Posted inଖେଳ

ଏଲ୍‌ପିଏଲ୍‌ରୁ ଓହରିଲେ ଗେଲ୍‌, ମାଲିଙ୍ଗା

କଲମ୍ବୋ, ୨୦ା୧୧ (ପି.ଟି.)-କ୍ରିସ୍‌ ଗେଲ୍‌ ଓ ଲସିଥ୍‌ ମାଲିଙ୍ଗାଙ୍କ ଭଳି ଟି୨୦ର ଦୁଇ ଷ୍ଟାର ଖେଳାଳି ଶ୍ରୀଲଙ୍କା ପ୍ରିମିୟର ଲିଗ୍‌ (ଏଲ୍‌ପିଏଲ୍‌)ରୁ ଓହରିଯାଇଛନ୍ତି। ଇଂଲଣ୍ଡ ପେସ୍‌ ବୋଲର ଲିଆମ୍‌ ପ୍ଲଙ୍କେଟ ମଧ୍ୟ ଖେଳିବେ ନାହିଁ। ଟୁର୍ନାମେଣ୍ଟ ଆରମ୍ଭ ନ ହେଉଣୁ ଏହି ଖେଳାଳିମାନେ ଓହରିଯିବା ଆୟୋଜକଙ୍କୁ ଶକ୍ତ ଧକ୍କା ହୋଇଛି। ଗେଲ୍‌ ଓ ପ୍ଲଙ୍କେଟଙ୍କ ଓହରିଯିବା ସମ୍ପର୍କରେ ସେମାନଙ୍କ ଫ୍ରାଞ୍ଚାଇଜ୍‌ କାଣ୍ଡି ଟସ୍କର ସ୍ପଷ୍ଟ କରିଛି। ଯଥେଷ୍ଟ ପ୍ରସ୍ତୁତି ସମ୍ଭବ ନ ଥିବା ଦର୍ଶାଇ ମାଲିଙ୍ଗା ଆସମର୍ଥ୍ୟତା ପ୍ରକାଶ କରିଛନ୍ତି। ଜାମାଇକାର ୪୧ ବର୍ଷୀୟ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଗେଲ୍‌ ଟି୨୦ ଫର୍ମାଟରେ ସର୍ବାଧିକ ଛକା ମାରି ରେକର୍ଡ କରିଛନ୍ତି। ନିକଟରେ ଶେଷ ହୋଇଥିବା ଆଇପିଏଲ୍‌ରେ ସେ କିଙ୍ଗ୍ସ ଇଲେଭେନ ପଞ୍ଜାବ ତରଫରୁ ଖେଳୁଥିଲେ। ମାଲିଙ୍ଗା ହେଉଛନ୍ତି ଶ୍ରୀଲଙ୍କା ଟି୨୦ ଦଳର ଅଧିନାୟକ। ସେ ଜାଲେ ଗତଲାଡିଅର୍ସ ଦଳର ଅଧିନାୟକତ୍ୱ କରିଥାନ୍ତେ। ମାତ୍ର ସେ ମାର୍ଚ୍ଚ ମାସ ପରଠାରୁ କୌଣସି ଟ୍ରେନିଂ ନେଇ ନ ଥିବାରୁ ବିନା ପ୍ରାକ୍ଟିସରେ ଉଚ୍ଚସ୍ତରୀୟ କ୍ରିକେଟ ଖେଳିବା ତାଙ୍କ ପକ୍ଷେ ସମ୍ଭବପର ନୁହେଁ ବୋଲି ଦର୍ଶାଇଥିଲେ। ଦିନକ ପୂର୍ବେ ଫ୍ରାଞ୍ଚାଇଜ୍‌ ଭିତ୍ତିକ ଏହି ଟୁର୍ନାମେଣ୍ଟରୁ ପାକିସ୍ତାନର ପୂର୍ବତନ ଅଧିନାୟକ ସର୍ଫରାଜ ଅହମ୍ମଦ ଓହରିଯାଇଥିଲେ। ସର୍ଫରାଜ ଗାଲେ ଗ୍ଲାଡିୟର୍ସ ଫ୍ରାଞ୍ଚାଇଜ୍‌ର ଅଧିନାୟକ ଥିଲେ। ପୂର୍ବରୁ ଅନ୍ୟ କେତେଜଣ ଖେଳାଳି ଟୁର୍ନାମେଣ୍ଟରୁ ଓହରିସାରିଥିଲେ। ସେମାନେ ହେଲେ ଭାରତର ପୂର୍ବତନ ଅଲରାଉଣ୍ଡର ଇର୍ଫାନ ପଠାନ୍‌, ମୁନାଫ ପଟେଲ, ସ୍ଥାନୀୟ ଆଇକନ୍‌ କୁସାଲ ପେରେରା, ଶ୍ରୀଲଙ୍କା ଟି୨୦ ସ୍ପେଶାଲିଷ୍ଟ କୁସାଲ ମେଣ୍ଡିସ ଓ ନୁଓ୍ବାନ ପ୍ରଦୀପ। ଜାଫନା ଷ୍ଟାଲିଅନ୍ସ ଫ୍ରାଞ୍ଚାଇଜ୍‌ରେ ଖେଳିବାକୁ ଥିବା ଇଂଲଣ୍ଡ ବ୍ୟାଟ୍ସମ୍ୟାନ ରବି ବୋପାରା ମଧ୍ୟ ଓହରିଯାଇଛନ୍ତି। ସେ ଖେଳିବେ ନାହିଁ ବୋଲି ଫ୍ରାଞ୍ଚାଇଜ୍‌କୁ ଜଣାଇ ସାରିଛନ୍ତି। ଅନ୍ୟପକ୍ଷରେ କଲମ୍ବୋ କିଙ୍ଗ୍ସ ଫ୍ରାଞ୍ଚାଇଜ୍‌ କବିର ଅଲିଙ୍କ ସ୍ଥାନରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟ୍ସମ୍ୟାନ ହର୍ଶେଲ ଗିବ୍ସଙ୍କୁ କୋଚ୍‌ ଭାବେ ନିଯୁକ୍ତି ଦିଆଯାଇଛି। କବିର ଅଲି କୋଭିଡ୍‌ ପଜିଟିଭ୍‌ ଜଣାପଡ଼ିବା ପରେ ତାଙ୍କ ସ୍ଥାନରେ ଗିବ୍ସଙ୍କୁ ନିଆଯାଇଛି। ଏଲପିଏଲ୍‌ ନଭେମ୍ବର ୨୬ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଖେଳାଯିବ। ଉଦ୍‌ଘାଟନୀ ମ୍ୟାଚ କଲମ୍ବୋ କିଙ୍ଗ୍ସ ଓ କାଣ୍ଡି ଟସ୍କର୍ସ ମଧ୍ୟରେ ହେବ। ଟୁର୍ନାମେଣ୍ଟରେ ୫ଟି ଦଳ କଲମ୍ବୋ, କାଣ୍ଡି, ଗାଲେ, ଦାମ୍ବୁଲା ଓ ଜାଫନା ଅଂଶଗ୍ରହଣ କରିବେ। ବଲିଉଡ୍‌ ଅଭିନେତା ସଲମନ ଖାଁଙ୍କ ଭାଇ ସୋହେଲ କାଣ୍ଡି ଫ୍ରାଞ୍ଚାଇଜ୍‌ର ମାଲିକ ଅଛନ୍ତି। ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ ହସନ ତିଳକରତ୍ନେ ଏହି ଦଳର କୋଚ୍‌ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri