୨ୟ ତ୍ରୈମାସକରେ ଜିଡିପି ଅଭିବୃଦ୍ଧି ୭.୬%

ନୂଆଦିଲ୍ଲୀ,୧।୧୨ (ଅଭୟ ଦାଶ): ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈମାସକ (ଜୁଲାଇରୁ ସେପ୍ଟେମ୍ବର ତ୍ରୈମାସିକ)ରେ ଦେଶର ଆର୍ଥିକ ଅଭିବୃଦ୍ଧି (ଜିଡିପି) ୭.୬% ରହିଛି। ଏପରିକି ଗତ ଆର୍ଥିକ ବର୍ଷର ସମାନ ତ୍ରୈମାସିକରେ ଜିଡିପି ହାର ୬.୨% ରହିଥିଲା। ଏ ନେଇ ଗୁରୁବାର ରାଷ୍ଟ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ପକ୍ଷରୁ ୨୦୨୩-୨୪ ଆର୍ଥିକ ବର୍ଷର ୨ୟ ତ୍ରୈମାସିକ ଜିଡିପି ତଥ୍ୟ ବିସ୍ତୃତ ଭାବେ ଜାରି କରାଯାଇଛି। ଏପରିକି ଏନ୍‌ଏସ୍‌ଓର ସୂଚନା ଅନୁଯାୟୀ ଚଳିତ ଆର୍ଥିକ ବର୍ଷର ୨ୟ ତ୍ରେମାସିକରେ ଦେଶର ଜିଡିପି ପରିମାଣ ୪୧.୭୪ ଲକ୍ଷ କୋଟି ପାର୍‌ କରିଛି, ଯାହା ଗତ ବର୍ଷ ସମାନ ଅବଧିରେ ୩୮.୭୮ଲକ୍ଷ କୋଟି ଥିଲା।

ଆହୁରି ଦ୍ବିତୀୟ ତ୍ରେମାସିକରେ ବିଭିନ୍ନ କ୍ଷେତ୍ରରେ ହୋଇଥିବା ବୃଦ୍ଧି ସମ୍ପର୍କରେ ମଧ୍ୟ କୁହାଯାଇଛି, ଯେଉଁଥିରେ ମ୍ୟାନୁଫ୍ୟାକଚରିଂ ସେକ୍ଟରରେ ବୃଦ୍ଧି ଦର ୧୩.୯%, କୃଷି କ୍ଷେତ୍ରରେ ୧.୨%, ନିର୍ମାଣ କ୍ଷେତ୍ରରେ ୧୩.୩ % ଆଦି ରହିଛି। ସେହିଭଳି ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈମାସିକରେ ଟ୍ରେଡ୍‌, ହୋଟେଲ, ପରିବହନ, ଯୋଗାଯୋଗ ଏବଂ ପ୍ରସାରଣ ସହ ଜଡ଼ିତ ସେବାର ଅଭିବୃଦ୍ଧି ହାର ୪.୩% ରହିଥିବାବେଳେ ଗ୍ୟାସ୍‌, ବିଜୁଳି ଜଳ ଯୋଗାଣ ଭଳି କ୍ଷେତ୍ରରେ ଅଭିବୃଦ୍ଧି ହାର ୧୦.୧% ରହିଛି। ଅପରପକ୍ଷରେ ଜିଡିପି ଅଭିବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁସି ପ୍ରକାଶ କରିଛନ୍ତି। ଏପରିକି ପ୍ରଧାନମନ୍ତ୍ରୀ କହିଛନ୍ତି, ବୈଶ୍ବିକସ୍ତରରେ କଠିନ ସମୟରେ ଭାରତୀୟ ଅର୍ଥବ୍ୟବସ୍ଥା ଆମର ଶକ୍ତିକୁ ଦର୍ଶାଉଛି। ଆମେ ସୁଯୋଗ ସୃଷ୍ଟି କରିବା,ଦାରିଦ୍ର୍ୟ ସମାପ୍ତ କରିବା ଏବଂ ନିଜ ଲୋକଙ୍କ ଜୀବନଯାପନରେ ସୁଧାର ଆଣିବାରେ ବିକାଶ ସୁନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧ ରହିଛୁ।

ଉଲ୍ଲେଖଯୋଗ୍ୟ, ଦେଶର ଅର୍ଥବ୍ୟବସ୍ଥା ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ (ଏପ୍ରିଲ-ସେପ୍ଟେମ୍ବର) ରେ ୭.୭% ହାରରେ ବଢ଼ିଥିଲାବେଳେ ଗତ ଆର୍ଥିକ ବର୍ଷର ସମାନ ଅବଧିରେ ଏହାର ପରିମାଣ ୯.୫% ରହିଥିଲା। ଏହା ସହ ଭାରତ ବିଶ୍ୱର ପ୍ରମୁଖ ଅର୍ଥବ୍ୟବସ୍ଥାରେ ସବୁଠୁ ଦ୍ରୁତ ଆର୍ଥିକ ବୃଦ୍ଧି ଦର ହାସଲ କରିଥିବା ଦେଶ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

ପଶ୍ଚିମ ଏସିଆ ଯୁଦ୍ଧ, ଭାରତରେ ୨୦-୨୫% ମହଙ୍ଗା ହେବ କପଡ଼ା

ନୂଆଦିଲ୍ଲୀ,୭।୪: ପଶ୍ଚିମ ଏସିଆ ଯୁଦ୍ଧ ଏବେ ଭାରତର ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଉଛି। ଖାଦ୍ୟ, ପେଟ୍ରୋଲ ଏବଂ ଗାଡ଼ି ମରାମତି ପରେ ଏବେ କପଡ଼ା…

ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍‌ କବିରୁଦ୍ଦିନ

କଟକଠାରେ ପ୍ରତିଷ୍ଠିତ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର କରିମ୍‌ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri