Categories: ଖେଳ

ଉଲ୍ଲେଖନୀୟ ପ୍ରଦର୍ଶନ ସତ୍ତ୍ୱେ ଏହି କ୍ରିକେଟରଙ୍କୁ ଦିନିକିଆ-ଟି୨୦ ଟିମ୍‌ରେ ମିଳୁନି ଜାଗା, କାହିଁକି ବୋଲି ପ୍ରଶ୍ନ ଉଠାଇଲେ ଗମ୍ଭୀର

ନୂଆଦିଲ୍ଲୀ,୨୩।୨: ଉଲ୍ଲେଖନୀୟ ପ୍ରଦର୍ଶନ ସତ୍ତ୍ୱେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଅଣଦେଖା କରାଯାଉଛି। ଦିନିକିଆ ଏବଂ ଟି୨୦ ଅନ୍ତରାଷ୍ଟ୍ରୀୟ ଟିମ୍‌ରୁ ବାହାର କରାଯାଇଛି। ଏବେର ଫର୍ମକୁ ଦେଖିଲେ ଏହା ଉଚିତ ନୁହେଁ ବୋଲି କହିଛନ୍ତି କ୍ରିକେଟ ବିଶେଷଜ୍ଞ ଏବଂ ପୂର୍ବ କ୍ରିକେଟର ଗୌତମ ଗମ୍ଭୀର।

୨୦୧୭ରେ ଅଶ୍ୱିନ ନିଜର ଶେଷ ଦିନିକିଆ ଏବଂ ଟି୨୦ ଖେଳିଥିଲେ। ଟେଷ୍ଟରେ ତାଙ୍କର ପ୍ରଦର୍ଶନ ଭଲ ଥିଲେ ହେଁ ଦଳରେ ତାଙ୍କୁ ସାମିଲ କରାଯାଉ ନାହିଁ। ଏଥିରେ ଖପ୍ପା ହୋଇଛନ୍ତି ଗମ୍ଭୀର। ସେ କହିଛନ୍ତି, ଅଶ୍ୱିନ ଜଣେ ପ୍ରତିଭାବାନ ବୋଲର୍‌। ସେ ନିଜର ୪୦୦ ଉଇକେଟର ରେକର୍ଡ ହାସଲ କରିବାକୁ ଯାଉଛନ୍ତି। ଟେଷ୍ଟରେ ସେ ୫ ଶତକ ମାରିଛନ୍ତି। ଯେଉଁଭଳି ଭାବେ ସେ ଖେଳନ୍ତି ତାହା ଅବିଶ୍ୱସନୀୟ। ହେଲେ ବି ସୀମିତ ଓଭର ଟିମ୍‌ରେ ନ ନେବା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ଗମ୍ଭୀର କହିଛନ୍ତି।

Share