Posted inଫୁରସତ

ପ୍ରଥମ ଚେକ୍‌ ବାପାଙ୍କୁ ଦେଇଥିଲି: ରେଡ଼ିଓ ଉପସ୍ଥାପିକା ଜୟଶ୍ରୀ ମୁଦ୍ରା

ହାଇସ୍କୁଲ୍‌ରେ ପଢ଼ିଲାବେଳୁ ଟିଭି ଓ ରେଡ଼ିଓରେ ସମ୍ବାଦ ପଢ଼ିବାକୁ ନେଇ ମନରେ ଖୁବ୍‌ ଆଗ୍ରହ ବଢ଼ିଥିଲା। କାରଣ ମୋ ବାବା ନୀଳମଣି ମୁଦ୍ରା ରେଡ଼ିଓ ଶୁଣିବାକୁ ଖୁବ୍‌ ଭଲ ପାଉଥିଲେ। ଭାବିଲି ମୁଁ ଯଦି ରେଡ଼ିଓରେ କହିବି ତା’ହେଲେ ବାବା ବହୁତ ଖୁସି ହେବେ। ସେଥିପାଇଁ ପାଠପଢ଼ା ସହିତ ବାବାଙ୍କ ପାଖରେ ପ୍ରତିଦିନ କିଛି କିଛି ସମୟ ରେଡ଼ିଓ, ଦୂରଦର୍ଶନରେ ଯେମିତି ସମ୍ବାଦ ପଢ଼ାଯାଏ, ସେମିତି ପେପର୍‌ ପଢ଼ିକି ଶୁଣାଉଥିଲି। ଏହା ଭିତରେ ମୋର ଗ୍ରାଜୁଏଶନ ସରିଗଲା। ମିଡିଆ ଲାଇନ୍‌ରେ ଆଗ୍ରହ ଥିବା ଦେଖି ବାବା ସେହି କ୍ଷେତ୍ରରେ କ୍ୟାରିୟର କରିବାକୁ ସମର୍ଥନ ଦେବାରୁ କ୍ରମେ ଟିଭିରେ କାମକରି ଦର୍ଶକଙ୍କ ସହିତ ଯୋଡ଼ିହୋଇଗଲି। ସେହିପରି ରେଡ଼ିଓରେ ବି କାମକରି ଶ୍ରୋତାଙ୍କ ସାଥୀ ବନିଗଲି। ୨୦୦୪ରେ ପୁରୀ ଅଲ୍‌ ଇଣ୍ଡିଆ ରେଡିଓରେ କାମ କରିବାର ସୁଯୋଗ ପାଇଲି। ଆଉ ପ୍ରଥମକରି ରେଡ଼ିଓ ଷ୍ଟେଶନରୁ ୩୫୦ ଟଙ୍କା ଦରମା ମିଳିଥିଲା; ଯାହାକି ମୋତେ ଖୁବ୍‌ ଆନନ୍ଦ ଦେଇଥିଲା। ପ୍ରଥମ ଦରମାର ଚେକ୍‌ଟିକୁ ଆଣି ବାବାଙ୍କ ହାତରେ ଦେବାରୁ ସେ ଖୁବ୍‌ ଖୁସିହେଲେ ଆଉ କହିଲେ, ୫୦୦ ଟଙ୍କା ନେ, ମୁଁ ପରେ ଏଇ ଚେକ୍‌ ଭଙ୍ଗେଇ ଆଣିଲେ ତୋ ଟଙ୍କା ତୋତେ ଦେଇଦେବି। କିନ୍ତୁ ମୁଁ ଜିଦି କରିବାରୁ ବାବା ବାଧ୍ୟହୋଇ ମୋତେ ବ୍ୟାଙ୍କ ନେଇ ଚେକ୍‌ ଭଙ୍ଗାଇ ଟଙ୍କା ଉଠାଇଲେ। ମୁଁ ମୋ ପାରିଶ୍ରମିକକୁ ଯେତେବେଳେ ହାତ ପାପୁଲିରେ ଧରିଲି ସେତେବେଳର ଆନନ୍ଦ କହିଲେ ନ ସରେ। ତା’ପରେ ବାବାଙ୍କ ସହ ଶ୍ରୀମନ୍ଦିର ଗଲି ମହାପ୍ରଭୁଙ୍କୁ ଦର୍ଶନ କରିବାକୁ। ଯେତେବେଳେ ବାବା ଦୀପବାଲାକୁ ଟଙ୍କା ଦେଲେ ମୁଁ ମନାକଲି। ମୋ ରୋଜଗାର ପଇସାରେ ମୁଁ ଦୀପ ଦେବି କହି ଅଡ଼ିବସି ଦୀପବାଲାକୁ ଦଶ ଟଙ୍କା ଦେଲି। ସେମିତି ତୁଳସୀ ମାଳ କିଣିଲାବେଳେ ବି ବାବାଙ୍କୁ ମନାକଲି ଆଉ କହିଲି, ଆଜି ସବୁ ମୋ ଟଙ୍କାରେ କିଣାହେବ। ବାବା ମୋ କଥା ଶୁଣି ହସିଲେ। ଶେଷରେ ପ୍ରଭୁଙ୍କୁ ଦର୍ଶନ କରି ଘରକୁ ଫେରିଲା ବେଳକୁ ହୁଣ୍ଡିରେ ଶହେଟଙ୍କିଆ ନୋଟ୍‌ଟିଏ ପକେଇବା ସହିତ ମୁକ୍ତିମଣ୍ଡପରେ ଯଥାଶକ୍ତି ଦେଇ ଖୁସିରେ ମୁଣ୍ଡିଆ ମାରି ଆସିଥିଲି। ଫେରିବା ବାଟରେ ସାହି ଠାକୁରାଣୀଙ୍କ ପାଖରେ ଦୀପଟିଏ ବସେଇ ଫୁଲ ଆଉ ଫଳ କିଣି ମା’ଙ୍କ ପାଖେ ଭୋଗ କରିଥିଲି। ଘର ଦିଅଁଙ୍କ ପାଇଁ ମଧ୍ୟ ଭୋଗ କିଣିଥିଲି। ତଥାପି ଆଉ ୧୭୦ ଟଙ୍କା ବଳିଥାଏ। ସେଇ ଟଙ୍କାରୁ ବାବାଙ୍କ ପାଇଁ ୧୫୦ ଟଙ୍କାର ଗୋଟେ ହ୍ୟାଣ୍ଡବ୍ୟାଗ୍‌, ୧୦ ଟଙ୍କା ଦେଇ ବୋଉ ପାଇଁ ପାଣିଚୁଡ଼ି ମୁଠାଏ ଓ ବଳକା ୧୦ ଟଙ୍କାରେ ୫୦ ପଇସିଆ କମଳା ମିଠେଇ ଆଣି ଘରର ସମସ୍ତଙ୍କୁ ବାଣ୍ଟିଥିଲି। ହ୍ୟାଣ୍ଡବ୍ୟାଗ୍‌ ପାଇ ବାବା ସେଦିନ ଖୁସିରେ ମୋତେ ଗୋଟିଏ ରେଡ଼ିଓ ଉପହାର ଦେଇଥିଲେ; ଯାହା ମୋ ପାଇଁ ଅମୂଲ ମୂଲ। ଆଜି ବାବା ମୋ ପାଖରେ ନାହାନ୍ତି ସତ କିନ୍ତୁ ସେ ଦେଇଥିବା ରେଡ଼ିଓ ଏବଂ ମୁଁ ଦେଇଥିବା ହାଣ୍ଡବ୍ୟାଗ୍‌କୁ ଦେଖିଦେଲେ ବାବା ମୋ ନିକଟରେ ଥିଲାଭଳି ଅନୁଭବ ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri