Categories: ଖେଳ

୩୫ଜଣ ପିଲାଙ୍କର ହାର୍ଟ ସର୍ଜରୀ କରାଇବେ ଗାଭାସ୍କର

ମୁମ୍ବାଇ,୧୦।୭: ନିଜର ୭୧ତମ ଜନ୍ମ ଦିନରେ ସୁନୀଲ ଗାଭାସ୍କର ୩୫ ଜଣ ପିଲାଙ୍କର ହାର୍ଟ ସର୍ଜରୀ କରାଇବାକୁ ନିଷ୍ପତ୍ତି ନେଇଛନ୍ତି। ଖାରଘର ସ୍ଥିତ ସତ୍ୟସାଇ ସଞ୍ଜୀବନୀ ହସ୍ପିଟାଲ ଫର ଚାଇଲ୍ଡ ହାର୍ଟ କେୟାରରେ ଏହି ଆସ୍ତ୍ରୋପଚାର କରାଇବେ। ଏହି ପିଲାମାନଙ୍କ ମାତାପିତା ଆସ୍ତ୍ରୋପଚାର ପାଇଁ ଅର୍ଥ ଯୋଗାଡ କରିପାରି ନଥିବାରୁ ଗାଭାସ୍କର ଏମାନଙ୍କ ଦାୟିତ୍ୱ ନେବେ। ଗତବର୍ଷ ମଧ୍ୟ ସେ ଏପରି ସମାଜ ମଙ୍ଗଳ କାର୍ଯ୍ୟକ୍ରମ କରିଥିଲେ। ଭାରତ ପାଇଁ ୩୫ଟି ଶତକ ହାସଲ କରିଥିବାରୁ ସେ ୩୫ଜଣ ପିଲାଙ୍କର ଅସ୍ତ୍ରୋପଚାର କରାଇବାକୁ ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସମାଜ ମଙ୍ଗଳ କାର୍ଯ୍ୟକ୍ରମ କରିହେବ ବୋଲି ଗାଭାସ୍କର କହିଛନ୍ତି। ତେବେ ଛୋଟପିଲାମାନଙ୍କର ବିଶେଷ ଭାବେ ଗୁରୁତ୍ୱ ରହିଛି। ପିଲାଙ୍କୁ ନେଇ ସବୁ ପରିବାରରେ ଖୁସିର ବାତାବରଣ ଥାଏ ଓ ଏମାନେ ପରିବାର ତଥା ଦେଶର ଭବିଷ୍ୟତ। ତେଣୁ ଏହି ପିଲାମାନଙ୍କର ଯତ୍ନ ନିଆଯିବା ଜରୁରୀ ବୋଲି ଗାଭାସ୍କର କହିଛନ୍ତି।

Share