Categories: ଖେଳ

ଗମ୍ଭୀରଙ୍କ ଫର୍ମୁଲା: ଦ୍ୱିତୀୟ ଟେଷ୍ଟରେ ୫ ବୋଲର ଖେଳାଯାଉ; ବିରାଟଙ୍କ ସ୍ଥାନରେ ଆସନ୍ତୁ ଏହି କ୍ରିକେଟର

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଟିମ୍‌ ୫ଜଣ ବୋଲର୍‌ଙ୍କୁ ନେଇ ପଡ଼ିଆକୁ ଓହ୍ଲାଉ। ଅଧିନାୟକ ଅଜିଙ୍କ୍ୟ ରାହାଣେ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସନ୍ତୁ ବୋଲି ପୂର୍ବ ଓପନର ଗୌତମ ଗମ୍ଭୀର କହିଛନ୍ତି। ଦଳର ନିୟମିତ ଅଧିନାୟକ ବିରାଟ କୋହଲୀ ଏବେ ବ୍ୟକ୍ତିଗତ କାରଣକୁ ନେଇ ଛୁଟିରେ ଅଛନ୍ତି। ଏଣୁ ରାହାଣେ ଦଳର ନେତୃତ୍ୱ ନେବେ। ଏହା ଉପରେ ମତ ରଖି ଗମ୍ଭୀର ଏହା କହିଛନ୍ତି।

ଷ୍ଟାର ସ୍ପୋଟର୍‌ସର କାର୍ଯ୍ୟକ୍ରମ ‘କ୍ରିକେଟ କନେକ୍ଟେଡ୍‌’ରେ ଗମ୍ଭୀର କହିଛନ୍ତି, ମୁଁ ରାହାଣେଙ୍କୁ ଚତୁର୍ଥ ସ୍ଥାନରେ ଖେଳୁଥିବା ଦେଖିବାକୁ ପସନ୍ଦ କରିବି। ସେ ଏବେ ଅଧିନାୟକ ଅଛନ୍ତି। ତାଙ୍କୁ ଆଗକୁ ଆସି ଦଳର ନେତୃତ୍ୱ ନେବା ଦରକାର। ଏଣୁ ବିରାଟଙ୍କ ସ୍ଥାନରେ ସେ ଚତୁର୍ଥ ନଂରେ ଖେଳିବା ଉଚିତ।

ଡିସେମ୍ବର ୨୬ରୁ ୩୦ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ବକ୍ସିଂ ଡେ ଟେଷ୍ଟରେ ଲୋକେଶ ରାହୁଲ, ଋଷଭ ପନ୍ଥ ଏବଂ ଶୁଭମନ ଗିଲଙ୍କୁ ଭାରତ ଏକାଦଶରେ ସାମିଲ କରାଯାଉ। ଦଳରେ ୫ଜଣ ବୋଲର ରହିବା ଦ୍ୱାରା ଟିମ୍‌ ମଜଭୂତ ହେବ। ମୟଙ୍କ ଏବଂ ଶୁଭମନ ଓପନିଂ ଭାର ସମ୍ଭାଳିବେ। ପୂଜାରା ୩ୟ ସ୍ଥାନରେ ଖେଳିବାକୁ ଆସିବା ଦରକାର । ରାହୁଲଙ୍କୁ ୫ମ, ପନ୍ଥଙ୍କୁ ୬ଷ୍ଠ ସ୍ଥାନରେ ଖେଳିବାକୁ ଆସିବା ଦରକାର। ଏହାପରେ ରବିନ୍ଦ୍ର ଜାଡେଜା ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କ ପାଳି ଆସିବ ବୋଲି ସେ କହିଛନ୍ତି।

Share