Posted inଫୁରସତ

ନନାଙ୍କୁ ଧରାଇ ଦେଇଥିଲି ମୋ ପ୍ରଥମ ରୋଜଗାର ଟଙ୍କା

ମୋ ନନା ଥିଲେ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ। ସେ ହିଁ ଆମ ପରିବାରର ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି। ୪ ଭାଇଭଉଣୀଙ୍କ ମଧ୍ୟରେ ମୁଁ ଥିଲି ସବୁଠାରୁ ସାନ। ସେଥିପାଇଁ ସମସ୍ତଙ୍କର ଗେହ୍ଲା। ଜମିବାଡ଼ି ଅଧିକ ଥିଲା ବୋଲି ଜେଜେବାପା ନନାଙ୍କୁ ଗାଁରୁ ଦୂରକୁ ଛାଡୁ ନ ଥିଲେ। ତେଣୁ ନନା ଗାଁ ପାଖ ସ୍କୁଲରେ ଶିକ୍ଷକତା କରୁଥିଲେ। ମୁଁ ୫ମଶ୍ରେଣୀରେ ପଢ଼ିଲାବେଳକୁ ମୋ ବଡ଼ ଭାଇଭଉଣୀ ବିବାହ କରିସାରିଥିଲେ। ଭାଇନା ଭାଉଜଙ୍କୁ ନେଇ ଯାଇଥିଲେ ତାଙ୍କ ଚାକିରି ସ୍ଥାନକୁ। ଘରେ କେବଳ ମୁଁ, ନନାବୋଉ ଆଉ ଜେଜେବାପା। ପରୀକ୍ଷା ହେଉ କି କୌଣସି ପ୍ରତିଯୋଗିତା ଥିଲେ, ନନା ସବୁବେଳେ ଆଗରୁ ବୁଝାଇ ଦେଉଥିଲେ, ଏପରି କରିବୁ ସେପରି କରିବୁ ବୋଲି। ତାଙ୍କରି ଆଶୀର୍ବାଦରୁ ଭଲ ପଢୁଥିବା ଯୋଗୁ ପଞ୍ଚମ ଶ୍ରେଣୀରେ ବୃତ୍ତି ପାଇଲି; ଯେଉଁଥିରେ ଖୁସି ହୋଇ ଭାଇନା ମୋତେ ଏକ ସାଇକେଲ ଉପହାର ଦେଇଥିଲେ। ସେତେବେଳେ ମୁଁ ଥିଲି ଆମ ଗାଁର ପ୍ରଥମ ଝିଅ; ଯିଏକି ସାଇକେଲରେ ପ୍ରାୟ ୫ କି.ମି. ସ୍କୁଲକୁ ଯିବା ଆସିବା କରୁଥିଲି। କହିବାକୁ ଗଲେ, ନିଜର ପରିଶ୍ରମ ଏବଂ ନନାବୋଉଙ୍କ ଆଶୀର୍ବାଦ ଯୋଗୁ ମୋର ରୋଜଗାରର ଅୟମାରମ୍ଭ ସ୍କୁଲରେ ପଢ଼ିଲାବେଳୁ ହିଁ ହୋଇଯାଇଥିଲା। ୬ଷ୍ଠଶ୍ରେଣୀରେ ଏକ ଭାଷଣ ପ୍ରତିଯୋଗିତାରେ ଭାଗନେଇ ପ୍ରଥମ ହୋଇଥିଲି। ସ୍କୁଲର ସିଆଇ ସାର୍‌ ମୋତେ ୫୦ ଟଙ୍କା ପୁରସ୍କାର ଦେଇଥିଲେ। ସେତେବେଳେ ଛୋଟ ଥିଲି, ଜାଣି ନ ଥିଲି ରୋଜଗାରର ଅର୍ଥ କ’ଣ। କିନ୍ତୁ ଦୌଡ଼ି ଆସି ନନାଙ୍କୁ ଧରାଇ ଦେଇଥିଲି ସେହି ଟଙ୍କାକୁ; ଯାହାର ବାସ୍ନା ଆଉ ଆପଣାପଣରେ ସତେ ଯେମିତି ନନା ସେଦିନ ଭିଜିଯାଇଥିଲେ। ଜୀବନରେ ବହୁତ ଟଙ୍କା ଆସିଛି ଯାଇଛି, ହେଲେ ସେଦିନର ସେହି ଦୃଶ୍ୟ ଥିଲା ନିଆରା ଆଉ ମୋ ପାଇଁ ଅବିସ୍ମରଣୀୟ।
ମୁଁ ବଡ଼ ହେଲା ପରେ ନନା ତାଙ୍କ ନାତିନାତୁଣୀଙ୍କୁ ମୋର ଉଦାହରଣ ଦେଉଥିବାର ଅନେକ ଥର ଶୁଣିଛି। ସେ କଥା ଶୁଣି ତାଳୁରୁ ତଳିପା ଯାଏଁ ରୋମାଞ୍ଚିତ ହୋଇଯାଇଛି। ପିଲାଦିନୁ ନନାଙ୍କୁ ଦେଖିଛି ସର୍ବଦା ନିଜ ଦରମା ବୋଉକୁ ଧରାଇଦେବାର। ବୋଉ ତାକୁ ସଯତ୍ନରେ ରଖେ। ନନାଙ୍କ ପାଖରେ ହିସାବ, ବୋଉ ପାଖରେ ଟଙ୍କା। ବୋଉ କିପରି ସବୁବେଳେ ବଳକା ଟଙ୍କା ରଖିଥାଏ, ସେହି ସଞ୍ଚୟ କରିବାର ତରିକାଟି ମୁଁ ବୋଉଠାରୁ ଶିଖିଥିଲି। ମୋର ଏମ୍‌ଏ ପଢ଼ା ଅଧାରୁ ବିବାହ ହୋଇଗଲା। ସ୍ବାମୀ ଲଳିତ ମୋହନ ମିଶ୍ର, ସହକାରୀ ଶିକ୍ଷକ। ସେତେବେଳେ ସେ ଥିଲେ ସୁଦୂର ନବରଙ୍ଗପୁରରେ। ସେଠାରେ ଏକ ବ୍ଲକ୍‌ ଗ୍ରାଣ୍ଟ ସ୍କୁଲରେ ମୋତେ ପଢ଼ାଇବାକୁ ସୁଯୋଗ ମିଳିଲା। କେତେଜଣ ପିଲା ଟ୍ୟୁଶନ ପାଇଁ ବି ଆସୁଥିଲେ। ହେଲେ ମୁଁ ସେମାନଙ୍କଠାରୁ ପାରିଶ୍ରମିକ ନେଉ ନ ଥିଲି। ସେଥିପାଇଁ ତାଙ୍କ ବାପାମା’ମାନେ କେତେବେଳେ ମାଣ୍ଡିଆ, ଗହମ ତ ଆଉ କେତେବେଳେ ଟମାଟୋ, କୋବି; ଯାହା ବାଡ଼ିରେ ଫଳୁଥିଲା ନେଇ ଆସୁଥିଲେ ଆମ ପାଇଁ। ଆଉ କହୁଥିଲେ, ‘ତୁଇ ପଇସା ନାଇ ରଖିବାର କିସ୍‌ ପାଇଁ।’ ଭାରି ଭଲ ଲାଗୁଥିଲା ସେମାନଙ୍କ ଆତ୍ମୀୟତା, ଆପଣାପଣ। କିଛିଦିନ ପରେ ଆମେ ନବରଙ୍ଗପୁର ଛାଡ଼ି ଚାଲି ଆସିଥିଲୁ ଗଜପତି ଜିଲା। ମୋର ପାଠପଢ଼ାରେ ଆଗ୍ରହ ଦେଖି ସ୍ବାମୀ ମୋତେ ପଢ଼ିବାର ସୁଯୋଗ ଦେଲେ; ଯେଉଁଥିପାଇଁ ବ୍ରହ୍ମପୁର ୟୁନିଭର୍ସିଟିରୁ ଓଡ଼ିଆରେ ଏମ୍‌ଏ ପାସ୍‌ କରିବା ସହ କମ୍ପ୍ୟୁଟରର ଏକ କୋର୍ସ କରିଥିଲି। ହେଲେ ସେତେବେଳକୁ ମୋର ଝିଅ ତିତିକ୍ଷା ଜନ୍ମ ହୋଇ ସାରିଥାଏ। ତେଣୁ ଆଉ ଚାକିରି କରିପାରିଲି ନାହିଁ। କିନ୍ତୁ କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ। କେବଳ ଚାକିରି କରି ଯେ ରୋଜଗାର କରି ହେବ ତାହା ନୁହେଁ। ଶିକ୍ଷା ନିଜକୁ ଆତ୍ମନିର୍ଭରଶୀଳ କରାଏ। ସେହି ସମୟରେ ନାଳନ୍ଦା ବିଶ୍ବବିଦ୍ୟାଳୟର ଜଣେ ପରିଚିତ ପ୍ରଫେସର ମୁଁ ଏମ୍‌ଏ କରିଛି ଜାଣି, ନିଜର ଏକ ପୁସ୍ତକ ମୋତେ ଅନୁବାଦ କରିବାକୁ ଦେଲେ। ମୁଁ ସମୟ ପୂର୍ବରୁ ତାଙ୍କୁ ଅନୁବାଦ କରି ଦେଇଥିଲି। ସେ ଖୁସିରେ ୨୦ ହଜାର ଟଙ୍କା ମୋତେ ଦେଇଥିଲେ। ପରେ ଜାଣିବାକୁ ପାଇଲି ଏହା କୌଣସି ବହିର ଅନୁବାଦ ନ ଥିଲା ବରଂ ଏକ ରିସର୍ଚ୍ଚ ପେପର ଥିଲା। ଯାହାବି ହେଉ ସେହି ଟଙ୍କାରେ ମୋ ବୋଉ ପାଇଁ ଶାଢ଼ି, ନନାଙ୍କ ପାଇଁ ସ୍ବେଟର, ସ୍ବାମୀଙ୍କ ପାଇଁ ଶାର୍ଟ ଓ ଝିଅ ପାଇଁ ଡ୍ରେସ୍‌ କିଣିଥିଲି। ଏବେ ମୁଁ ଅନ୍ୟ ଏକ ରିସର୍ଚ୍ଚ ପେପର ଅନୁବାଦ କରୁଛି ଏବଂ ସାହିତ୍ୟ ସାଧନାରେ ମଧ୍ୟ ବ୍ରତୀ ରହିଛି। ୟା’ ଭିତରେ ମୋର ଦୁଇଟି କବିତା ସଙ୍କଳନ ‘ଶେଫାଳୀର ହସ’ ଓ ‘ସ୍ବପ୍ନାବେଶ’ ପ୍ରକାଶ ପାଇସାରିଛି। ତା’ସହ ବିଭିନ୍ନ ପତ୍ରପତ୍ରିକା, ଖବରକାଗଜରେ ମୋର ଲେଖା ପ୍ରତ୍ୟହ ପ୍ରକାଶିତ ହେଉଛି। କହିବାକୁ ଗଲେ, ସାହିତ୍ୟ ମୋତେ ଏକ ନୂଆ ପରିଚୟ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri