ହ୍ରାସ ହୋଇପାରେ ଜିଡିପି ଆକଳନ

ନୂଆଦିଲ୍ଲୀ,୧୨।୫: ଅଶୋଧିତ ତୈଳ ଦର ବୃଦ୍ଧି ଏବଂ ବିଶ୍ୱ ଅର୍ଥବ୍ୟବସ୍ଥାର ଧିମାବସ୍ଥାକୁ ନଜରରେ ରଖି ଆମେରିକାର ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କିଙ୍ଗ୍‌ କମ୍ପାନୀ ‘ମୋର୍ଗାନ୍‌ ଷ୍ଟାନ୍‌ଲେ’ ପକ୍ଷରୁ ଦେଶର ସମଗ୍ର ଘରୋଇ ଉତ୍ପାଦ (ଜିଡିପି) ବୃଦ୍ଧି ଅନୁମାନକୁ ହ୍ରାସ କରାଯାଇଛି। ମୋର୍ଗାନ୍‌ ଷ୍ଟାନ୍‌ଲେ ପକ୍ଷରୁ ଚଳିତ ଆର୍ଥିକ ବର୍ଷ ଅର୍ଥାତ୍‌ ୨୦୨୨-୨୩ ପାଇଁ ଦେଶର ଜିଡିପି ଅଭିବୃଦ୍ଧି ଅନୁମାନକୁ ୭.୯%ରୁ ହ୍ରାସ କରି ୭.୬% କରିଦିଆଯାଇଛି। ପରବର୍ତ୍ତୀ ଆର୍ଥିକ ବର୍ଷ ଅର୍ଥାତ୍‌ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ମଧ୍ୟ କମ୍ପାନୀ ପକ୍ଷରୁ ଜିଡିପି ଅଭିବୃଦ୍ଧି ଅନୁମାନ ୭%ରୁ ହ୍ରାସକରି ୬.୭% କରାଯାଇଛି। ଏ ସମ୍ପର୍କରେ ମୋର୍ଗାନ୍‌ ଷ୍ଟାନ୍‌ଲେ ପକ୍ଷରୁ କୁହାଯାଇଛି, ବୈଶ୍ୱିକ ଅର୍ଥବ୍ୟବସ୍ଥାରେ ହାରାହାରି ୨.୯% ବୃଦ୍ଧି ଘଟିପାରେ। ପ୍ରତିକୂଳ ବ୍ୟବସାୟିକ ପରିସ୍ଥିତି ଏବଂ ଭୂ-ରାଜନୈତିକ ତିକ୍ତତା କାରଣରୁ ନିବେଶ ଦିଗରେ ଲୋକଙ୍କର ମନୋବଳ କମିଯାଇଛି। ଏହାଦ୍ୱାରା ଦେଶର ଆର୍ଥିକ ବିକାଶ ଅନୁମାନ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଛି। ଏହା ବ୍ୟତୀତ ମୋର୍ଗାନ୍‌ ଷ୍ଟାନ୍‌ଲେ ରିପୋର୍ଟରେ କୁହାଯାଇଛି, ଏହି ସମସ୍ତ ଆହ୍ବାନ ସତ୍ତ୍ୱେ ୨୦୨୨ ଏବଂ ୨୦୨୩ ବର୍ଷରେ ଭାରତୀୟ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି କୋଭିଡ୍‌ ମହାମାରୀ କବଳିତ ବର୍ଷଗୁଡ଼ିକଠାରୁ ଉତ୍ତମ ରହିବ। ଧିମା ବୈଶ୍ୱିକ ଅଭିବୃଦ୍ଧି ହାର, ବିଭିନ୍ନ ବସ୍ତୁର ବଜାର ମୂଲ୍ୟ ବୃଦ୍ଧି ଏବଂ ବୈଶ୍ୱିକ ପୁଞ୍ଜିବଜାରରେ ହ୍ରାସ କାରଣରୁ ନିବେଶକମାନେ ନିବେଶ ଦିଗରେ ବିଶେଷ ଆଗ୍ରହ ପ୍ରକାଶ ନ କରିବାର ପ୍ରଭାବ ଭାରତର ଅଭିବୃଦ୍ଧି ଉପରେ ପରିଲକ୍ଷିତ ହେଉଥିବା ମନେହେଉଛି। ମୋର୍ଗାନ୍‌ ଷ୍ଟାନ୍‌ଲେ ପକ୍ଷରୁ ଭାରତ ପାଇଁ ମୁଖ୍ୟ ଅର୍ଥଶାସ୍ତ୍ରୀ ଉପାସନା ଚାଚରା ଏ ସମ୍ପର୍କରେ କହିଛନ୍ତି, ବହୁଥିବା ମୁଦ୍ରାସ୍ଫୀତି, ଗ୍ରାହକଙ୍କ ଚାହିଦାରେ ହ୍ରାସ, ଦୁର୍ବଳ ଆର୍ଥିକ ଅବସ୍ଥା ଦ୍ୱାରା ବିଜ୍‌ନେସ୍‌ ସେଣ୍ଟିମେଣ୍ଟ ଉପରେ ଖରାପ ପ୍ରଭାବ ପଡୁଛି ଏବଂ ଏହାଦ୍ୱାରା କ୍ୟାପିଟାଲ ଏକ୍ସପେଣ୍ଡିଚର (କ୍ୟାପେକ୍ସ)ରେ ଭରଣାରେ ମଧ୍ୟ ବିଳମ୍ବ ଘଟିବ ବୋଲି ସେ କହିଛନ୍ତି। ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ଆଧାରିତ ମୁଦ୍ରାସ୍ଫୀତି (ସିପିଆଇ) ୬%ରୁ ଅଧିକ ରହିବ। ସେହିପରି ୨୦୨୩ ବର୍ଷରେ ଦେଶର ହାରାହାରି ଖୁଚୁରା ମୁଦ୍ରାସ୍ଫୀତି ୬.୫% ରହିବା ନେଇ ମୋର୍ଗାନ୍‌ ଷ୍ଟାନ୍‌ଲେ ପକ୍ଷରୁ ଅନୁମାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

୨୫ ବର୍ଷ ମଧ୍ୟରେ ଯାହା ହୋଇନଥିଲା ତାହା ଏବେ ଘଟୁଛି… କାହିଁକି ଦ୍ରୁତ ଗତିରେ ସୁନା ବିକ୍ରି କରୁଛି ରୁଷିଆ? ଜାଣିଲେ…

ନୂଆଦିଲ୍ଲୀ,୩୦।୩: ରୁଷିଆ ୨୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଏହାର କେନ୍ଦ୍ରୀୟ ବ୍ୟାଙ୍କ ଭଣ୍ଡାରରୁ ସୁନା ବିକ୍ରୟ ଆରମ୍ଭ କରିଛି। ବର୍ଲିନ ସ୍ଥିତ ଏକ ଖବର ସଂସ୍ଥାର…

କାରବାର ଆରମ୍ଭ ହେବା ମାତ୍ରେ ଖସିଲା ଶେୟାର ମାର୍କେଟ୍‌, ସେନ୍‌ସେକ୍ସ ହ୍ରାସ ପାଇ…

ନୂଆଦିଲ୍ଲୀ,୩୦ା୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ଭାରତୀୟ ଷ୍ଟକ୍‌ ବଜାର ହ୍ରାସ ପାଇଛି। ବିଏସ୍‌ଇର ୩୦-ଶେୟାର ସୂଚକାଙ୍କ, ସେନସେକ୍ସ ୧୦୧୮…

‘ଭଲ ଉତ୍ପାଦ ଏହାର ଗୁଣବତ୍ତା ଦ୍ୱାରା ଆଦୃତ ହୁଏ’

ଭୁବନେଶ୍ୱରସ୍ଥିତ ଜୟବାବା ଅଟୋମୋବାଇଲ୍ସର ମ୍ୟାନେଜିଂ ପାର୍ଟନର ହର୍ଷିତ ଲୋଧା ଜଣେ ସଫଳ ଉଦ୍ୟୋଗୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ୨୦୨୩ରେ ପ୍ରତିଷ୍ଠିତ ‘ଜୟବାବା ଟ୍ରାଇବ୍‌’ର ପ୍ରତିଷ୍ଠାତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri