Categories: ଖେଳ

ହାର୍ଦ୍ଦିକଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଲେ ଗମ୍ଭୀର

ଲକ୍ଷ୍ନୌ,୩୧।୧: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏକ ନିଷ୍ପତ୍ତି ସମସ୍ତଙ୍କୁ ଚମକାଇଥିଲା। ଏବେ ତାହା ଉପରେ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ୍‌ ଗୌତମ ଗମ୍ଭୀର। ମ୍ୟାଚ୍‌ରେ ହାର୍ଦ୍ଦିକ ଦ୍ରୁତ ବୋଲର୍‌ ଉମରାନ ମଲିକଙ୍କ ସ୍ଥାନରେ ସ୍ପିନ ବୋଲର ୟୁଜବେନ୍ଦ୍ର ଚହଲଙ୍କୁ ସୁଯୋଗ ଦେଇଥିଲେ। ହେଲେ ତାଙ୍କଦ୍ୱାରା ସମ୍ପୂର୍ଣ୍ଣ ୪ ଓଭର(କୋଟା) କରି ନ ଥିଲେ। ଏହାକୁ ନେଇ ନିରାଶ ହୋଇଛନ୍ତି ଗମ୍ଭୀର।

ଷ୍ଟାର ସ୍ପୋଟ୍ସ ସହ ବାର୍ତ୍ତାଳାପରେ ଗମ୍ଭୀର କହିଛନ୍ତି, ସ୍ପିନ୍‌ ଫ୍ରେଣ୍ଡଲି ଉଇକେଟରେ ସେ ଟି୨୦ରେ ଶ୍ରେଷ୍ଠ ବୋଲରଙ୍କୁ ମାତ୍ର ୨ ଓଭର ବୋଲିଂ ଦେଇଥିଲେ। ଦୀପକ ହୁଦା ପୁରା ୪ ଓଭର ବୋଲିଂ କରିଥିଲେ। ଏହି ମ୍ୟାଚ୍‌ରେ ଚହଲ ଭୁବନେଶ୍ୱର କୁମାରଙ୍କୁ ପଛରେ ପକାଇ ଭାରତର ସବୁଠାରୁ ସଫଳ ବୋଲର ହେବାର ଗୌରବ ହାସଲ କରିଛନ୍ତି। ଏବେ ତାଙ୍କ ନାମରେ ୭୫ ମ୍ୟାଚ୍‌ରେ ୯୧ ଉଇକେଟ ନେବାର ରେକର୍ଡ ହୋଇଛି। ଏଣୁ ଯଦି ହାର୍ଦ୍ଦିକ ତାଙ୍କୁ ୪ ଓଭର କରାଇଥାନ୍ତେ ତେବେ ନ୍ୟୁଜିଲାଣ୍ଡ ମାତ୍ର ୮୦-୮୫ ରନ୍‌ ସ୍କୋର କରିପାରିଥାନ୍ତା। କହିବାକୁ ଗଲେ ବିରୋଧୀ ଟିମ୍‌କୁ ମ୍ୟାଚ୍‌କୁ ଜିତିବାକୁ କୌଣସି ସୁଯୋଗ ଦେବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

Share