Categories: ଜାତୀୟ

୧ ଟଙ୍କାରେ ଗରିବଙ୍କୁ ଖାଦ୍ୟ ବାଣ୍ଟିବେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୨୩ା୧୨-ମାତ୍ର ୧ ଟଙ୍କାରେ ଖାଦ୍ୟ ବାଣ୍ଟିବେ ଭାଜପା ଏମ୍‌ପି ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର। ଏ ନେଇ ବୁଧବାର ଗମ୍ଭୀରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଗମ୍ଭୀର ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ଗାନ୍ଧୀନଗରଠାରେ ‘ଜନ୍‌ ରୋଷେଇ’ କ୍ୟାଣ୍ଟିନ ଖୋଲିବେ। ଗୁରୁବାର ଉଦଘାଟନ ପରେ ଗରିବ ଓ ଅସହାୟ ଲୋକଙ୍କୁ ଏଠାରେ ମାତ୍ର ୧ ଟଙ୍କାରେ ମଧ୍ୟାହ୍ନଭୋଜନ ଯୋଗାଇ ଦିଆଯିବ। ସାଧାରଣତନ୍ତ୍ର ଦିବସରେ ଅଶୋକ ନାଗରରେ ମଧ୍ୟ ଆଉ ଏକ କ୍ୟାଣ୍ଟିନ ଖୋଲାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ସେହିପରି ଦିଲ୍ଲୀର ୧୦ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅତି କମରେ ଗୋଟିଏ ’ଜନ ରୋଷେଇ’ କ୍ୟାଣ୍ଟିନ ଖୋଲିବାକୁ ଗମ୍ଭୀର ଯୋଜନା କରିଥିବା କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

Share