Posted inଜାତୀୟ

କଶ୍ମୀରରେ ଗାଜା ତାତି

ନୂଆଦିଲ୍ଲୀ/ଶ୍ରୀନଗର,୧୭ା୫: ପାଲେଷ୍ଟାଇନ୍‌ ସମର୍ଥନରେ ବିକ୍ଷୋଭ ପ୍ରଦର୍ଶନ କରିବାରୁ ଜମ୍ମୁ-କଶ୍ମୀର ପୋଲିସ ଅନୂ୍ୟନ ୨୧ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଜଣେ ଗ୍ରାଫିଟି ଆର୍ଟିଷ୍ଟ ଓ ଜଣେ ଧର୍ମଗୁରୁ ରହିଛନ୍ତି। ଶ୍ରୀନଗରର ୩୨ ବର୍ଷୀୟ ଗ୍ରାଫିଟି ଆର୍ଟିଷ୍ଟ ମୁଦାସିର ଗୁଲ୍‌ଙ୍କ ଦୋଷ ହେଲା ସେ ପାଲେଷ୍ଟାଇନ୍‌ର ଜଣେ ମହିଳାଙ୍କ ପ୍ରାଚୀର ଚିତ୍ର ଆଙ୍କିଥିଲେ। ସେହିପରି ପାଲେଷ୍ଟାଇନ୍‌ ନାଗରିକଙ୍କ ପାଇଁ ଏକ ମସ୍‌ଜିଦରେ ପ୍ରାର୍ଥନା କରିଥିବା ଶୋପିଆନ୍‌ ଧର୍ମଗୁରୁ ସର୍ଜନ ବରକାତିଙ୍କୁ ମଧ୍ୟ ପୋଲିସ ଉଠାଇ ନେଇଛି। ଏହାକୁ ନେଇ ସମଗ୍ର ଉପତ୍ୟକାରେ ଉତ୍ତେଜନା ସୃଷ୍ଟି ହୋଇଛି। ଏହି ପ୍ରସଙ୍ଗ ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ କରିବା ସହ ଅନ୍ତର୍ଜାତୀୟ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଛି।
ଜେରୁଜେଲମ୍‌କୁ ନେଇ ପ୍ରାୟ ସପ୍ତାହେ ହେଲା ଇସ୍ରାଏଲ୍‌ ଓ ପାଲେଷ୍ଟାଇନ୍‌ ପୁଣି ମୁହଁାମୁହିଁ ହୋଇଛନ୍ତି। ଉଭୟ ପକ୍ଷଙ୍କ ଆକ୍ରମଣ ଓ ପ୍ରତିଆକ୍ରମଣରେ ଗାଜା ଷ୍ଟ୍ରିପ୍‌ ଏକ ‘ଓ୍ବାର ଜୋନ୍‌’ ବା ଯୁଦ୍ଧ କ୍ଷେତ୍ରରେ ପରିଣତ ହୋଇଛି। ଇସ୍ରାଏଲ୍‌ ସେନାର ରକେଟ ମାଡ଼ରେ ୪୦ ଶିଶୁଙ୍କ ସମେତ ଅନୂ୍ୟନ ୧୭୪ ପାଲେଷ୍ଟାଇନ୍‌ ନାଗରିକ ନିହତ ହେଲେଣି। ଏହି ଆକ୍ରମଣକୁ ନେଇ ସାରା ବିଶ୍ୱରେ ଇସ୍ରାଏଲ୍‌ ବିରୋଧୀ ବିକ୍ଷୋଭ ତେଜିବାରେ ଲାଗିଛି। ଏଥିରୁ ଜମ୍ମୁ-କଶ୍ମୀର ବାଦ୍‌ ପଡ଼ିନାହିଁ। ପାଲେଷ୍ଟାଇନ୍‌ ମୁସଲମାନଙ୍କ ସପକ୍ଷରେ ଶୁକ୍ରବାର ନମାଜ ପାଠ ବେଳେ ବହୁ ସଂଖ୍ୟକ କଶ୍ମୀରୀ ସଂଖ୍ୟାଲଘୁ ବାହାରିଥିଲେ। ଗାଜା ଷ୍ଟ୍ରିପ୍‌ ଉପରେ ଇସ୍ରାଏଲ୍‌ର ଘାତକ ଆକ୍ରମଣ ଏବଂ ପାଲେଷ୍ଟାଇନ୍‌ ଦଖଲରେ ଥିବା ପୂର୍ବ ଜେରୁଜେଲମ୍‌ରେ ଦମନଲୀଳା ବିରୋଧରେ ସେମାନେ ପତାକା ଧରି ବିକ୍ଷୋଭ କରିଥିଲେ। ଯୁବ ବିକ୍ଷୋଭକାରୀମାନେ ଇସ୍ରାଏଲ୍‌ର ପତାକା ପୋଡ଼ିଥିଲେ। ଏହି ବିକ୍ଷୋଭରେ ସାମିଲ ଥିଲେ ଶ୍ରୀନଗର ପଡ୍‌ଶାହି ବାଗ୍‌ର ଚିତ୍ରକର ମୁଦାସିର ଗୁଲ୍‌। ମୁଦାସିର ଏକ ପ୍ରାଚୀର ଚିତ୍ର ଆଙ୍କିଥିଲେ। ସେଥିରେ ଜଣେ ମହିଳାଙ୍କ ମୁଣ୍ଡରେ ଛୁରାମାଡ଼ କରାଯାଇଛି। ରକ୍ତ ବହୁଥିବାରୁ କାନ୍ଦୁଥିବା ମହିଳା ଜଣକ ନିଜ ମୁଣ୍ଡକୁ ପାଲେଷ୍ଟାଇନ୍‌ର ଜାତୀୟ ପତାକାରେ ଘୋଡ଼ାଇ ଦେଇଛନ୍ତି। ସେଥିରେ ଲେଖାଅଛି ‘ଓ୍ବି ଆର୍‌ ପାଲେଷ୍ଟାଇନ୍‌’। ଝେଲମ୍‌ ନଦୀ ଉପରେ ଥିବା ଏକ ସ୍ପିଲ୍‌ଓଭର ଚ୍ୟାନେଲର ଗେଟ୍‌ରେ ଉକ୍ତ ମ୍ୟୁରାଲ୍‌କୁ ଟଙ୍ଗାଯାଇଥିଲା। ମୁଦାସିରଙ୍କୁ ଗିରଫ କରିବା ପୂର୍ବରୁ ପୋଲିସ ଜୋରଜବରଦସ୍ତ ଏହି ଚିତ୍ରକୁ ବିକୃତ କରିବାକୁ ତାଙ୍କୁ ବାଧ୍ୟ କରିଥିଲା। ଏନେଇ ମୁଦାସିରଙ୍କ ଭଉଣୀ ମୁଜାମିଲ ଫିର୍ଦୋସ କହିଛନ୍ତି, ସ୍ଥାନୀୟ କର୍ତ୍ତୃପକ୍ଷ ଚିତ୍ରକରଙ୍କ ଅଭିବ୍ୟକ୍ତି ସ୍ବାଧୀନତା ଉପରେ କଟକଣା ଲଗାଇଛନ୍ତି। ତାଙ୍କୁ କାହିଁକି ଗିରଫ କରାଯାଇଛି? ତାଙ୍କ ଦୋଷ କ’ଣ? ଏଠାରେ ଚିତ୍ର ଆଙ୍କିବା ଉପରେ ସରକାର ନିଷେଧାଦେଶ ଜାରି କରିଛନ୍ତି କି ବୋଲି ମୁଜାମିଲ ପ୍ରଶ୍ନ କରିଛନ୍ତି। ସେହିପରି ଶୋପିଆନ୍‌ ଜିଲା ରେବାନ୍‌ ଗ୍ରାମର ଧର୍ମଗୁରୁ ସର୍ଜନ ବରକାତିଙ୍କୁ ମଧ୍ୟ ପାଲେଷ୍ଟାଇନ୍‌ ପାଇଁ ପ୍ରାର୍ଥନା କରିବା ଅଭିଯୋଗରେ ଗିରଫ କରାଯାଇଛି। ଏକ ମସ୍‌ଜିଦରେ ସେ ପାଲେଷ୍ଟାଇନ୍‌ ସପକ୍ଷରେ ସ୍ଲୋଗାନ ଦେଇଥିଲେ। ସେ କିଛି ଭୁଲ୍‌ କରିନାହାନ୍ତି। ପୋଲିସ ତାଙ୍କୁ ଶନିବାର ସକାଳେ ଗିରଫ କରିନେଇଛି ବୋଲି ସର୍ଜନଙ୍କ ସ୍ତ୍ରୀ ଶାବ୍‌ରୁଜା ଜାନ୍‌ କହିଛନ୍ତି। ୨୦୧୬ରେ ହିଜ୍‌ବୁଲ ଆତଙ୍କବାଦୀ ବୁରହାନ୍‌ ଓ୍ବାନିଙ୍କ ଏନ୍‌କାଉଣ୍ଟର ପରେ ହିଂସା ସୃଷ୍ଟି ହୋଇଥିବାବେଳେ ଅକ୍ଟୋବର ୧୦ରେ ଜନ ସୁରକ୍ଷା ଆଇନ ବଳରେ ବରକାତିଙ୍କୁ ଗିରଫ କରାଯାଇଥିଲା। ୨୦୨୦ ଅକ୍ଟୋବରରେ ସେ ମୁକ୍ତ ହୋଇଥିଲେ।
ଯେ, ୨୦୧୯ ଅଗଷ୍ଟ ୫ରେ କେନ୍ଦ୍ରର ହିନ୍ଦୁ ଜାତୀୟତାବାଦୀ ସରକାର ଜମ୍ମୁ-କଶ୍ମୀରର ସ୍ବାୟତ୍ତତା ହଟାଇ ସମଗ୍ର ଉପତ୍ୟକାରେ ବିକ୍ଷୋଭ ବନ୍ଦ କରିବା ଲାଗି ସୁରକ୍ଷା ଲକ୍‌ଡାଉନ୍‌ ଜାରି କରିଥିଲେ। ବିଶ୍ୱର ଅନ୍ୟତମ ସାମରୀକୃତ ଅଞ୍ଚଳ ଭାବେ ପରିଚିତ କଶ୍ମୀରରେ ସେବେଠୁ ବିକ୍ଷୋଭ କରିବା ଉପରେ କଟକଣା ଜାରି ରହିଛି। ଏଭଳି ସ୍ଥିତିରେ ପାଲେଷ୍ଟାଇନ୍‌ ସପକ୍ଷରେ ବିକ୍ଷୋଭର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ଓ ଭିଡିଓଗୁଡ଼ିକ ଯୋଗୁ ଉପତ୍ୟକାରେ ଅଶାନ୍ତି ସୃଷ୍ଟି ହେବା ଆଶଙ୍କା କରି ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା କହିଛି।

ଏଠି କ’ଣ ସ୍ବାଧୀନତା ନାହିଁ
ଯେତେବେଳେ ସାରା ବିଶ୍ୱ ଇସ୍ରାଏଲ୍‌ର ବର୍ବରତା ବିରୋଧରେ ସ୍ବର ଉତ୍ତୋଳନ କରୁଛି, ଆମେ କାହିଁକି ମୁହଁ ଖୋଲିପାରିବୁ ନାହିଁ? ଆମକୁ ଚିତ୍ର ଆଙ୍କିବା କାହିଁକି ମନା? କେଉଁ ପ୍ରକାର ଗଣତନ୍ତ୍ରରେ ଆମେ ରହୁଛୁ? ଏଠି କ’ଣ ସ୍ବାଧୀନତା ନାହିଁ? ପାଲେଷ୍ଟାଇନ୍‌ ପାଇଁ ଆମେ ସମବେଦନା ଜଣାଇପାରିବୁ ନାହିଁ ବୋଲି ମୁଦାସିରଙ୍କ ଭଉଣୀ ମୁଜାମିଲ ଫିର୍ଦୋସ ପଚାରିଛନ୍ତି। ମୁଦାସିରଙ୍କ ସ୍ବାସ୍ଥ୍ୟ ଭଲ ନାହିଁ। କୋଭିଡ୍‌-୧୯ ସଂକ୍ରମଣ ବଢ଼ୁଥିବାବେଳେ ସେ ଜେଲ୍‌ରେ ରହିପାରିବେ ନାହିଁ ବୋଲି ପରିବାର ଲୋକେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri