ହ୍ରାସ ହୋଇପାରେ ଜିଡିପି ଆକଳନ

ନୂଆଦିଲ୍ଲୀ,୧୨।୫: ଅଶୋଧିତ ତୈଳ ଦର ବୃଦ୍ଧି ଏବଂ ବିଶ୍ୱ ଅର୍ଥବ୍ୟବସ୍ଥାର ଧିମାବସ୍ଥାକୁ ନଜରରେ ରଖି ଆମେରିକାର ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କିଙ୍ଗ୍‌ କମ୍ପାନୀ ‘ମୋର୍ଗାନ୍‌ ଷ୍ଟାନ୍‌ଲେ’ ପକ୍ଷରୁ ଦେଶର ସମଗ୍ର ଘରୋଇ ଉତ୍ପାଦ (ଜିଡିପି) ବୃଦ୍ଧି ଅନୁମାନକୁ ହ୍ରାସ କରାଯାଇଛି। ମୋର୍ଗାନ୍‌ ଷ୍ଟାନ୍‌ଲେ ପକ୍ଷରୁ ଚଳିତ ଆର୍ଥିକ ବର୍ଷ ଅର୍ଥାତ୍‌ ୨୦୨୨-୨୩ ପାଇଁ ଦେଶର ଜିଡିପି ଅଭିବୃଦ୍ଧି ଅନୁମାନକୁ ୭.୯%ରୁ ହ୍ରାସ କରି ୭.୬% କରିଦିଆଯାଇଛି। ପରବର୍ତ୍ତୀ ଆର୍ଥିକ ବର୍ଷ ଅର୍ଥାତ୍‌ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ମଧ୍ୟ କମ୍ପାନୀ ପକ୍ଷରୁ ଜିଡିପି ଅଭିବୃଦ୍ଧି ଅନୁମାନ ୭%ରୁ ହ୍ରାସକରି ୬.୭% କରାଯାଇଛି। ଏ ସମ୍ପର୍କରେ ମୋର୍ଗାନ୍‌ ଷ୍ଟାନ୍‌ଲେ ପକ୍ଷରୁ କୁହାଯାଇଛି, ବୈଶ୍ୱିକ ଅର୍ଥବ୍ୟବସ୍ଥାରେ ହାରାହାରି ୨.୯% ବୃଦ୍ଧି ଘଟିପାରେ। ପ୍ରତିକୂଳ ବ୍ୟବସାୟିକ ପରିସ୍ଥିତି ଏବଂ ଭୂ-ରାଜନୈତିକ ତିକ୍ତତା କାରଣରୁ ନିବେଶ ଦିଗରେ ଲୋକଙ୍କର ମନୋବଳ କମିଯାଇଛି। ଏହାଦ୍ୱାରା ଦେଶର ଆର୍ଥିକ ବିକାଶ ଅନୁମାନ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଛି। ଏହା ବ୍ୟତୀତ ମୋର୍ଗାନ୍‌ ଷ୍ଟାନ୍‌ଲେ ରିପୋର୍ଟରେ କୁହାଯାଇଛି, ଏହି ସମସ୍ତ ଆହ୍ବାନ ସତ୍ତ୍ୱେ ୨୦୨୨ ଏବଂ ୨୦୨୩ ବର୍ଷରେ ଭାରତୀୟ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି କୋଭିଡ୍‌ ମହାମାରୀ କବଳିତ ବର୍ଷଗୁଡ଼ିକଠାରୁ ଉତ୍ତମ ରହିବ। ଧିମା ବୈଶ୍ୱିକ ଅଭିବୃଦ୍ଧି ହାର, ବିଭିନ୍ନ ବସ୍ତୁର ବଜାର ମୂଲ୍ୟ ବୃଦ୍ଧି ଏବଂ ବୈଶ୍ୱିକ ପୁଞ୍ଜିବଜାରରେ ହ୍ରାସ କାରଣରୁ ନିବେଶକମାନେ ନିବେଶ ଦିଗରେ ବିଶେଷ ଆଗ୍ରହ ପ୍ରକାଶ ନ କରିବାର ପ୍ରଭାବ ଭାରତର ଅଭିବୃଦ୍ଧି ଉପରେ ପରିଲକ୍ଷିତ ହେଉଥିବା ମନେହେଉଛି। ମୋର୍ଗାନ୍‌ ଷ୍ଟାନ୍‌ଲେ ପକ୍ଷରୁ ଭାରତ ପାଇଁ ମୁଖ୍ୟ ଅର୍ଥଶାସ୍ତ୍ରୀ ଉପାସନା ଚାଚରା ଏ ସମ୍ପର୍କରେ କହିଛନ୍ତି, ବହୁଥିବା ମୁଦ୍ରାସ୍ଫୀତି, ଗ୍ରାହକଙ୍କ ଚାହିଦାରେ ହ୍ରାସ, ଦୁର୍ବଳ ଆର୍ଥିକ ଅବସ୍ଥା ଦ୍ୱାରା ବିଜ୍‌ନେସ୍‌ ସେଣ୍ଟିମେଣ୍ଟ ଉପରେ ଖରାପ ପ୍ରଭାବ ପଡୁଛି ଏବଂ ଏହାଦ୍ୱାରା କ୍ୟାପିଟାଲ ଏକ୍ସପେଣ୍ଡିଚର (କ୍ୟାପେକ୍ସ)ରେ ଭରଣାରେ ମଧ୍ୟ ବିଳମ୍ବ ଘଟିବ ବୋଲି ସେ କହିଛନ୍ତି। ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ଆଧାରିତ ମୁଦ୍ରାସ୍ଫୀତି (ସିପିଆଇ) ୬%ରୁ ଅଧିକ ରହିବ। ସେହିପରି ୨୦୨୩ ବର୍ଷରେ ଦେଶର ହାରାହାରି ଖୁଚୁରା ମୁଦ୍ରାସ୍ଫୀତି ୬.୫% ରହିବା ନେଇ ମୋର୍ଗାନ୍‌ ଷ୍ଟାନ୍‌ଲେ ପକ୍ଷରୁ ଅନୁମାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫ଜି ଟେକ୍ନୋଲୋଜି ବିକାଶ କଲେ ଓଡ଼ିଆ ଉଦ୍ୟୋଗୀ

ଭୁବନେଶ୍ୱର,୨୦।୯: ବ୍ରିଟେନ୍‌ରେ ଅବସ୍ଥିତ ଓଡ଼ିଆ ଉଦ୍ୟୋଗୀ ଅରୁଣ କର ଗୋଟିଏ ପରେ ଗୋଟିଏ ବୈପ୍ଳବିକ ସଫଳତା ସହ ଓଡ଼ିଆଙ୍କୁ ଗର୍ବିତ କରିଛନ୍ତି। ବ୍ରିଟେନ୍‌ ସିଲଭର୍‌ଷ୍ଟୋନ୍‌ ରେସିଂ...

ହୋଣ୍ଡାର ଅଲ୍‌ ନ୍ୟୁ ଡିଓ ୧୨୫ଉନ୍ମୋଚିତ

ଭୁବନେଶ୍ୱର,୩୧।୭ (ଅଭୟ ଦାଶ): ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)ର ବହୁ ପ୍ରତୀକ୍ଷିତ ତଥା ଅଲ୍‌ ନ୍ୟୁ ଡିଓ ୧୨୫କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ...

୩୦୦ କର୍ମଚାରୀ ଛଟେଇ କଲା ଓୟୋ

ନୂଆଦିଲ୍ଲୀ: ହସ୍ପିଟାଲିଟି ଫାର୍ମ ଓୟୋ ୩୦୦ କର୍ମଚାରୀଙ୍କୁ ଛଟେଇ କରିଛି। ଅପରେଶନ ଏବଂ ରିନୋଭେସନ ବିଭାଗରୁ ଏହି ଛଟେଇ ହୋଇଥିବା ପ୍ରକ୍ରିୟା ସହ ଜଡିତ ଜଣେ...

୨୦୨୧-୨୨ରେ ୩ କୋଟିରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆଇଟିଆର୍‌ରେ ସାମିଲ

ଦେଶର ବିକାଶ ପାଇଁ ଦେଶବାସୀ ପ୍ରତ୍ୟକ୍ଷ ଭାବେ ସହଯୋଗ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି ରବିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି। ଏହି ଅବସରରେ...

ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମୁଖ୍ୟଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୨୩।୫: ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମୁଖ୍ୟମାନଙ୍କୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶୁକ୍ରବାର ଭେଟିଛନ୍ତି। ଭିଡିଓ କନ୍‌ଫରେନ୍ସ ଯୋଗେ ହୋଇଥିବା ଏହି ବୈଠକରେ ଅର୍ଥମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗ ଉପରେ...

୩.୨୬ ଲକ୍ଷ କୋଟିର କେନ୍ଦ୍ରୀୟ ଜିଏସ୍‌ଟି ଆଦାୟ

ନୂଆଦିଲ୍ଲୀ,୨୬।୧୧: ୨୦୧୯-୨୦ ଆର୍ଥତ୍କ ବର୍ଷ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ୩.୨୬ ଲକ୍ଷ କୋଟି ଟଙ୍କାର ସେଣ୍ଟ୍ରାଲ ଜିଏସ୍‌ଟି ବା କେନ୍ଦ୍ରୀୟ ଜିଏସ୍‌ଟି କରିବାକୁ ସରକାର ସକ୍ଷମ...

ବଣ୍ଡ, କରେନ୍ସି ମାର୍କେଟ ଟ୍ରେଡିଂ ସମୟ ବଢ଼ାଇବ ଆର୍‌ବିଆଇ

ମୁମ୍ବାଇ: ବଣ୍ଡ ଏବଂ କରେନ୍ସି ମାର୍କେଟର ଟ୍ରେଡିଂ ସମୟ ସୀମାକୁ ବଢ଼ାଇବା ଲାଗି ରିଜର୍ଭ ବ୍ୟାଙ୍କ ସୋମବାର ନିଷ୍ପତ୍ତି ଗ୍ରହଣ କରିଛି। ରିଜର୍ଭ ବ୍ୟାଙ୍କ ଏହାଦ୍ୱାରା...

ଏମ୍‌ଏସ୍‌ଏମ୍‌ଇକୁ କଞ୍ଚାମାଲ ଚିନ୍ତା

ନୂଆଦିଲ୍ଲୀ: ଅଣୁ,କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକ ବର୍ତ୍ତମାନ କଞ୍ଚାମାଲ ମୂଲ୍ୟ ବୃଦ୍ଧି ଯୋଗୁ ସମସ୍ୟା ସାମ୍ନା କରୁଛନ୍ତି। ଏହାକୁ ଧ୍ୟାନରେ ରଖି ଅଲ ଇଣ୍ଡିଆ କାଉନସିଲ...

Advertisement
Archives

Model This Week