Categories: ଖେଳ

ଏମ୍‌ପି ସତ୍ତ୍ୱେ ଆଇପିଏଲ୍‌ରେ କାହିଁକି କରୁଛନ୍ତି କାମ? ସମାଲୋଚକଙ୍କ ମୁହଁ ବନ୍ଦ କଲେ…

ନୂଆଦିଲ୍ଲୀ,୪।୬: ପୂର୍ବତନ କ୍ରିକେଟର ତଥା ବର୍ତ୍ତମାନର ଏମ୍‌ପି ଗୌତମ ଗମ୍ଭୀର ଆଇପିଏଲ୍‌ରେ କମେଣ୍ଟ୍ରି କରୁଥିବା ନଜର ଆସିଥିଲେ। ଏହାକୁ ନେଇ ତାଙ୍କୁ ସମାଲୋଚିତ ହେବାକୁ ପଡ଼ିଥିଲା। ଏମ୍‌ପି ହେବା ସତ୍ତ୍ୱେ ସେ କମେଣ୍ଟ୍ରି କରି ରୋଜଗାର କରୁଥିବା ଲୋକେ କହୁଥିଲେ। ଏବେ ଗୌତମ ଏଭଳି କଥାର ଜବାବ ରଖିଛନ୍ତି।

ଏକ ଖବରଦାତା ସମ୍ମିଳନୀରେ ଗମ୍ଭୀର କହିଛନ୍ତି, ୫୦୦୦ ଲୋକଙ୍କୁ ମାସେ ଯାଏ ଖାଦ୍ୟ ଖୁଆଇବା ଲାଗି ୨୫ ଲକ୍ଷ ଟଙ୍କା ଲାଗିଥାଏ। ଏମିତି ହିସାବ କଲେ ବର୍ଷକୁ ୨.୭୫ କୋଟି ଟଙ୍କା ହେବ। ଲାଇବ୍ରେରୀ କରିବା ଲାଗି ୨୫ ଲକ୍ଷ ଖର୍ଚ୍ଚ ହୋଇଛି। ଏସବୁ ଏମ୍‌ପିଲାଡ୍‌ ଫଣ୍ଡରୁ ହୋଇନାହିଁ। ସେଠାରୁ ଜନ ରସୋଇ ଚାଲୁନାହିଁ। ଲୋକମାନଙ୍କୁ ଖୁଆଇବା ଲାଗି ଏବଂ ଲାଇବ୍ରେରୀ କରିବା ଲାଗି ମୋତେ କାମ କରିବାକୁ ପଡେ। ଏପରି କଲେ ମୋତେ ଲାଜ ଲାଗେ ନାହିଁ। ବରଂ ଏହା ପଛରେ ବହୁତ ବଡ଼ ଉଦ୍ଦେଶ୍ୟ ରହିଛି ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ଏମ୍‌ପି ଭାବେ ଗମ୍ଭୀର ଜନ ରସୋଇ ଅଭିଯାନ ଆରମ୍ଭ କରିଥିଲେ। ଏଠାରେ ଲୋକଙ୍କୁ ଟଙ୍କାଏ ମୂଲ୍ୟରେ ଖାଇବାକୁ ଦିଆଯାଉଛି। ସେ ନିଜ ଲୋକ ସଭା କ୍ଷେତ୍ରର ଭିନ୍ନ ଭିନ୍ନ ସ୍ଥାନରେ ଏଭଳି ରୋଷେଇ ବ୍ୟବସ୍ଥା କରୁଛନ୍ତି।

Share