Categories: ଜାତୀୟ

ଅମ୍ବାନୀଙ୍କୁ ପଛରେ ପକାଇଲେ ଅଦାନୀ

ନୂଆଦିଲ୍ଲୀ,୮।୨: ଭାରତୀୟ ବିଲିୟନେୟାର ଗୌତମ ଅଦାନୀ ଏସିଆର ସବୁଠୁ ଧନ୍ୟ ବ୍ୟକ୍ତି ତାଲିକାରେ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଦେଇଛନ୍ତି। ୫୯ ବର୍ଷୀୟ ଅଦାନିଙ୍କ ସମ୍ପତ୍ତି ସୋମବାର ୮୮.୫ ବିଲିୟନ ଡଲାରରେ ପହଞ୍ଚିଛି। ଭାରତୀୟ ମୂଦ୍ରାରେ ଏହାର ମୂଲ୍ୟ ୬ ଲକ୍ଷ ୬୦ ହଜାର କୋଟିରୁ ଊଦ୍ଦର୍‌ବ।

ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ, ଅଦାନୀ ଏବେ ଏସିଆର ସବୁଠୁ ଧନୀ ବ୍ୟକ୍ତି। ସେ ମୁକେଶ ଅମ୍ବାନୀଙ୍କୁ (୮୭.୯ ବିଲିୟନ ଡଲାର) ପଛରେ ପକାଇ ଦେଇଛନ୍ତି। ଚଳିତ ବର୍ଷ ତାଙ୍କ ସମ୍ପତ୍ତି ୧୨ ବିଲିୟନ ବଢ଼ିଛି। ଚଳିତ ବର୍ଷ ବିଶ୍ୱରେ ଅଦାନୀ ସର୍ବାଧିକ ସମ୍ପତ୍ତି ଅର୍ଜନ କରିଛନ୍ତି।

Share