Categories: ଖେଳ

ଗାଭାସ୍କରଙ୍କ ଆଇପିଏଲ ଦଳର ଅଧିନାୟକ ଧୋନୀ

ନୂଆଦିଲ୍ଲୀ,୭।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୪ତମ ସଂସ୍କରଣ ପୂର୍ବରୁ
ନିଜ ସର୍ବକାଳୀନ ଆଇପିଏଲ ଏକାଦଶ ଘୋଷଣା କରିଛନ୍ତି କିମ୍ବଦନ୍ତୀ ଭାରତୀୟ ଟେଷ୍ଟ ଓପନର ସୁନୀଲ ଗାଭାସ୍କର। ମହେନ୍ଦ୍ର ସିଂ ଧୋନୀଙ୍କୁ ଦେଇଛନ୍ତି ଦଳର ନେତୃତ୍ୱ ଭାର। ନିଜ ସମୟର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଆଇପିଏଲ ନିୟମ ଅନୁସାରେ ଦଳରେ ୪ଟି ବିଦେଶୀ ଖେଳାଳି ରଖିଛନ୍ତି। ତାଙ୍କ ଦଳରେ ଓପନର ଭାବେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଏବଂ ‘ୟୁନିଭର୍ସ ବସ୍‌’ କ୍ରିସ୍‌ ଗେଲ୍‌ଙ୍କୁ ବାଛିଛନ୍ତି। ୩ ନମ୍ବର ପାଇଁ ଡେଭିଡ ଓ୍ବାର୍ନରଙ୍କୁ ଓ ବିରାଟ କୋହଲିଙ୍କୁ ୪ ନମ୍ବରରେ ନେଇଛନ୍ତି ଗାଭାସ୍କର। ଏବି ଡି’ଭିଲୟର୍ସ ଓ ସୁରେଶ ରାଇନାଙ୍କୁ ଯଥାକ୍ରମେ ୫ ଓ ୬ଷ୍ଠ ସ୍ଥାନରେ ରଖିଛନ୍ତି। ୩ ଥର ଆଇପିଏଲ ବିଜେତା ଅଧିନାୟକ ଧୋନୀ ୭ମ ଏବଂ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ୮ମ ସ୍ଥାନ ପାଇଛନ୍ତି। ବୋଲିଂ ବିଭାଗରେ ଗାଭାସ୍କର ସୁନୀଲ ନାରିନ, ଭାରତର ଦୁଇ ପେସର ଭୁବନେଶ୍ୱର କୁମାର ଓ ଯଶପ୍ରୀତ ବୁମ୍‌ରାଙ୍କୁ ସ୍ଥାନ ଦେଇଛନ୍ତି ଗାଭାସ୍କର। ଦଳରେ ଦ୍ୱାଦଶ ଖେଳାଳି ଭାବେ ସ୍ଥାନ ପାଇଛନ୍ତି ଶ୍ରୀଲଙ୍କାର ଲସିଥ ମାଲିଙ୍ଗା। ଅନେକ ଖେଳାଳିଙ୍କୁ ଛାଡ଼ି ଯାଇଥିବାରୁ କ୍ଷମା ମାଗିଛନ୍ତି ଏହି ଲିଟିଲ ମାଷ୍ଟର।

ଗାଭାସ୍କରଙ୍କ ସର୍ବକାଳୀନ ଆଇପିଏଲ ଏକାଦଶ : ରୋହିତ ଶର୍ମା, କ୍ରିସ୍‌ ଗେଲ୍‌, ଡେଭିଡ ଓ୍ବାର୍ନର, ବିରାଟ କୋହଲି, ଏବି ଡି’ଭିଲୟର୍ସ, ସୁରେଶ ରାଇନା, ମହେନ୍ଦ୍ର ସିଂ ଧୋନୀ (ଅଧିନାୟକ/ଉଇକେଟ କିପର), ରବୀନ୍ଦ୍ର ଜାଡେଜା, ସୁନୀଲ ନାରିନ, ଭୁବନେଶ୍ୱର କୁମାର ଓ ଯଶପ୍ରୀତ୍‌ ବୁମ୍‌ରା। ଦ୍ୱାଦଶ ଖେଳାଳି: ଲସିଥ ମାଲିଙ୍ଗା।

Share