ଦଳର ବିଜୟ ପରେ ବି ରାଗିଗଲେ ଗମ୍ଭୀର, ହରାଇଲେ ନିୟନ୍ତ୍ରଣ

ପୁଣେ,୨।୫: ଆଇପିଏଲ ୨୦୨୨ର ୪୫ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଥିଲା। ଲକ୍ଷ୍ନୌ ଦଳ ଶେଷରେ ୬ ରନ୍‌ରେ ଏହି ମ୍ୟାଚ ଜିତିଥିଲା। ଏହି ମ୍ୟାଚ ଜିତିବା ପରେ ଲକ୍ଷ୍ନୌ କ୍ୟାମ୍ପରେ ସମସ୍ତେ ସେଲିବ୍ରେଶନ୍‌ ଆରମ୍ଭ କରିଲେ। କିନ୍ତୁ ଦଳର ପରାମର୍ଶଦାତା ଗୌତମ ଗମ୍ଭୀର ବିଜୟ ପରେ ହଠାତ୍‌ ଏତେ ରାଗିଯାଇଥିଲେ ଯେ ତାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି।

ଲକ୍ଷ୍ନୌର ବିଜୟ ପରେ ଗୌତମ ଗମ୍ଭୀର ନିଜର ନିୟନ୍ତ୍ରଣ ହରାଇଲେ। ସେ ନିଜ ଆସନ ଛାଡି ଏପରି ଉତ୍ସବ ପାଳନ କରିଥିଲେ ଯେ ସମସ୍ତଙ୍କ ଦୃଷ୍ଟି ତାଙ୍କ ଆଡକୁ ଯାଇଥିଲା। ଏପରିକି ସେ ଏତେ ଉତ୍ସାହିତ ଥିଲେ ଯେ ତାଙ୍କ ପାଟିରୁ ଖରାପ ଭାଷା ବାହାରିଥିଲା। ଲକ୍ଷ୍ନୌ ଏବଂ ଦିଲ୍ଲୀ ମଧ୍ୟରେ ମ୍ୟାଚ ଶେଷ ଓଭରରେ ପହଞ୍ଚିଥିବାରୁ ଉଭୟ ଦଳ ଏହାକୁ ଜିତି ପାରିଥାନ୍ତେ। ରୋମାଞ୍ଚକର ମ୍ୟାଚ ଦେଖି ଗମ୍ଭୀର ନିଜକୁ ନିୟନ୍ତ୍ରଣ କରିପାରି ନ ଥିଲେ।
ଏହି ମ୍ୟାଚର ଶେଷ ଓଭରରେ ଦିଲ୍ଲୀକୁ ୨୧ ରନ ସ୍କୋର କରିବାକୁ ଥିଲା। ଲକ୍ଷ୍ନୌ ପାଇଁ ମାର୍କସ ଷ୍ଟୋଇନିସ ଶେଷ ଓଭର ବୋଲିଂ କରିଥିଲେ। ଶେଷ ଦୁଇଟି ବଲରୁ ଦିଲ୍ଲୀର ୧୩ ରନ ଆବଶ୍ୟକ ଥିଲା। କିନ୍ତୁ ଷ୍ଟୋଇନିସ ଏହାକୁ ରକ୍ଷା କରିବାରେ ସଫଳ ହୋଇଥିଲେ। ଏହି ବିଜୟ ସହିତ ଲକ୍ଷ୍ନୌ ୧୪ ପଏଣ୍ଟ ରହିଛି ଏବଂ ଏହି ଦଳ ଲିଗ ଟେବୁଲରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି।

https://twitter.com/miqdad_diwan/status/1520766982764728325


Enter your email to get our daily news in your inbox.

All Right Reserved By Dharitri.Com

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

ଆଜିଠୁ ଆଇପିଏଲ୍‌: ମୁହାଁମୁହିଁ ହେବେ ଏହି ୨ ଟିମ୍‌

ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri