଉପରେ ଏଥିରେ ପରାମର୍ଶ ପ୍ରଦାନ କରାଯାଇଛି।
ପରିବାରଗୁଡିକର ସଞ୍ଚୟ ବଢାଇବା ଦିଗରେ କ୍ୟାପିଟାଲ କଷ୍ଟକୁ କମ୍‌ କରିବା ଲାଗି ରିପୋର୍ଟରେ ପରାମର୍ଶ ଦିଆଯାଇଛି। ପରିବାର ଗୁଡିକର ସଞ୍ଚୟ ଉନ୍ନତ ହେଲେ ଏହା ଜିଡିପି କ୍ଷେତ୍ରରେ ଉନ୍ନତ ଯୋଗଦାନ ରଖିବ। ଅର୍ଥ ବ୍ୟବସ୍ଥାକୁ ସମ୍ଭାଳିବା ଲାଗି ସରକାର ଘୋଷଣା କରିଥିବା ପଦକ୍ଷେପ ଦ୍ୱାରା ବିତ୍ତୀୟ ନିଅଣ୍ଟ ପ୍ରଭାବିତ ହେବା ବୋଲି କୁହାଯାଇଛି। ଭାରତର ବିତ୍ତୀୟ ନିଅଣ୍ଟ ୪%ରୁ ଉର୍ଦ୍ଧ୍ୱ ଟପିବା ନେଇ ଆକଳନ କରାଯାଇଥିବା ବେଳେ ଏହା ୩.୫% ରହିବା ନେଇ ବଜେଟରେ ଲକ୍ଷ୍ୟ ରଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri