Posted inଫୁରସତ

ପ୍ରଥମ ଚେକ୍‌ ବାପାଙ୍କୁ ଦେଇଥିଲି: ରେଡ଼ିଓ ଉପସ୍ଥାପିକା ଜୟଶ୍ରୀ ମୁଦ୍ରା

ହାଇସ୍କୁଲ୍‌ରେ ପଢ଼ିଲାବେଳୁ ଟିଭି ଓ ରେଡ଼ିଓରେ ସମ୍ବାଦ ପଢ଼ିବାକୁ ନେଇ ମନରେ ଖୁବ୍‌ ଆଗ୍ରହ ବଢ଼ିଥିଲା। କାରଣ ମୋ ବାବା ନୀଳମଣି ମୁଦ୍ରା ରେଡ଼ିଓ ଶୁଣିବାକୁ ଖୁବ୍‌ ଭଲ ପାଉଥିଲେ। ଭାବିଲି ମୁଁ ଯଦି ରେଡ଼ିଓରେ କହିବି ତା’ହେଲେ ବାବା ବହୁତ ଖୁସି ହେବେ। ସେଥିପାଇଁ ପାଠପଢ଼ା ସହିତ ବାବାଙ୍କ ପାଖରେ ପ୍ରତିଦିନ କିଛି କିଛି ସମୟ ରେଡ଼ିଓ, ଦୂରଦର୍ଶନରେ ଯେମିତି ସମ୍ବାଦ ପଢ଼ାଯାଏ, ସେମିତି ପେପର୍‌ ପଢ଼ିକି ଶୁଣାଉଥିଲି। ଏହା ଭିତରେ ମୋର ଗ୍ରାଜୁଏଶନ ସରିଗଲା। ମିଡିଆ ଲାଇନ୍‌ରେ ଆଗ୍ରହ ଥିବା ଦେଖି ବାବା ସେହି କ୍ଷେତ୍ରରେ କ୍ୟାରିୟର କରିବାକୁ ସମର୍ଥନ ଦେବାରୁ କ୍ରମେ ଟିଭିରେ କାମକରି ଦର୍ଶକଙ୍କ ସହିତ ଯୋଡ଼ିହୋଇଗଲି। ସେହିପରି ରେଡ଼ିଓରେ ବି କାମକରି ଶ୍ରୋତାଙ୍କ ସାଥୀ ବନିଗଲି। ୨୦୦୪ରେ ପୁରୀ ଅଲ୍‌ ଇଣ୍ଡିଆ ରେଡିଓରେ କାମ କରିବାର ସୁଯୋଗ ପାଇଲି। ଆଉ ପ୍ରଥମକରି ରେଡ଼ିଓ ଷ୍ଟେଶନରୁ ୩୫୦ ଟଙ୍କା ଦରମା ମିଳିଥିଲା; ଯାହାକି ମୋତେ ଖୁବ୍‌ ଆନନ୍ଦ ଦେଇଥିଲା। ପ୍ରଥମ ଦରମାର ଚେକ୍‌ଟିକୁ ଆଣି ବାବାଙ୍କ ହାତରେ ଦେବାରୁ ସେ ଖୁବ୍‌ ଖୁସିହେଲେ ଆଉ କହିଲେ, ୫୦୦ ଟଙ୍କା ନେ, ମୁଁ ପରେ ଏଇ ଚେକ୍‌ ଭଙ୍ଗେଇ ଆଣିଲେ ତୋ ଟଙ୍କା ତୋତେ ଦେଇଦେବି। କିନ୍ତୁ ମୁଁ ଜିଦି କରିବାରୁ ବାବା ବାଧ୍ୟହୋଇ ମୋତେ ବ୍ୟାଙ୍କ ନେଇ ଚେକ୍‌ ଭଙ୍ଗାଇ ଟଙ୍କା ଉଠାଇଲେ। ମୁଁ ମୋ ପାରିଶ୍ରମିକକୁ ଯେତେବେଳେ ହାତ ପାପୁଲିରେ ଧରିଲି ସେତେବେଳର ଆନନ୍ଦ କହିଲେ ନ ସରେ। ତା’ପରେ ବାବାଙ୍କ ସହ ଶ୍ରୀମନ୍ଦିର ଗଲି ମହାପ୍ରଭୁଙ୍କୁ ଦର୍ଶନ କରିବାକୁ। ଯେତେବେଳେ ବାବା ଦୀପବାଲାକୁ ଟଙ୍କା ଦେଲେ ମୁଁ ମନାକଲି। ମୋ ରୋଜଗାର ପଇସାରେ ମୁଁ ଦୀପ ଦେବି କହି ଅଡ଼ିବସି ଦୀପବାଲାକୁ ଦଶ ଟଙ୍କା ଦେଲି। ସେମିତି ତୁଳସୀ ମାଳ କିଣିଲାବେଳେ ବି ବାବାଙ୍କୁ ମନାକଲି ଆଉ କହିଲି, ଆଜି ସବୁ ମୋ ଟଙ୍କାରେ କିଣାହେବ। ବାବା ମୋ କଥା ଶୁଣି ହସିଲେ। ଶେଷରେ ପ୍ରଭୁଙ୍କୁ ଦର୍ଶନ କରି ଘରକୁ ଫେରିଲା ବେଳକୁ ହୁଣ୍ଡିରେ ଶହେଟଙ୍କିଆ ନୋଟ୍‌ଟିଏ ପକେଇବା ସହିତ ମୁକ୍ତିମଣ୍ଡପରେ ଯଥାଶକ୍ତି ଦେଇ ଖୁସିରେ ମୁଣ୍ଡିଆ ମାରି ଆସିଥିଲି। ଫେରିବା ବାଟରେ ସାହି ଠାକୁରାଣୀଙ୍କ ପାଖରେ ଦୀପଟିଏ ବସେଇ ଫୁଲ ଆଉ ଫଳ କିଣି ମା’ଙ୍କ ପାଖେ ଭୋଗ କରିଥିଲି। ଘର ଦିଅଁଙ୍କ ପାଇଁ ମଧ୍ୟ ଭୋଗ କିଣିଥିଲି। ତଥାପି ଆଉ ୧୭୦ ଟଙ୍କା ବଳିଥାଏ। ସେଇ ଟଙ୍କାରୁ ବାବାଙ୍କ ପାଇଁ ୧୫୦ ଟଙ୍କାର ଗୋଟେ ହ୍ୟାଣ୍ଡବ୍ୟାଗ୍‌, ୧୦ ଟଙ୍କା ଦେଇ ବୋଉ ପାଇଁ ପାଣିଚୁଡ଼ି ମୁଠାଏ ଓ ବଳକା ୧୦ ଟଙ୍କାରେ ୫୦ ପଇସିଆ କମଳା ମିଠେଇ ଆଣି ଘରର ସମସ୍ତଙ୍କୁ ବାଣ୍ଟିଥିଲି। ହ୍ୟାଣ୍ଡବ୍ୟାଗ୍‌ ପାଇ ବାବା ସେଦିନ ଖୁସିରେ ମୋତେ ଗୋଟିଏ ରେଡ଼ିଓ ଉପହାର ଦେଇଥିଲେ; ଯାହା ମୋ ପାଇଁ ଅମୂଲ ମୂଲ। ଆଜି ବାବା ମୋ ପାଖରେ ନାହାନ୍ତି ସତ କିନ୍ତୁ ସେ ଦେଇଥିବା ରେଡ଼ିଓ ଏବଂ ମୁଁ ଦେଇଥିବା ହାଣ୍ଡବ୍ୟାଗ୍‌କୁ ଦେଖିଦେଲେ ବାବା ମୋ ନିକଟରେ ଥିଲାଭଳି ଅନୁଭବ ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏକମାତ୍ର ବୁଲେଟ୍‌ ପ୍ରୁଫ୍‌ ପ୍ରାଣୀ, AK-47 ଗୁଳି ବି କରିବ ନାହିଁ ପ୍ରଭାବିତ, ଜାଣିଲେ…

ସାରା ବିଶ୍ୱରେ ଲକ୍ଷଲକ୍ଷ ପ୍ରଜାତିର ପ୍ରାଣୀ ଦେଖିବାକୁ ମିଳିଥାନ୍ତି। କିଛି ଜୀବ ଅନନ୍ୟ ଗଠନ ପାଇଁ ଜଣାଶୁଣା ଥିବାବେଳେ ଆଉ କିଛି ସେମାନଙ୍କର ଆକ୍ରମଣାତ୍ମକତା ପାଇଁ...

ଇରାନରେ ବର୍ତ୍ତମାନ ସୁଦ୍ଧା ଏତିକି ଜଣ ଜୀବିତ ଅଛନ୍ତି ପରମାଣୁ ବୈଜ୍ଞାନିକ, ରିପୋର୍ଟରେ ପ୍ରକାଶ ପାଇଲା…

ତେହରାନ,୧୮ା୧୨: ୨୦୨୫ ବର୍ଷ ଇରାନ ପାଇଁ ଏକ ଝଟ୍‌କା ଥିଲା। ଗୋଟିଏ ପଟେ ଏହାର ତିନୋଟି ପ୍ରକ୍ସି ସଂଗଠନ (ହମାସ୍‌, ହେଜ୍‌ବୋଲ୍ଲା ଏବଂ ହୁଟି) ଏହି...

ମେସିଙ୍କୁ ବଡ଼ ଗିଫ୍ଟ ଦେଲେ ଅନନ୍ତ ଅମ୍ବାନୀ: ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସି ଜାମନଗରର ବନତାରା ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର ପରିଦର୍ଶନ କରିଥିଲେ। ମେସି ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ପ୍ରତିଷ୍ଠିତ କେନ୍ଦ୍ରରେ ପାରମ୍ପରିକ ରୀତିନୀତିରେ...

ପାଣି ତଳେ ମହଲ: ୫୦୦ ବର୍ଷ ପରେ ଆଜିବି ରହସ୍ୟମୟ ଏହି ଐତିହ୍ୟ ସ୍ଥାନ

ମଧ୍ୟପ୍ରଦେଶର ସୁନ୍ଦର ଏବଂ ଐତିହାସିକ ସହର ମାଣ୍ଡୁରେ ଏକ ଐତିହ୍ୟ ସ୍ଥାନ ଅଛି, ଯାହା ପ୍ରଥମ ନଜରରେ ଏକ ପୋଖରୀ ପରି ଦେଖାଯାଏ। କିନ୍ତୁ ପ୍ରକୃତରେ...

ଏହି ଦେଶରେ ବଢ଼ିବ ମୁସଲମାନଙ୍କ ସଂଖ୍ୟା, ୨୦୩୦ ସୁଦ୍ଧା ହେବ ବଡ଼ ପରିବର୍ତ୍ତନ

ମସ୍କୋ,୧୮ା୧୨: ୨୦୩୦ ସୁଦ୍ଧା ଏକ ଦେଶରେ ମୁସଲମାନଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଇବ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏମିତି ଏକ ଦେଶ ହେଉଛି...

ଦୁଇ ବିଶାଳ ହାତୀଙ୍କ ଭୟଙ୍କର ଲଢ଼େଇ: ବଦଳିଗଲା ଜଙ୍ଗଲ, ଚାରିଆଡ଼ ହେଲା ଧୂଳିମୟ, ଭିଡିଓ ଦେଖିଲେ…

ଜଙ୍ଗଲ ଦୁନିଆ ଯେତିକି ରୋମାଞ୍ଚକର ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ। ଅନେକ ସମୟରେ ଏଠାରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥାଏ, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ ଏବଂ...

ବିଶ୍ୱର ସବୁଠୁ ମହଙ୍ଗା ଫଳ: ମୂଲ୍ୟ ଜାଣିଲେ ଉଡିଯିବ ହୋଶ୍‌

ସାଧାରଣତଃ ମହଙ୍ଗା ଜିନିଷ କିଣିବାକୁ ହେଲେ ଲୋକେ ବିଳାସପୂର୍ଣ୍ଣ କାର, ସୁନା ଏବଂ ହୀରା ବିଷୟରେ ଚିନ୍ତା କରନ୍ତି। କିନ୍ତୁ ଜାପାନରେ ଏକ ତରଭୁଜ ଅଛି,...

ଏପରି ଗାଁ, ଯେଉଁଠି କାହା ଘରେ ନାହିଁ ରୋଷେଇ ଘର: ଖାଇବା ଶୈଳୀ ଜାଣିଲେ ଉଡ଼ିଯିବ ହୋଶ୍‌

ଶତାବ୍ଦୀ ଧରି ଭାରତୀୟ ଗ୍ରାମଗୁଡ଼ିକ ସେମାନଙ୍କର ସରଳତା ଏବଂ ପରମ୍ପରା ପାଇଁ ଜଣାଶୁଣା। ସମୟ ବଦଳିଛି ଏବଂ ସୁବିଧାସୁଯୋଗ ବୃଦ୍ଧି ପାଇଛି। କିନ୍ତୁ ଆଜି ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri