Categories: ଖେଳ

ସୂର୍ଯ୍ୟକୁମାରଙ୍କୁ ଭାରତୀୟ ଦଳରୁ ବାହାର କରିବାକୁ ନେଇ ରାଗିଗଲେ ଗମ୍ଭୀର: କହିଲେ ଅତିକମ୍‌ରେ…

ନୂଆଦିଲ୍ଲୀ,୧୭।୩: ଇଲଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଯାଦବ ଏବଂ ଈଶାନ ନିଜର ଅନ୍ତଃରାଷ୍ଟ୍ରୀୟ ଡେବ୍ୟୁ କରିଥିଲେ। ମ୍ୟାଚ୍‌ରେ ସୂର୍ଯ୍ୟକୁମାର ସଫଳ ହୋଇ ନ ଥିବା ବେଳେ ଈଶାନ ବିସ୍ଫୋରକ ଅର୍ଦ୍ଧଶତକ କରିଥିଲେ। ଏହାପରେ ସୂର୍ଯ୍ୟକୁମାରଙ୍କୁ ତୃତୀୟ ଟି୨୦ ମୁକାବିଲାରୁ ବାହାର କରି ଦିଆଯାଇଥିଲା। ତାଙ୍କ ସ୍ଥାନରେ ରୋହିତ ଶର୍ମା ଦଳକୁ ଫେରିଥିଲେ। ହେଲେ ଭାରତ ଏହି ମ୍ୟାଚ୍‌କୁ ୮ ଉଇକେଟରେ ହରାଇବା ପରେ ପୂର୍ବ ଭାରତୀୟ ଓପନର ଗୌତମ ଗମ୍ଭୀର ଖପ୍ପା ହୋଇଛନ୍ତି। ସୂର୍ଯ୍ୟକୁମାରଙ୍କୁ ନେଇ ଅଧିନାୟକ ବିରାଟ କୋହଲିଙ୍କ ଏହି ନିଷ୍ପତ୍ତିକୁ ସେ ସମାଲୋଚନା କରିଛନ୍ତି।

ଗମ୍ଭୀର କହିଛନ୍ତି, ଅତିକମ୍‌ରେ ସୂର୍ଯ୍ୟକୁମାରଙ୍କୁ ୩ ରୁ ୪ ମ୍ୟାଚ୍‌ରେ ସୁଯୋଗ ଦେବା ଉଚିତ। ପରେ ସେ କିଭଳି ଖେଳୁଛନ୍ତି ତାହା ଜଣାପଡ଼ିଥାନ୍ତି। ଯଦି ସେ ଭଲ ପ୍ରଦର୍ଶନ କରନ୍ତି ତେବେ ଆପଣଙ୍କୁ ୪ ନଂ ପୂର୍ବରୁ ବ୍ୟାଟିଂ କରିବା ଲାଗି ବ୍ୟାକ୍‌ଅପ୍‌ ମିଳିଯାଇପାରିବ। ସବୁବେଳେ ଆମେ ବିଶ୍ୱକପ୍‌ର ପ୍ରସ୍ତୁତି ବିଷୟରେ ଆଲୋଚନା କରୁ। ହେଲେ ଏହା ବିଶ୍ୱକପ୍‌ର ପ୍ରସ୍ତୁତି ବିଲ୍‌କୁଲ୍‌ ନୁହେଁ। ଏହା କେବଳ ଖେଳାଳିମାନଙ୍କୁ ପରଖିବା ପାଇଁ ହେଉଛି ବୋଲି ସେ କହିଛନ୍ତି।

Share