Posted inଖେଳ

ଲଗାତାର ୮ ବର୍ଷ ଧରି ବିଫଳ, ଏବେ କୋହଲିଙ୍କୁ ଆର୍‌ସିବି ଅଧିନାୟକ ପଦ ଛାଡ଼ି ଦେବା ଉଚିତ୍‌: ଗମ୍ଭୀର

ଆବୁଧାବି,୭।୧୧: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଗୁରୁତ୍ୱପୂର୍ଣ୍ଣ ଏଲିମିନେଟର ମ୍ୟାଚ୍‌ ପାଇଁ ଯୋଗ୍ୟତା ହାସଲ କରିଥିଲା। ହେଲେ ଶୁକ୍ରବାର ଖରାପ ବ୍ୟାଟିଂ ଯୋଗୁ ବିରାଟ କୋହଲିଙ୍କ ଦଳ ସନରାଇଜର୍ସ ହାଇଦ୍ରାବାଦ ନିକଟରୁ ୬ ଉଇକେଟରେ ହାରି ବିଦାୟ ନେଇଛି। ତେବେ ୨୦୧୩ ମସିହାରୁ କୋହଲି ଆର୍‌ସିବିର ଅଧିନାୟକ ପଦ ତୁଲାଉଥିବା ବେଳେ ଟାଇଟଲ ଜିତିବାରେ ବିଫଳ ହେବାକୁ ସମାଲୋଚନା କରିଛନ୍ତି ଗୌତମ ଗମ୍ଭୀର।

ଏହି ପୂର୍ବତନ ଭାରତୀୟ ଓପନର କହିଛନ୍ତି, ରୋହିତ ଶର୍ମା ଏବଂ ଏମ୍‌ଏସ୍‌ ଧୋନୀଙ୍କୁ ଦେଖାଯାଉ। ସେମାନେ ସେମାନଙ୍କ ଫ୍ରାଞ୍ଚାଇଜ୍‌ ସହ ବର୍ଷ ବର୍ଷ ଧରି ଜଡ଼ିତ ରହିଥିଲେ ହେଁ ସଫଳ ହୋଇଛନ୍ତି। ହେଲେ ବିରାଟଙ୍କ ପାଇଁ ଭିନ୍ନ ନିୟମ ରହିବା ଉଚିତ ନୁହେଁ। ୮ ବର୍ଷ ବହୁତ ଲମ୍ବା ସମୟ। ରବିଚନ୍ଦ୍ରନ ଅଶ୍ୱିନଙ୍କ କଥା ଭାବନ୍ତୁ। କିଙ୍ଗ୍ସ ଏକାଦଶ ପଞ୍ଜାବ ପାଇଁ ଅଧିନାୟକ ହୋଇ ଦୁଇ ବର୍ଷ ମଧ୍ୟରେ ସେ ପ୍ରଦର୍ଶନ କରିପାରି ନ ଥିଲେ। ଫଳରେ ତାଙ୍କୁ ଅଧିନାୟକ ପଦରୁ ହଟାଇ ଦିଆଯାଇଥିଲା। ଧୋନୀ ୩ଟି ଏବଂ ରୋହିତ ୪ଟି ଆଇପିଏଲ୍‌ ଟାଇଟଲ ଟିମ୍‌ ନାମରେ କରିଛନ୍ତି। ସେଥିପାଇଁ ସେମାନେ ଏତେ ଦିନ ପର୍ଯ୍ୟନ୍ତ ଅଧିନାୟକ ଅଛନ୍ତି। ହେଲେ ଯଦି ରୋହିତ ୮ ବର୍ଷରେ ପ୍ରଦର୍ଶନ କରିପାରି ନ ଥାନ୍ତେ ତେବେ ତାଙ୍କୁ ଅଧିନାୟକତ୍ୱରୁ ହଟାଇ ଦିଆଯାଇଥାନ୍ତା ବୋଲି ମୁଁ ବିଶ୍ୱାସ କରେ। କାରଣ ଭିନ୍ନ ଲୋକଙ୍କ ପାଇଁ ଅଲଗା ନିୟମ ନାହିଁ।

ଗୌତମ ଆହୁରି ମଧ୍ୟ କହିଛନ୍ତି, ମୁଁ ବିରାଟଙ୍କ ବିପକ୍ଷରେ ନୁହେଁ, ହେଲେ ଏଭଳି ସମୟରେ ତାଙ୍କୁ ହାତ ଉଠାଇବାକୁ ପଡ଼ିବ ଏବଂ ସେ ଦାୟୀ ବୋଲି କହିବାକୁ ହେବ। ଯେହେତୁ କୋହଲି ଟାଇଟଲ ଜିତିବାରେ ବିଫଳ ହେଉଛନ୍ତି ଆର୍‌ସିବିକୁ ଅନ୍ୟ ଅଧିନାୟକ ଖୋଜିବାର ଆବଶ୍ୟକତା ରହିଛି।

ତେବେ ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲା ଆର୍‌ସିବି। ହେଲେ ଦଳ ୨୦ ଓଭରରେ ମାତ୍ର ୧୩୧ ରନ୍‌ କରିଥିଲା। ଏହି ବିଜୟ ଲକ୍ଷ୍ୟକୁ ସନରାଇଜର୍ସ ହାଇଦ୍ରାବାଦ ୧୯.୪ ଓଭରରେ ହାସଲ କରି ନେଇଥିଲା। ଚଳିତ ଆଇପିଏଲ୍‌ରେ ଏହାକୁ ମିଶାଇ କ୍ରମାଗତ ଭାବେ ୫ମ ପରାଜୟ ବରଣ କରିଥିବା ଆର୍‌ସିବି ଫାଇନାଲ ଖେଳିବାରୁ ବଞ୍ଚିତ ହେବା ସହ ଏଲିମିନେଟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri