Categories: ଖେଳ

ଆଇପିଏଲ୍‌ରେ ଏହାଠାରୁ ଖରାପ କିଛି ଦେଖି ନ ଥିଲି; ବିରାଟ କୋହଲିଙ୍କ ଉପରେ ରାଗିଯାଇ …

ମୁମ୍ବାଇ,୧୨।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ନକ୍‌ଆଉଟ୍‌ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ୍‌ କୋଲକାତା ନାଇଟ୍‌ ରାଇଡର୍ସଠାରୁ ପରାସ୍ତ ହୋଇଛି। ସୋମବାର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଡାନିଏଲ ଖ୍ରିଷ୍ଟିଆନ୍‌ ସବୁଠାରୁ ଖରାପ ପ୍ରଦର୍ଶନ କରିଥିବା ଭାରତର ପୂର୍ବତନ ଓପନର୍‌ ଗୌତମ ଗମ୍ଭୀର କହିଛନ୍ତି। ଡାନିଏଲଙ୍କ ଗୋଟିଏ ଓଭରରେ ସୁନୀଲ ନାରିନ ୩ଟି ଛକା ମାରି କୋଲକାତାକୁ ସୁବିଧାଜନକ ସ୍ଥିତିକୁ ନେଇ ଆସିଥିଲେ।

ଗମ୍ଭୀର କହିଛନ୍ତି, ଖ୍ରୀଷ୍ଟିଆନଙ୍କୁ ନିଜ ଅଭିଜ୍ଞତାର ସମ୍ପୂର୍ଣ୍ଣ ଫାଇଦା ଉଠାଇବାର ଆବଶ୍ୟକତା ଥିଲା। ସେ ଅଫ-ଷ୍ଟମ୍ପ ବାହାରେ ବୋଲିଂ କରିପାରିଥାନ୍ତେ। ଯେଉଁଠାରେ ତାଙ୍କ ଶକ୍ତି ନାହିଁ ସେଠାରେ ବୋଲିଂ କରି ସେ କେକେଆର୍‌ ସ୍ଥିତିକୁ ମଜଭୂତ କରିଥିଲେ। ଆଇପିଏଲରେ ଦେଖିଥିବା ସବୁଠାରୁ ଖରାପ ଓଭର ମଧ୍ୟରୁ ଏହା ଅନ୍ୟତମ। ଗୋଟିଏ ଓଭରରେ ୨୨ ରନ୍‌ ଦେବା, ସମସ୍ତଙ୍କଠାରୁ ଅଧିକ ଟି-୨୦ ମ୍ୟାଚ୍‌ ଖେଳିଥିବା କ୍ରିକେଟରଙ୍କଠାରୁ ଆଶା କରାଯାଇ ନ ପାରେ ବୋଲି ସେ ମଧ୍ୟ କହିଛନ୍ତି।

ଏହାଛଡ଼ା ଗମ୍ଭୀର କୋହଲିଙ୍କ ଅଧିନାୟକତ୍ୱକୁ ଖରାପ କହିବା ସହ ଖ୍ରିଷ୍ଟିଆନଙ୍କ ଦ୍ୱାରା ବୋଲିଂ କରିବା ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ଯେତେବେଳେ ହର୍ଷଲ ପଟେଲ ଭେଙ୍କଟେଶ ଆୟରଙ୍କ ଉଇକେଟ ନେଇଥିଲେ, ସେତେବେଳେ କୋହଲିଙ୍କୁ ଖ୍ରିଷ୍ଟିଆନଙ୍କ ଦ୍ୱାରା ବୋଲିଂ କରିବାର ନ ଥିଲା। ତାଙ୍କ ବଦଳରେ ୟୁଜବେନ୍ଦ୍ର ଚହଲ ନଚେତ ମହମ୍ମଦ ସିରାଜଙ୍କୁ ବ୍ୟବହାର କରିବା ଉଚିତ ଥିଲା ବୋଲି ସେ କହିଛନ୍ତି।

Share