ଗାଜା ଦୁର୍ଭିକ୍ଷ

ମଧ୍ୟପ୍ରାଚ୍ୟର ଯୁଦ୍ଧବିଧ୍ୱସ୍ତ ପାଲେଷ୍ଟାଇନ୍‌ର ଗାଜାରେ ଏବେ ମନୁଷ୍ୟକୃତ ଦୁର୍ଭିକ୍ଷ ବା ଉତ୍କଟ ଖାଦ୍ୟାଭାବ ଦେଖାଦେଇଛି। ୭ ଅକ୍ଟୋବର ୨୦୨୩ର ଇସ୍ରାଏଲ ଓ ହମାସ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଯୋଗୁ ଏଭଳି ସ୍ଥିତି ଉପୁଜିଛି ବୋଲି ଜାତିସଂଘ କହିଛି । ଦୀର୍ଘ ୨୨ ମାସର ସାମରିକ କାର୍ଯ୍ୟାନୁଷ୍ଠାନ ଗାଜାକୁ ଧ୍ୱଂସସ୍ତୂପରେ ପରିଣତ କରିଛି ବୋଲି ଅନ୍ତର୍ଜାତୀୟ ସ୍ତରରେ ଯେଉଁ ବ୍ୟାଖ୍ୟାନ ସୃଷ୍ଟି କରାଯାଇଛି ତାହାକୁ ତର୍ଜମା କରାଯିବା ଦରକାର। ଇସ୍ରାଏଲ ଉପରେ ଆତଙ୍କବାଦୀ ସଙ୍ଗଠନ ହମାସ ପ୍ରଥମେ ଆକ୍ରମଣ କରି ଅନେକ ଇସ୍ରାଏଲୀଙ୍କୁ ମାରିଥିବା ବେଳେ ଅନେକଙ୍କୁ ପଣବନ୍ଦୀ କରିଥିଲା। ଇସ୍ରାଏଲ ପ୍ରତିଆକ୍ରମଣ କରିବାକୁ ଯାଇ ଯେତେବେଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ବର୍ତ୍ତମାନ ତାହାକୁ ଦୋଷୀ ଭାବେ ଦେଖାଯାଉଛି। ଯାହା କୁହାଯାଉଛି ଯେ ଗାଜା ଅଞ୍ଚଳର ଲୋକଙ୍କ ପାଖକୁ ପଠାଯାଉଥିବା ଖାଦ୍ୟକୁ ଇସ୍ରାଏଲ ବନ୍ଦ କରୁଛି, ତାହାକୁ ନେଇ ପ୍ରଶ୍ନ ଉଠିଲାଣି। କାରଣ ଅନ୍ତର୍ଜାତୀୟ ସହାନୁଭୂତି ଗୋଟାଇବାକୁ ଯାଇ ହମାସ ପାଲେଷ୍ଟିନୀୟ ମହିଳା ଓ ଶିଶୁଙ୍କୁ ବ୍ୟବହାର କରୁଛି ବୋଲି ମଧ୍ୟ ଶୁଣାଯାଉଛି। ବିଭିନ୍ନ ସହାୟତା କେନ୍ଦ୍ରରୁ ଗାଜାର ଲୋକମାନଙ୍କୁ ଖାଦ୍ୟ ଦିଆଯାଉ ନାହିଁ ବୋଲି ଦର୍ଶାଇବାରେ ହମାସର ହାତ ରହିଥିବା ଆଲୋଚନା ହେଉଛି। ଏହି ଆତଙ୍କବାଦୀ ସଙ୍ଗଠନକୁ ସମର୍ଥନ ଦେଇ ଅନେକ ରାଷ୍ଟ୍ର ଓ ଉଦାରବାଦୀ ଦେଖାଉଥିବା ବ୍ୟକ୍ତିମାନେ ଇସ୍ରାଏଲ ବିପକ୍ଷ ସ୍ଲୋଗାନ ଦେଉଛନ୍ତି। ଫଳରେ ବିଶ୍ୱବ୍ୟାପୀ ଗୋଟେ ‘ଘୋ’ ସୃଷ୍ଟି ହୋଇଯାଇଛି ଯେ, ଗାଜାରେ ମନୁଷ୍ୟକୃତ ଦୁର୍ଭିକ୍ଷ ଇସ୍ରାଏଲ ସୃଷ୍ଟି କରିଛି।
ଏହି ପରିପ୍ରେକ୍ଷୀରେ ଗତ ମେ’ରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ୪ ଦିନିଆ ଯୁଦ୍ଧକୁ ଉଦାହରଣ ଭାବେ ନିଆଯାଇପାରେ। ‘ଅପରେଶନ ସିନ୍ଦୂର’ ଜରିଆରେ ପାକିସ୍ତାନର ପ୍ରଭୂତ କ୍ଷତି ଭାରତ କରିଛି ବୋଲି ଗୋଟେ ବ୍ୟାଖ୍ୟାନ କରାଯାଇଥିଲା। ଯୁଦ୍ଧର ଅବଧି ବଢ଼ିଥିଲେ ପାକିସ୍ତାନୀମାନେ ଭାରତ ବିରୋଧୀ ଅଭିଯାନରେ ହୁଏତ ଅଧିକ ସଫଳ ହୋଇଥାଆନ୍ତେ। କାରଣ ଯେତିକି ଦିନର ଘଟଣା ବିଷୟରେ ଆଲୋଚନା ହେଲା ସେଥିରେ ଭାରତର ସ୍ବର, ଇସ୍ରାଏଲ ଭଳିଆ ଦୁର୍ବଳ ପଡ଼ିଗଲା। ଭାରତୀୟମାନେ ସେମାନଙ୍କ ପଡ଼ୋଶୀ ଦେଶର ବ୍ୟବହାରକୁ ଭଲ ଭାବେ ଜାଣିଥିବାରୁ ସେମାନଙ୍କ ଆକ୍ରମଣାତ୍ମକ ଚରିତ୍ରକୁ ବୁଝିଛନ୍ତି। ସେହିପରି ଇସ୍ରାଏଲ ମଧ୍ୟ ତା’ ଚାରିକଡ଼େ ଥିବା ମୁସଲମାନ ରାଷ୍ଟ୍ରର କାର୍ଯ୍ୟକଳାପକୁ ଦୀର୍ଘ ଦଶନ୍ଧି ଧରି ଦେଖିଆସୁଛି। ତା’ ନିଜ ଭୂଖଣ୍ଡକୁ ସୁରକ୍ଷିତ ରଖିବା ଲାଗି ନେଉଥିବା ପଦକ୍ଷେପକୁ କେତେକ ରାଷ୍ଟ୍ର ପାଲେଷ୍ଟିନୀୟଙ୍କ ପାଇଁ ଘୋର ବିପତ୍ତି ଆଣିଥିବା କହୁଛନ୍ତି। ହେଲେ ପ୍ରଥମେ ଇସ୍ରାଏଲ ଉପରେ ଆକ୍ରମଣ କରିଥିବା ହମାସ ଓ ଅନେକ ଇସ୍ରାଏଲୀଙ୍କୁ ପଣବନ୍ଦୀ ରଖି ନିର୍ଯାତନା ଦେଉଥିବା ବିଷୟ ଏବେ ଅନ୍ତର୍ଜାତୀୟ ଗଣମାଧ୍ୟମରୁ ଲୁଚିଯାଉଛି। ଯେଉଁ ସମୟର ଇତିହାସକୁ ବଦଳାଇ ଦିଆଯାଏ, ସେତେବେଳେ ଅନ୍ୟାୟ କରୁଥିବା ବ୍ୟକ୍ତି ବା ଗୋଷ୍ଠୀ ନ୍ୟାୟବନ୍ତ ପାଲଟିଯିବାକୁ ଚେଷ୍ଟା କରେ। ଆଜି ଇସ୍ରାଏଲ ଭଳି ଭାରତ ମଧ୍ୟ ଏକ ପ୍ରକାରର ଅଠାକାଠିରେ ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ ମୂଲ୍ୟ ଘୋଷଣା କଲେ ମସ୍କ: ମାସିକ ଖର୍ଚ୍ଚ ଏତିକି ଟଙ୍କା

ନୂଆଦିଲ୍ଲୀ,୮।୧୨: ଏଲନ୍ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଷ୍ଟାରଲିଙ୍କ୍ ଭାରତରେ ଏହାର ମୂଲ୍ୟ ଘୋଷଣା କରିଛି। ଖୁବ୍ ଶୀଘ୍ର ଭାରତରେ ଆରମ୍ଭ ହେବାକୁ ଥିବା ଏହି...

Apple ଜାରି କଲା ବଡ଼ ସତର୍କତା: ଏସବୁ ଉପଭୋକ୍ତାଙ୍କ ପାଇଁ ସୁରକ୍ଷିତ ନୁହେଁ ଗୁଗଲ୍ Chrome

ନୂଆଦିଲ୍ଲୀ,୮।୧୨: ଗୁଗୁଲର ସବୁଠାରୁ ଲୋକପ୍ରିୟ ଉତ୍ପାଦ ବିରୋଧରେ ଆପଲ୍ ଏକ ବଡ଼ ସତର୍କତା ଜାରି କରିଛି। ଆପଲ୍ ପକ୍ଷରୁ କୁହାଯାଇଛି ଯେ, iPhone ଏବଂ Mac...

ରାଜ୍ୟରେ ବଢୁଛି ମହିଳାଙ୍କ ବିରୋଧରେ ଅପରାଧ: ଦେଢ଼ ବର୍ଷରେ ୪୦ ହଜାରରୁ ଊର୍ଦ୍ଧ୍ବ ମାମଲା

ଭୁବନେଶ୍ୱର,୮।୧୨: ଓଡ଼ିଶାରେ ମହିଳାମାନଙ୍କ ବିରୋଧରେ ହେଉଥିବା ଅପରାଧ ସାଙ୍ଘାତିକ ଚିନ୍ତାର ବିଷୟ ପାଲଟିଛି। ରାଜ୍ୟ ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଗତ ମାତ୍ର ଦେଢ଼ ବର୍ଷ...

‘ନେତାଜୀ-ଟାଗୋରଙ୍କୁ ସମ୍ମାନ ଦେଇ ଜାଣି ନାହାଁନ୍ତି…’, ବନ୍ଦେ ମାତରମ ଆଲୋଚନାକୁ ନେଇ ଭାଜପା ଉପରେ ଖପ୍ପା ହେଲେ ମମତା

କୋଲକାତା,୮।୧୨: ସଂସଦରେ ବନ୍ଦେ ମାତରମ ଉପରେ ଉଷ୍ମ ବିତର୍କ ମଧ୍ୟରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧାସଳଖ ଭାଜପାକୁ କାଠଗଡ଼ାରେ ଠିଆ କରିଥିଲେ। କୋଲକାତାରେ ଏକ...

ଜାଣିଶୁଣି କରାଯାଇଥିଲା କି ଇଣ୍ଡିଗୋ ସଙ୍କଟ? ସରକାର ଜାରି କଲେ ନୋଟିସ, ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ,୮।୧୨: ସରକାର ନୂତନ ଫ୍ଲାଇଟ ଡ୍ୟୁଟି ସମୟ ସୀମା (FDTL) ନିୟମ କାର୍ଯ୍ୟକାରୀ କରିବାରେ ଇଣ୍ଡିଗୋର ଅଭିଯୋଗ ଅବହେଳାର ତଦନ୍ତ କରିବେ। ଅଭିଯୋଗ ହୋଇଛି ଯେ...

ଶୀତରେ ଥରୁଛି ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଥିବାବେଳେ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏ ଶୀତ ଲହରୀ ଜାରି...

କଟକରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ନୂଆଦିଲ୍ଲୀ,୮।୧୨: ଟେଷ୍ଟ ଏବଂ ଦିନିକିଆ ପରେ, ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦଳ ଏବେ ଟି-୨୦ ଅନ୍ତର୍ଜାତୀୟ ସିରିଜ ଖେଳିବାକୁ ପ୍ରସ୍ତୁତ। ଦକ୍ଷିଣ ଆଫ୍ରିକା ଟେଷ୍ଟ...

ସାରା ରାଜ୍ୟକୁ ଥରାଉଛି ଶୀତ, ଜି.ଉଦୟଗିରି ସବୁଠୁ ଥଣ୍ଡା, ତାପମାତ୍ରା ରହିଛି…

ଭୁବନେଶ୍ୱର,୮ା୧୨: ରାଜ୍ୟରେ କିଛିଦିନ ହେବ ଶୀତ ଲହରି ଜାରି ରହିଛି। କନ୍ଧମାଳ ଜିଲାର ସବୁଜ ସୁନ୍ଦର ପାହାଡ଼ ପର୍ବତ ଘେରା ଜି.ଉଦୟଗିରି ଅଞ୍ଚଳ ରାଜ୍ୟର ସବୁଠାରୁ କମ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri