Posted inଫୁରସତ

ଗର୍ଭବତୀ ହେଲେ ସମଲିଙ୍ଗୀ

ନୂଆଦିଲ୍ଲୀ: ନିକଟରେ ଏକ ସମଲିଙ୍ଗୀ ଦମ୍ପତି ତାଙ୍କ ପ୍ରେଗ୍ନାନ୍ସିକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଏନେଇ ଦମ୍ପତି ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଜରିଆରେ ଜଣାଇଛନ୍ତି। ସେଥିରେ ଦୁହେଁ ସୋନୋଗ୍ରାଫିର ଫଟୋ ଦେଖାଇ ପୋଜ୍‌ ଦେଇଛନ୍ତି। ଅମିତ୍‌ ଶାହା ଏବଂ ଆଦିତ୍ୟ ମଦିରାଜୁ ଆମେରିକାର ଏକ ମନ୍ଦିରରେ ହିନ୍ଦୁ ରୀତିନୀତିରେ ୨୦୧୮ରେ ବିବାହ କରି ଚର୍ଚ୍ଚାକୁ ଆସିଥିଲେ। ଏହି ଦମ୍ପତି ଏକ ଭିଡିଓ ମାଧ୍ୟମରେ ଜଣାଇଛନ୍ତି, ସେମାନେ ଜଣେ ସାଙ୍ଗର ଜନ୍ମଦିନ ପାର୍ଟିରେ ଦେଖାହୋଇଥିଲେ। ସେବେଠାରୁ ଦୁହେଁ ଦୁହିଁଙ୍କୁ ପସନ୍ଦ କରିବା ଆରମ୍ଭ କରିଥିଲେ। ହେଲେ ସେମାନଙ୍କ ଘରେ ତାଙ୍କ ଲିଙ୍ଗ ବାବଦରେ ଜଣା ନ ଥିଲା। ପ୍ରଥମେ ସେମାନଙ୍କ ପରିବାର ସହ ପରସ୍ପରଙ୍କୁ ସାଙ୍ଗ କହି ଦେଖା କରାଇଥିଲେ। ପରେ ଘର ଲୋକଙ୍କୁ ସେମାନଙ୍କ ଲିଙ୍ଗ ବାବଦରେ ଜଣାଇ ଦୁହେଁ ଦୁହଁିଙ୍କୁ ପସନ୍ଦ କରୁଥିବା ମଧ୍ୟ କହିଥିଲେ। ଅମିତ ତାଙ୍କ ମା’ଙ୍କୁ ଏହା କହିବା ପରେ ତାଙ୍କୁ ଝଟ୍‌କା ଲାଗିଥିଲା, ହେଲେ ପରେ ସେ ଏଥିପାଇଁ ଅନୁମତି ଦେଇଥିଲେ। ଆଦିତ୍ୟଙ୍କ ବାପା ଏକଥା ଜାଣିବା ପରେ ସେମାନଙ୍କୁ ବିରୋଧ ନ କରି ତାଙ୍କ ସହିତ ଠିଆ ହୋଇଥିଲେ। ପରେ ପରିବାରର ଉପସ୍ଥିତିରେ ଦୁହଁିଙ୍କ ବିବାହ ସମ୍ପନ୍ନ ହୋଇଥିଲା। ସେମାନେ ବିବାହ କରି ଲୋକଙ୍କ ହୀନ ମାନସିକତା ଦୂର କରିବାକୁ ପ୍ରୟାସ କରିଥିବା କହିଛନ୍ତି। ତେବେ ସେମାନଙ୍କ ୨ ବର୍ଷର ସ୍ବପ୍ନ ଏବେ ସାକାର ହେବାକୁ ଯାଉଛି। ଆସନ୍ତା ମେ’ ବେଳକୁ ସେମାନଙ୍କ ସନ୍ତାନ ଜନ୍ମ ହେବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣଯନ୍ତା: ମରାମତି ଦାବିରେ ଗ୍ରାମବାସୀଙ୍କ ଧାରଣା

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି ପାଇଁ…

ସିଭିଲ ସର୍ଭିସ ଆଶାୟୀଙ୍କ ପାଇଁ ଖବର: ଗଞ୍ଜାମରେ ପ୍ରସ୍ତୁତି ଚାଲିଛି…

ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରକଳ୍ପ ମାଧ୍ୟମରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ଯୁବତୀଯୁବକଙ୍କୁ ତାଲିମ ଦିଆଯିବ। ତେଣୁ ଗଞ୍ଜାମ ଜିଲାପାଳ କିର୍ତ୍ତୀ ଭାସନ ଭିଙ୍କ ପ୍ରଚେଷ୍ଟାରେ…

ଇରାନ ଯୁଦ୍ଧରେ ଫସିଗଲେ ଟ୍ରମ୍ପ, ହରାଇବେ ପଦ! ଇସ୍ତଫା ଦାବି କଲେ…

ଓ୍ବାଶିଂଟନ୍‌,୮।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବୃଆରୀ ୨୮ ତାରିଖରେ ଯେତେବେଳେ ଇସ୍ରାଏଲ ସହ ମିଶି ଇରାନ ବିରୁଦ୍ଧରେ ଆକ୍ରମଣ ଆରମ୍ଭ କରିଥିଲେ, ସେତବେଳେ ସେ ଭେନେଜୁଏଲାରେ…

ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି: ଚିଠି କରି କାମ ସାରିଦେଲେ…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ…

ଯୁଦ୍ଧ ବନ୍ଦ କରିବା ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ବିସ୍ଫୋରକ ବୟାନ: ମୁଁ ଘୋଷଣା କରୁଛି ଯେ, ଆଗାମୀ ଦିନରେ…

ଇସଲାମାବାଦ,୮।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଶେଷରେ ଆମେରିକା ଏବଂ ଇରାନ ଯୁଦ୍ଧବିରତି ଉପରେ ସହମତି ହୋଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା…

ଇରାନ-ଆମେରିକା ଯୁଦ୍ଧବିରତିରେ ଏହି ଦେଶର ବଲ୍ଲେବଲ୍ଲେ, ଆଦାୟ କରିବ ହର୍ମୁଜ ଉପରେ ଶୁଳ୍କ

ଓ୍ବାଶିଂଟନ୍‌,୮।୪: ପଶ୍ଚିମ ଏସିଆରେ ପାଞ୍ଚ ସପ୍ତାହରୁ ଅଧିକ ସମୟ ଧରି ଲାଗି ରହିଥିବା ଯୁଦ୍ଧର ନିଆଁ ଶେଷରେ ଥଣ୍ଡା ପଡ଼ିଛି। ଆମେରିକା ଏବଂ ଇରାନ ଦୁଇ ସପ୍ତାହ…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri