ଗାଜା ମୃତ୍ୟୁସଂଖ୍ୟା ୮୦୦୦+

ଜେରୁଜେଲମ୍‌,୩୦ା୧୦ : ଇସ୍ରାଏଲୀ ସେନା ଗାଜାରେ ଏୟାରଷ୍ଟ୍ରାଇକ୍‌କୁ ଜୋର୍‌ଦାର କରିଛି। ଗାଜାର ଅଣ୍ଡରଗ୍ରାଉଣ୍ଡ ଟାର୍ଗେଟ୍‌ଗୁଡ଼ିକ ଉପରେ ଘନଘନ ବୋମାମାଡ଼ ହେଉଛି। ଏପରିକି ସେଠାର ସବୁଠୁ ବଡ଼ ହସ୍ପିଟାଲ ମଧ୍ୟ ବାଦ୍‌ ପଡ଼ିନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲୀ ସେନା ହମାସ୍‌ର ୪୫୦ରୁ ଊର୍ଦ୍ଧ୍ୱ ଟାର୍ଗେଟ ଉପରେ ଆକ୍ରମଣ କରିଥିବା କହିଛି। ସେଥିରେ ହମାସ୍‌ର କମାଣ୍ଡ ସେଣ୍ଟର, ପର୍ଯ୍ୟବେକ୍ଷଣ କେନ୍ଦ୍ର, ଟ୍ୟାଙ୍କ ବିଧ୍ୱଂସୀ କ୍ଷେପଣାସ୍ତ୍ର ଲଞ୍ଚତ୍ଂ ସ୍ଥାନ ରହିଛି। ଶନିବାର ରାତିରେ ଗାଜାକୁ ଅଧିକ ସଂଖ୍ୟାରେ ସ୍ଥଳସେନା ପଠାଯାଇଛି। ଖାଦ୍ୟ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ ଦେଖାଦେଇଥିବାବେଳେ ହଜାର ହଜାର ଲୋକ ଜାତିସଂଘର ସହାୟତା ସାମଗ୍ରୀ ଥିବା ଓ୍ବେରହାଉସ୍‌ଗୁଡ଼ିକରେ ପଶି ଲୁଟ୍‌ପାଟ କରିଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଇସ୍ରାଏଲର ବୋମାମାଡ଼ ଯୋଗୁ ଗାଜା ଷ୍ଟ୍ରିପ୍‌ର ବହୁ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଥିବାବେଳେ ରବିବାର ପୁନର୍ବାର ଇଣ୍ଟରନେଟ୍‌ ଏବଂ ଫୋନ୍‌ ସଂଯୋଗ ସ୍ଥାପନ ହୋଇଛି।

୩ ସପ୍ତାହ ହେଲା ଆକ୍ରମଣ ଚାଲିଥିବାବେଳେ ‘ପୁଣି ନୁହେଁ ଏବେ’ ବୋଲି ଶନିବାର ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଆହ୍ବାନ ଦେଇଥିଲେ। ଯୁଦ୍ଧର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଲା ବୋଲି ଘୋଷଣା କରିବା ସହ ହମାସ୍‌ ପଣବନ୍ଦୀ ରଖିଥିବା ୨୨୯ ଜଣଙ୍କୁ ଫେରାଇ ଆଣିବା ପାଇଁ ସେ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି। ଇତିମଧ୍ୟରେ ଇସ୍ରାଏଲ୍‌ ଆକ୍ରମଣରେ ପାଲେଷ୍ଟିନୀୟଙ୍କ ମୃତ୍ୟୁସଂଖ୍ୟା ୮,୦୦୦ ଅତିକ୍ରମ କରିଛି। ହମାସ୍‌ ଆକ୍ରମଣରେ ଇସ୍ରାଏଲ୍‌ର ୩୧୦ ସୈନ୍ୟଙ୍କ ସମେତ ମୋଟ ୧,୪୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ହମାସ୍‌ ଆତଙ୍କବାଦୀ ଇସ୍ରାଏଲ୍‌ରୁ ଅପହରଣ କରିନେଇ ପଣବନ୍ଦୀ ରଖିତ୍ଥିବା ୨୨୯ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ ଇତିମଧ୍ୟରେ ଛାଡ଼ିଦେଇଛନ୍ତି।
ମାନବିକତା ଦୃଷ୍ଟିରୁ ଗାଜାରେ ତୁରନ୍ତ ଯୁଦ୍ଧ ବିରତି ପାଇଁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ପୁଣିଥରେ ନିବେଦନ କରିଛନ୍ତି। ଏଥିସହିତ ସମସ୍ତ ପଣବନ୍ଦୀଙ୍କୁ ନିଃସର୍ତ୍ତରେ ଛାଡ଼ିଦେବାକୁ ସେ ଆହ୍ବାନ ଦେଇଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଲୋକଙ୍କ ପାଖରେ ତୁରନ୍ତ ପର୍ଯ୍ୟାପ୍ତ ରିଲିଫ୍‌ ସହାୟତା ପହଞ୍ଚାଇବାକୁ ନେପାଳ ଗସ୍ତରେ ଥିବା ଗୁଟେରେସ୍‌ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଟି-୨୦ ବିଶ୍ୱକପ: ହସରଙ୍ଗା ଓ ବ୍ରେସୱେଲ୍ ବାଦ୍, ଭାରତୀୟ ଶିବିରରେ ଚିନ୍ତାର କଲା ବାଦଲ

ମୁମ୍ବାଇ,୧୦।୨: ଚଳିତ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ରେ ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ଦଳକୁ ବଡ଼ ଝଟ୍‌କା ଲାଗିଛି। ଆହତ ସମସ୍ୟା କାରଣରୁ ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା ଏବଂ…

ଟି-୨୦ ବିଶ୍ୱକପ: ଭାରତ ବିପକ୍ଷ ମ୍ୟାଚ୍ ପାଇଁ ପାକିସ୍ତାନର ‘ୟୁ-ଟର୍ଣ୍ଣ’, ଆଇସିସି ଦେଲା ବଡ଼ ପ୍ରତିଶ୍ରୁତି

ନୂଆଦିଲ୍ଲୀ,୧୦।୨: ଚାଲିଥିବା ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷ ମ୍ୟାଚ୍‌କୁ ବର୍ଜନ କରିବାକୁ ଘୋଷଣା କରିଥିବା ପାକିସ୍ତାନ ଶେଷରେ ନିଜ ନିଷ୍ପତ୍ତି ବଦଳାଇଛି। ICC ପାକିସ୍ତାନ କ୍ରିକେଟ ବୋର୍ଡ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

ଭାରତରେ କଠୋର ହେଲା AI ନିୟମ: ୩ ଘଣ୍ଟା ମଧ୍ୟରେ ହଟାଯିବ ଏସବୁ ପୋଷ୍ଟ

ନୂଆଦିଲ୍ଲୀ,୧୦।୨: AI ଏବଂ ଡିପଫେକ୍’ର ଅପବ୍ୟବହାର ରୋକିବା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଆଇଟି ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri