Categories: ଖେଳ

ଭବିଷ୍ୟବାଣୀ କଲେ ଗାଭାସ୍କର: ବିରାଟ କୋହଲି ନିଜ ଜନ୍ମଦିନରେ…

ନୂଆଦିଲ୍ଲୀ,୨୬।୧୦: ବିରାଟ କୋହଲି ନଭେମ୍ବର ୫ରେ ୩୫ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ଏହି ଦିନ କିଙ୍ଗ କୋହଲି ତାଙ୍କ ଜନ୍ମଦିନରେ କୋଲକାତାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ ଖେଳିବେ। କୋହଲିଙ୍କ ଜନ୍ମଦିନ ପୂର୍ବରୁ ପୂର୍ବତନ ଭେଟେରାନ ଭାରତୀୟ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି।
ସୁନୀଲ ଗାଭାସ୍କର କହିଛନ୍ତି ଯେ, ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ କୋହଲି ତାଙ୍କ ଜନ୍ମଦିନରେ ୫୦ତମ ଦିନିକିଆ ଶତକ ହାସଲ କରିବେ। ଦିନିକିଆରେ ୪୮ଟି ଶତକ କାରିଛନ୍ତି। ଅକ୍ଟୋବର ୨୨, ଧର୍ମଶାଳାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ କୋହଲି ୯୫ ରନ୍‌ର ଇନିଂସ ଖେଳି ଏକ ଶତକରୁ ବଞ୍ଚିତ ହୋଇଥିଲେ।
ଗାଭାସ୍କର କହିଛନ୍ତି ଯେ, ନଭେମ୍ବର ୫ରେ ତାଙ୍କ ଜନ୍ମଦିନରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ କୋହଲି ନିଜର ୫୦ତମ ଶତକ ହାସଲ କରିବେ। ଏହାପୂର୍ବରୁ ଟିମ ଇଣ୍ଡିଆ ୨୯ ଅକ୍ଟୋବରରେ ଇଂଲଣ୍ଡ ଏବଂ ୨ ନଭେମ୍ବରରେ ଶ୍ରୀଲଙ୍କା ବିପକ୍ଷରେ ଖେଳିବ। ଏଭଳି ପରିସ୍ଥିତିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ୫୦ତମ ଶତକ ହାସଲ କରିବାକୁ କୋହଲିଙ୍କୁ ଏହା ପୂର୍ବରୁ ଖେଳାଯାଇଥିବା ଦୁଇଟି ମ୍ୟାଚ ମଧ୍ୟରୁ ଗୋଟିଏରେ ଶତକ ହାସଲ କରିବାକୁ ପଡିବ, ଯାହା ତାଙ୍କର ୪୯ତମ ଦିନିକିଆ ଶତକ ହେବ।
ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ସ୍କୋର କରିଛନ୍ତି। ସଚିନ ତାଙ୍କ ଦିନିକିଆ କ୍ୟାରିୟରରେ ୪୯ ଶତକ ହାସଲ କରିଥିଲେ। କୋହଲି ୪୮ଟି ଶତକ ହାସଲ କରିଛନ୍ତି।

Share