Categories: ଖେଳ

ଧୋନୀଙ୍କୁ ଅଟୋଗ୍ରାଫ୍‌ ମାଗିଲେ ଗାଭାସ୍କର, ଟି-ଶର୍ଟରେ ଲେଖିଲେ ମାହୀ

ନୂଆଦିଲ୍ଲୀ,୧୫ା୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଶେଷ ମ୍ୟାଚ୍‌ରେ ରବିବାର କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ୬ ଓ୍ବିକେଟରେ ପରାସ୍ତ କରିଛି। ଚେପକ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସର ଶେଷ ଲିଗ୍‌ ମ୍ୟାଚ୍‌ ପରେ ମହେନ୍ଦ୍ର ସିଂ ଧୋନୀ ଏବଂ ଚେନ୍ନାଇ ଦଳ ଦର୍ଶକଙ୍କୁ ଜର୍ସି ଏବଂ ଟେନିସ ବଲ୍‌ ବଣ୍ଟନ କରିଥିଲେ।

ଏହି ମ୍ୟାଚ୍‌ ରେ ମାଥିଶ ପଥିରାନା ନୀତୀଶ ରାଣାଙ୍କ ଏକ ସହଜ କ୍ୟାଚ୍‌ ଛାଡ଼ିଥିଲେ। ଚେନ୍ନାଇ ୧୦ଟି ବଲ୍‌ରେ ୩ ଓ୍ବିକେଟ ହରାଇଥିଲା ଏବଂ ରିଙ୍କୁ ସିଧାସଳଖ ହିଟ୍‌ କରି ଆଉଟ୍‌ ହୋଇଥିଲେ। ଏହି ମ୍ୟାଚ୍‌ ଶେଷରେ କିଛି ବିଶେଷ ମୁହୂର୍ତ୍ତ ଦେଖିବାକୁ ମିଳିଥିଲା।

ଏହି ସମୟରେ ସମୀକ୍ଷକ ତଥା ପୂର୍ବତନ ଖେଳାଳି ସୁନୀଲ ଗାଭାସ୍କର ଦୌଡ଼ି ଆସି ଧୋନୀ ସହ କଥା ହୋଇଥିଲେ। ଏହା ପରେ ସେ ତାଙ୍କ ଟି-ଶର୍ଟକୁ ସୂଚାଇ ଧୋନୀଙ୍କୁ ଅଟୋଗ୍ରାଫ ଦେବାକୁ କହିଥିଲେ। ଧୋନୀ ମଧ୍ୟ ଗାଭାସ୍କରଙ୍କ ଟି-ଶର୍ଟରେ ମାହୀ ଲେଖିଥିଲେ।

Share